Posted inରାଜ୍ୟ

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ଟ୍ରିବ୍ୟୁନାଲ ନୋଟିସ

ଭୁବନେଶ୍ୱର,୯। ୮(ବ୍ୟୁରୋ): ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କେତୋଟି ବ୍ୟାରେଜ ନିର୍ମାଣ କରିଛି ସେ ନେଇ ତଥ୍ୟ ଦେବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଜଳ ବିବାଦ ଶୁଣାଣି କରି ଓଡ଼ିଶା ସରକାରଙ୍କ ଆବେଦନ ଉପରେ ଏହି ନୋଟିସ୍‌ ଦିଆଯାଇଛି। ଏଥିସହିତ ମହାନଦୀ ଜଳ ବିବାଦ ସମ୍ପର୍କିତ ସମସ୍ତ ତଥ୍ୟ କମନ୍‌ ଫର୍ମାଟ୍‌ରେ ଦେବାକୁ ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ତଥା ଇନ୍ଦରମିତ କୌର ଏବଂ ରବି ରଞ୍ଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରିଷ୍ଣା ଓ କାବେରୀ ନଦୀ ଜଳ ବିବାଦ ଢାଞ୍ଚାରେ ମହାନଦୀ ଜଳ ବିବାଦର ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହିତ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ନେଇ ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଦେବାକୁ ଖଣ୍ଡପୀଠ କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ।

ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୋହନ କାଟର୍କି କ୍ରିଷ୍ଣା ଓ କାବେରୀ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଭଳି ସମସ୍ତ ତଥ୍ୟ ଥିବା କମନ ଫର୍ମାଟ୍‌ ଦାଖଲ କରିଛନ୍ତି । ସେହି ଫର୍ମାଟ୍‌ ଅନୁଯାୟୀ ମହାନଦୀ ଜଳ ବିବାଦ ମାମଲା ପରିଚାଳନା କରାଯିବ। ଓଡ଼ିଶା, ଛତିଶଗଡ଼ ଓ ଅନ୍ୟାନ୍ୟ ରାଜ୍ୟ ଦ୍ୱାରା ବ୍ୟବହାର କରାଯାଉଥିବା ମହାନଦୀ ଜଳର ସମସ୍ତ ତଥ୍ୟକୁ ନେଇ ଏକ କମନ ଫର୍ମାଟ୍‌ରେ ପ୍ରସ୍ତୁତ କରାଯାଉ, ଯଦ୍ଦ୍ବାରା ଟ୍ରିବ୍ୟୁନାଲ ଶୁଣାଣି ବେଳେ ସେହି ତଥ୍ୟଗୁଡ଼ିକୁ ବ୍ୟବହାର କରିପାରିବେ ବୋଲି କାଟର୍କି ଦର୍ଶାଇଥିଲେ। କିନ୍ତୁ ଛତିଶଗଡ଼ର ପ୍ରତିପକ୍ଷ ଓକିଲ କହିଥିଲେ ଯେ, କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା କମନ ଫର୍ମାଟ୍‌ ପ୍ରସ୍ତୁତ କରାଯାଇପାରିବ।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ନଭେମ୍ବରରୁ ମେ ପର୍ଯ୍ୟନ୍ତ ଅର୍ଥାତ୍‌ ଅଣମୌସୁମୀ ସମୟରେ ଜଳପ୍ରବାହ ହ୍ରାସପାଇଛି। ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜଗୁଡ଼ିକ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି ପାଇଁ ୩୬ ଇସ୍ୟୁ ପ୍ରସ୍ତୁତ କରିଥିଲେ। ସେଥିରୁ ଓଡ଼ିଶା ପକ୍ଷରୁ ୨୩ଟି ଦାଖଲ କରାଯାଇଥିବାବେଳେ ଛତିଶଗଡ ପକ୍ଷରୁ ୧୩ଟି ଦାଖଲ କରାଯାଇଥିଲା। ଶନିବାର ଶୁଣାଣି ପୂର୍ବରୁ ଓଡ଼ିଶା ପକ୍ଷରୁ ସମସ୍ତ ପ୍ରମାଣ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଛି। ଛତିଶଗଡ଼ ଓ ଅନ୍ୟ ରାଜ୍ୟଗୁଡ଼ିକ ତଥ୍ୟ ପ୍ରମାଣ ଦାଖଲ କରିନାହାନ୍ତି। ଛତିଶଗଡ଼ର ୬ ବ୍ୟାରେଜ୍‌ ଓ ୫୧୬ ଆନିକଟ୍‌ ଯୋଗୁ ଅଣମୌସୁମୀ ସମୟରେ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ଜଳର ପରିମାଣ ହ୍ରାସ ଘଟିଛି କି ନାହିଁ ଟି୍ରିବ୍ୟୁନାଲ ତାହା ଅନୁଧ୍ୟାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri