ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି, ସେଠି ପଥର ରହିବା କଥା ସିଏ ବିଶ୍ୱାସ କରି ନ ପାରି ପୁଣିଥରେ ସେହି ଜାଗାକୁ ଖୋଳିଲେ। ପରେ ପରେ ଦେଖାଗଲା, ତାହା ଏକ ଛୋଟ ପଥର ନୁହେଁ ବରଂ ଏକ ବଡ଼ ଏବଂ ଗଭୀରକୁ ଯାଇଥିବା ପଥର। ଏକଥା ପାଖ ବିଲରେ କାମ କରୁଥିବା ଚାଷୀମାନେ ଦେଖି ସେଠାରେ ରୁଣ୍ଡ ହେଲେ। କଥା କାନକୁ କାନ ବ୍ୟାପୀ ସମଗ୍ର ଅଞ୍ଚଳରେ ବ୍ୟାପିଗଲା ଯେ ଅମୁକ ଚାଷୀର ଆଳୁ କିଆରିରୁ ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି। ତାଙ୍କର ଦର୍ଶନ ପାଇଁ କିଏ କ୍ଷୀର ନେଇ ଆସିଲେ ତ ଆଉ କିଏ ପାଣି, ଘିଅ, ମହୁ, ଗଞ୍ଜେଇ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ଧରି ପହଞ୍ଚତ୍ଲେ। ଯେହେତୁ ଶିବଲିଙ୍ଗକୁ ସ୍ଥାନାନ୍ତର କରାଯାଏ ନାହିଁ, ତେଣୁ ଲୋକମାନଙ୍କ ନିଷ୍ପତ୍ତି ଫଳରେ ଉକ୍ତ ଜାଗାରେ ଏକ ଭବ୍ୟ ମନ୍ଦିର ସ୍ଥାପନ ହେତୁ ଜମିର ମାଲିକ ଭକ୍ତ ଶ୍ରେଷ୍ଠ ବୋଲି ପରିଗଣିତ ହେବା ସହିତ ଆଖପାଖ ୭-୮ ଖଣ୍ଡ କିଆରିର ମାଲିକମାନେ ଚାଷକାମ ଛାଡ଼ି ମନ୍ଦିରରେ ଫୁଲ, ବେଲପତ୍ର, ଧୂପ, ଦୀପ, ଫଳ, ମୂଳ ଆଦି ଦୋକାନ ଖୋଲି ନିଜ ନିଜର ଗୁଜରାଣ ମେଣ୍ଟାଇଲେ। ଧୀରେ ଧୀରେ ଗଁାଟି ପ୍ରସିଦ୍ଧି ଲାଭ କଲା। ଏଠାରେ ଆଳୁ ଖୋଳିବା ସାଙ୍ଗରେ ଶିବଲିଙ୍ଗର ଆବିର୍ଭାବ ହେବା ମଧ୍ୟରେ କାର୍ଯ୍ୟ-କାରଣର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଗୋଟିଏ ଛୋଟ କାମ କରୁ କରୁ ଏକ ବିରାଟ ପରିବର୍ତ୍ତନ ଯେତିକି ପ୍ରତ୍ୟାଶିତ ସେତିକି ଆଶ୍ଚର୍ଯ୍ୟ କଥା ଥିଲା।
ଆମ ଜୀବନରେ ଛୋଟିଆ ଛୋଟିଆ ଉଦ୍ୟମ କରୁ କରୁ ବଡ଼ ସଫଳତା ଲାଭ କରିବା ହେଉ କିମ୍ବା ଛୋଟିଆ ଘଟଣାର ତଦନ୍ତ କରୁ କରୁ ଲୁକ୍କାୟିତ ଘଟଣା ପଦାକୁ ଆସିଲେ ଆମେ ତାକୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା କଥା କହି ଥାଉ। ଯାହା କେବଳ ଖୋଳୁଥିବା ବା ତଦନ୍ତ କରୁଥିତ୍ବା ବ୍ୟକ୍ତି ବିଶେଷଙ୍କ ପାଇଁ ଆବଶ୍ୟକତା ଥାଏ କିମ୍ବା ସେମାନଙ୍କର ବିକାଶର ସହାୟତା କରିଥାଏ ସେ କଥା ନୁହେଁ, ବରଂ ବୃହତ୍‌ ଅର୍ଥରେ ପ୍ରକୃତ ଘଟଣା ପଦାକୁ ଆସିବା ସହିତ ସତ୍ୟର ଉନ୍ମୋଚନ ହୁଏ ଏବଂ ବିକାଶଧାରା ବହୁ ଗୁଣିତ ହୋଇଥାଏ।
ଗ୍ରୀସ୍‌ର ରାଜା ଥରେ ଜଣେ ବଣିଆକୁ ଡକାଇ ନିଜ ପାଇଁ ଏକ ସୁନ୍ଦର ମୁକୁଟ ତିଆରି କରିବା ପାଇଁ ବରାଦ ଦେଲେ। ବଣିଆ ଜଣକ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ମୁକୁଟ ତିଆରି କରି ଆଣି ରାଜାଙ୍କୁ ଦେଲେ। କିନ୍ତୁ ରାଜାଙ୍କର ସନ୍ଦେହ ହେଲା ସିଏ କହିଥିବା ସୁନା ଅନୁପାତରେ ମୁକୁଟରେ ସୁନା ନାହିଁ ଏବଂ ସେଥିରେ ଅଧିକ ଖାଦ ରହିଛି। ଏହି ରହସ୍ୟକୁ ଉନ୍ମୋଚନ କରିବା ପାଇଁ ସିଏ ଆର୍କମେଡିସ୍‌ଙ୍କୁ ଦାୟିତ୍ୱ ଦେଇଥିଲେ। ମୁକୁଟଟି ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ରାଜା ତାକୁ ତରଳାଇବାକୁ ମଧ୍ୟ ରାଜି ନଥିଲେ। ଶେଷରେ ଆର୍କମେଡିସ୍‌ ଗାଧୋଉଥିବା ବେଳେ ଉକ୍ତ ସମସ୍ୟାର ସମାଧାନ ସ୍ବରୂପ ‘ସାନ୍ଧ୍ରତାତ୍ବ’ ଉଦ୍ଭାବନ କରିଥିଲେ ଏବଂ ସିଏ ରାଜାଙ୍କୁ ବୁଝାଇଦେଲେ ଏକ କିଲୋ ସୁନାର ଆୟତନ ଏକ କିଲୋ ରୁପାର ଆୟତନଠାରୁ କମ୍‌। ସିଏ ରାଜାଙ୍କୁ କହି ମୁକୁଟ ଓଜନ ସହିତ ସମାନ ଓଜନର ସୁନା ଓ ରୁପା ଆଣିବା ପାଇଁ କହିଲେ। ପ୍ରଥମେ ଗୋଟିଏ ପାଣି ପାତ୍ରରେ ସୁନା ମୁକୁଟ ଓଜନର ବୁଡ଼ାଇ ନିଗିଡ଼ିଥିବା ପାଣି ମାପ କଲେ ଏବଂ ପରେ ପରେ ରୁପା ବୁଡ଼ାଇ ନିଗିଡ଼ି ଥିବା ପାଣି ମାପ କଲେ। ଶେଷରେ ପାତ୍ରକୁ ପୁଣି ଜଳପୂର୍ଣ୍ଣ କରି ସେଥିରେ ମୁକୁଟଟିକୁ ବୁଡ଼ାଇ ଦିଆଗଲା, କିନ୍ତୁ ସେଥିରୁ ଅଧିକ ଜଳ ନିଗିଡ଼ିଗଲା। ଯଦି