ବୋଣ୍ଡୋଗୁଡ଼ା ରତ୍ନପଥର ଖଣି ଉପରେ ମାଫିଆଙ୍କ ଦୃଷ୍ଟି

ଭବାନୀପାଟଣା, ୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅନ୍ତର୍ଜାତିକ ବୋଣ୍ଡୋଗୁଡା ରତ୍ନପଥର ଖଣି ମାଫିଆଙ୍କ ଦୃଷ୍ଟି ପଡିଛି। ଜିଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ ନ ଥିବା ଯୋଗୁ ଲୋକେ ଦାଦନ ମୁହାଁ ହେବା ସାଧାରଣରେ ଉଦବେଗର ବିଷୟ ହୋଇଛି। ବୋଣ୍ଡୋଗୁଡା ରତ୍ନପଥର ଖଣିରେ ଦିନରେ ଚାଲିଛି ବେଆଇନ ରତ୍ନପଥର ଖନନ। ଟଙ୍କା ଲୋଭରେ ବିପଦଜନକ ଭାବେ ଶିଶୁଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଲାଗିପଡିଛନ୍ତି। ଜୁନାଗଡ଼ରୁ ମାତ୍ର ୧୫ କି.ମି. ଦୂରରେ ରତ୍ନପଥର ଖନନ ଚାଲିଥିବା ବେଳେ ନା ଅଛି ଖଣିଜ ବିଭାଗ ପଖରେ ଖବର ନା ପୋଲିସ ପ୍ରଶାସନ କିମ୍ବା ପ୍ରଶାସନ ପାଖରେ ତଥ୍ୟ। ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ କର୍ଲାପାଟ ଅଭୟାରଣ୍ୟ ଜୁନାଗଡ଼ ଓ ଭବାନୀପାଟଣା ରେଞ୍ଜ ଅଧୀନରେ ରହିଛି। ଚାରି ଦଶନ୍ଧି ଧରି ହଜାର ହଜାର କୋଟିର ମୂଲ୍ୟବାନ ରତ୍ନପଥର ସମ୍ପୃକ୍ତ ଅଞ୍ଚଳକୁ ଅନ୍ତର୍ଜାତିକ ଖଣି ମାଫିଆଙ୍କ ଦ୍ୱାରା କଣ୍ଟାବାଞ୍ଜି ଦେଇ ସୁରଟ ଓ ରାଜସ୍ଥାନକୁ ଚୋରାଚାଲାଣ ହେଉଛି। ଏଥିରେ ରତ୍ନପଥର ମାଫିଆମାନେ, ସୁରତ ଓ ରାଜସ୍ଥାନର ଲୋକେ ଲାଭବାନ ହେଉଥିବା ବେଳେ କଳାହାଣ୍ଡି ଜିଲା ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଦାଦନମୁହାଁ ହେଉଛନ୍ତି। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ୋଣ୍ଡୋଗୁଡା, ଜିଲିଙ୍ଗଦର, ରବଣଡ଼ଙ୍ଗର, ଲାଇନ ଡ଼ଙ୍ଗର, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଲାବଣ୍ୟସର, ଓଲବାହାଲି, କାଶୀପଦର, କେନ୍ଦୁକୁପଲା, କୁନକୁତା, ଭାଲୁଚୁଆଁ, ମାକର ଚୁଆଁ, ଉଡ଼ରୁଙ୍ଗ, ଓଲମା, ବାନ୍ଧନଡ଼ଙ୍ଗର ତଥା ଥୁଆମୂଳ ରାମପୁର ବ୍ଲକର କିଛି ଅଞ୍ଚଳରେ କ୍ବାର୍ଟସାଇଜ, ନିଲମ, ମାଣିକ୍ୟ, ମୁନଷ୍ଟନ, ରୁବି, ପନ୍ନା ଆଦି ମୂଲ୍ୟବାନ ରତ୍ନପଥର ଚୋରାରେ ଖନନ ହେଉଥିବା ଅଭିଯୋଗ ହେଉଛି। ଜୁନାଗଡ଼ ଅଞ୍ଚଳର ହିଂଜିଲିବାହାଲି ଓ ଜିଲିଙ୍ଗଦର ରତ୍ନପଥର ଖଣିକୁ ଗତ ୩୦ ବର୍ଷ ଟିକେ ଓ ଏମସି କମ୍ପାନୀ ଖଣି ଖନନ କରୁଥିଲା। ପରେ ଜେମକୋ ନାମକ ଏକ କମ୍ପାନୀ ଖଣି ଖନନ ଦାୟିତ୍ୱ ନେଇଥିଲା। ବର୍ତ୍ତମାନ ସମସ୍ତ ଖଣି ଖନନ ବନ୍ଦ ଅଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଆଦି ଅଞ୍ଚଳରେ ଚୋରାରେ ଖଣି ଖଦାନ ଖୋଲା ଅଛି ଯାଇଥିଲେ ହେଁ ବିଭାଗ ନିରବଦ୍ରଷ୍ଟା ସାଜିଛି। ଅନ୍ୟପକ୍ଷରେ ସମସ୍ତ ଖଣି ଖାଦାନର ସୁରକ୍ଷା ରାଜ୍ୟ ସରକାରଙ୍କ ହାତରେ ଥିବା ବେଳେ କିଭଳି ରତ୍ନପଥର ଚୋରାରେ ଚାଲାଣ ହେଉଛି ତାହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ଅଞ୍ଚଳରେ ମିଳୁଥିବା ରତ୍ନପଥରକୁ ଯୋଜନାବଦ୍ଧ ଭାବେ ପ୍ରକ୍ରିୟାକରଣ କଲେ ଏଠିକାର ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରନ୍ତା। ରାଜନେତା, ଉଦାସୀନତା ପ୍ରଶାସନ ଓ ତଥାକତିଥ ବୁଦ୍ଧିଜୀବୀ ଏକ ସୁପରିକଳ୍ପିତ ଯୋଜନା ମାଧ୍ୟମରେ ଏହାକୁ ଗୁରୁତ୍ୱ ସହ ସୁବିଚାର କରି ଉପଯୁକ୍ତ ପଦକ୍ଷେପ ନେଲେ ସାମଗ୍ରିକ ବିକାଶ ହୋଇପାରନ୍ତା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?