Posted inଜାତୀୟ

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ ଭିତରେ ପଶିଯାଇଥିଲେ। ଅଫିସରେ ଥିବା ୩ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ନେବା ସହ ତାଙ୍କୁ ବହୁ ମାରପିଟ୍‌ ମଧ୍ୟ କରିଥିଲେ। ତାଙ୍କୁ ରଶିରେ ବାନ୍ଧିବା ସହ ଫୋନ ମଧ୍ୟ ଛଡାଇ ନେଇଥିଲେ। ଏହାପରେ ଟ୍ରେଜେରୀକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ବେଳେ ନ ଭାଙ୍ଗିବାରୁ ତାକୁ ଉଠାଇନେଇଥିଲେ। ଏଥିସହ ଅଫିସର କାରକୁ ମଧ୍ୟ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏହି ଟ୍ରେଜେରିରେ ନଗଦ ୩୫ ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଏହାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି। ଏଥିସହ ସନ୍ଦେହରେ ପୋଲିସ ୨ ସୁରକ୍ଷାକର୍ମୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ…

ତାମିଲନାଡୁରେ ବିଜୟଙ୍କ ଦଖଲ ପରେ ପବନ କଲ୍ୟାଣଙ୍କ ବଡ଼ ବୟାନ, ମାଟିରେ ମିଶିଯିବ…ରାଜନୀତିରେ ଝଡ

ଚେନ୍ନାଇ,୬।୫: ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ, ବିଧାନସଭା ନିର୍ୱାଚନର ଫଳାଫଳ ପରେ ବୟାନବାଜିର ଏକ ଝଡ଼ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା…

ଇସ୍ତଫା ନ ଦେବା ଉପରେ ଗିରଫ ହେବେ ମମତା ବାନାର୍ଜୀ, କ’ଣ କହୁଛି ଭାରତର ନିୟମ…

କୋଲକାତା,୬।୫: ପଶ୍ଚିମବଙ୍ଗ ରାଜନୀତି ଏପରି ଏକ ମୋଡ଼ ନେଇଛି ଯାହା ବହୁତ କମ ଲୋକ କଳ୍ପନା କରିପାରନ୍ତି। ୨୦୨୬ ନିର୍ବାଚନ ଫଳାଫଳ ରାଜ୍ୟର କ୍ଷମତା ଦୃଶ୍ୟପଟକୁ ସ୍ପଷ୍ଟ…

ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ! ସାମ୍‌ନାକୁ ଆସିଲା ତାରିଖ

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନରେ ବିପୁଳ ବିଜୟ ପରେ ଥଲାପଥି ବିଜୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି। ନବନିର୍ବାଚିତ ଟିଭିକେ ଦଳର ବିଧାୟକମାନେ ମଙ୍ଗଳବାର ଦିନ ବୈଠକ କରିଥିଲେ…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ…

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri