Posted inଜାତୀୟ

୭୦ ନୁହେଁ ୧୦୭ ଏକର ଜମିରେ ନିର୍ମିତ ହେବ ଭବ୍ୟ ରାମମନ୍ଦିର: ଅଧିକ ଜମି କିଣିଛି ଟ୍ରଷ୍ଟ୍‌

ଅଯୋଧ୍ୟା,୪।୩: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ୭୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ପୂର୍ବରୁ କହାଯାଇଥିଲା। ତେବେ ପ୍ରକୃତରେ ମନ୍ଦିର ନିର୍ମାଣ ୧୦୭ ଏକର ଜମିରେ କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରଷ୍ଟ୍‌ ପକ୍ଷରୁ ମନ୍ଦିର ଆଖପାଖରେ ଥିବା ଅତିରିକ୍ତ ୭୨୮୫ ବର୍ଗଫୁଟ ଜମି କିଣା ଯାଇଛି। କିଣାଯାଇଥିବା ଜମିର ଦାମ ବର୍ଗଫୁଟ ପିଛା ୧,୩୭୩ ଟଙ୍କା ରହିଥିବା ଟ୍ରଷ୍ଟି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟର ପରିକଳ୍ପନା ଦାୟିତ୍ୱ ଲାର୍ସନ୍‌ ଆଣ୍ଡ୍‌ ଟୁବ୍ରୋ କମ୍ପାନୀକୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ପକ୍ଷରୁ ୪୪ ଦିନିଆ ଦାନ ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୦ ଲକ୍ଷ ଦଳରେ ୪୦ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ...

କଂଗ୍ରେସକୁ ଝଟ୍‌କା: ଶରଦ ପାଓ୍ବାରଙ୍କ ଫୋନ୍‌ ଉଠାଇଲେ ନାହିଁ ଜଗନ ମୋହନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୀତିକ ସମିକରଣକୁ ନେଇ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡି ସବୁ ବିକଳ୍ପ ଖୋଲା...

୩ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭାରେ ପୂର୍ବ ବର୍ଷର ବଜେଟ୍‌ ଉପସ୍ଥାପନ କରୁଥିଲେ ମୁଖ୍ୟମନ୍ତ୍ରୀ: ଜାଣିବା ପରେ ମାଗିଲେ କ୍ଷମା

ଜୟପୁର,୧୦।୨: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପନ ହୋଇଛି। ବଜେଟ୍‌ ଉପସ୍ଥାପନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି।...

ଗୁଜରାଟ ପରେ ଏଏପିର ହିମାଚଳ ମିଶନ

ଶିମ୍‌ଲା,୨୫।୭: ଆସନ୍ତା ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଗୁଜରାଟ ଗସ୍ତ କରି ଦିଲ୍ଲୀ...

ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...

ପରଦାକୁ ଆସିବ ବିଜେନ୍ଦ୍ର-ଲୀଲାଙ୍କ ଦାମ୍ପତ୍ୟ ପ୍ରେମ

ଜୟପୁର, ୩।୧: ୨୦୧୩ କେଦାରନାଥ ବର୍ଷା ବିତ୍ପାତରେ ନିଖୋଜ ହୋଇଯାଇଥିଲେ ସ୍ତ୍ରୀ। ଖୋଜାଖୋଜି ସତ୍ତ୍ୱେ ମିଳି ନ ଥିଲା ତାଙ୍କର କୌଣସି ସନ୍ଧାନ। ଏପରି କି...

୯୦ ବର୍ଷରେ ଡେକାନ୍‌ କୁଇନ୍‌

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ିକୁ ଶନିବାର ୯୦ ବର୍ଷ ରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ...

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୧।୭: ଭାରତୀୟ ସେନାଙ୍କୁ ଶନିବାର ଭୋର ସମୟରେ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର କୁପଓ୍ବାରା ଜିଲାର ହାଣ୍ଡଓ୍ବାରାଠାରେ ଏକବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ...

Advertisement
Archives

Model This Week