ମୁକୁଟଟି ସୁନାରେ କିମ୍ବା ରୁପାରେ ତିଆରି ହୋଇ ଥାଆନ୍ତା, ତା’ହେଲେ ସିଏ ସୁନା କିମ୍ବା ରୁପା ଓଜନର ଜଳ ଅପସାରିତ କରିଥାଆନ୍ତା। ଯେହେତୁ ମୁକୁଟଟି ସୁନାଠାରୁ କମ୍‌ ଏବଂ ରୁପାଠାରୁ ଅଧିକ ଜଳ ଅପସାରିତ କଲା, ତେଣୁ ମୁକୁଟଟି ସୁନା ଏବଂ ରୁପା ମିଶ୍ରିତ ହୋଇ ତିଆରି ହୋଇଛି ବୋଲି ପ୍ରମାଣ ସିଦ୍ଧ ହେଲା।
ବେଳେବେଳେ ଏହି ଆଳୁ ଖୋଳିବା ବା ଅନୁସନ୍ଧାନରୁ ମଧ୍ୟ ସର୍ବନାଶ ହେବାର ଉଦାହରଣ ଅଛି। ମହାଭାରତର ଆଖ୍ୟାୟିକା ଅନୁଯାୟୀ ରାଜସଭାରେ ଭୀମ ଯେତେବେଳେ ଦୁର୍ଯ୍ୟୋଧନଙ୍କୁ ଗୋଲକ ପୁତ୍ର ବୋଲି ସମ୍ବୋଧନ କଲେ, ଦୁର୍ଯ୍ୟୋଧନ ତାହାର ଅର୍ଥ କ’ଣ ବୁଝି ନ ପାରି ସମସ୍ତଙ୍କୁ ପଚାରି ଚାଲିଲେ; କିନ୍ତୁ କେହି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷରେ ତାଙ୍କ ମା’ଙ୍କଠାରୁ ଉତ୍ତର ଜାଣିବା ପରେ ସିଏ ତାଙ୍କ ମାମୁଘର ବଂଶକୁ ଦୋଷୀ ସାବ୍ୟସ୍ତ କରି ବନ୍ଦୀ କରି ରଖିଥିଲେ ଏବଂ ସେମାନଙ୍କୁ ଖାଦ୍ୟ ନ ଦେଇ ମାରି ଦେଇଥିବା ଫଳରେ ପ୍ରତିଶୋଧ ସ୍ବରୂପ ମାମୁଘରର ଶେଷ ସନ୍ତକ ଶକୁନି କୁରୁବଂଶ ଧ୍ୱଂସ କରିବାରେ ସଫଳ ହୋଇଥିଲେ।
ତେଣୁ ଆମ ସମାଜରେ କିମ୍ବା ଆମ ନିଜ ଜୀବନରେ, ଛୋଟ ଛୋଟ ଅନୁସନ୍ଧିତ୍ସା ଯୋଗୁ ବୃହତ୍ତର ଲକ୍ଷ୍ୟ ପୂରଣ ହେବା କଥା ହେଉ କିମ୍ବା ଅପ୍ରତ୍ୟାଶିତ ଫଳାଫଳ ପ୍ରାପ୍ତ ହେଉ, ସବୁଠି ଫଳାଫଳକୁ ସହୃଦୟତାର ସହିତ ଗ୍ରହଣ କରି ଏହାର ତର୍ଜମା କରିବା ଦରକାର। ବେଳେବେଳେ ବାହ୍ୟ ଜଗତ ପରିବର୍ତ୍ତନ ସମ୍ପର୍କିତ ଚିନ୍ତା କରିବା ସହିତ ଆମତ୍ସମୀକ୍ଷାର ମଧ୍ୟ ଆବଶ୍ୟକତା ରହିଛି। କାରଣ ଏହି ମହାଦେବ ପ୍ରାପ୍ତି କାହା ପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ହୋଇଯିବାର ଆଶଙ୍କା ରହିଛି।
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri