ଭୁବନେଶ୍ୱର,୧୯ା୯: ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ
ରହିଥିବାବେଳେ ଆଉ ୨ ସପ୍ତାହରେ ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ମିଳିଛି। ୨ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ।


