ବୋଣ୍ଡୋଗୁଡ଼ା ରତ୍ନପଥର ଖଣି ଉପରେ ମାଫିଆଙ୍କ ଦୃଷ୍ଟି

ଭବାନୀପାଟଣା, ୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅନ୍ତର୍ଜାତିକ ବୋଣ୍ଡୋଗୁଡା ରତ୍ନପଥର ଖଣି ମାଫିଆଙ୍କ ଦୃଷ୍ଟି ପଡିଛି। ଜିଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ ନ ଥିବା ଯୋଗୁ ଲୋକେ ଦାଦନ ମୁହାଁ ହେବା ସାଧାରଣରେ ଉଦବେଗର ବିଷୟ ହୋଇଛି। ବୋଣ୍ଡୋଗୁଡା ରତ୍ନପଥର ଖଣିରେ ଦିନରେ ଚାଲିଛି ବେଆଇନ ରତ୍ନପଥର ଖନନ। ଟଙ୍କା ଲୋଭରେ ବିପଦଜନକ ଭାବେ ଶିଶୁଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଲାଗିପଡିଛନ୍ତି। ଜୁନାଗଡ଼ରୁ ମାତ୍ର ୧୫ କି.ମି. ଦୂରରେ ରତ୍ନପଥର ଖନନ ଚାଲିଥିବା ବେଳେ ନା ଅଛି ଖଣିଜ ବିଭାଗ ପଖରେ ଖବର ନା ପୋଲିସ ପ୍ରଶାସନ କିମ୍ବା ପ୍ରଶାସନ ପାଖରେ ତଥ୍ୟ। ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ କର୍ଲାପାଟ ଅଭୟାରଣ୍ୟ ଜୁନାଗଡ଼ ଓ ଭବାନୀପାଟଣା ରେଞ୍ଜ ଅଧୀନରେ ରହିଛି। ଚାରି ଦଶନ୍ଧି ଧରି ହଜାର ହଜାର କୋଟିର ମୂଲ୍ୟବାନ ରତ୍ନପଥର ସମ୍ପୃକ୍ତ ଅଞ୍ଚଳକୁ ଅନ୍ତର୍ଜାତିକ ଖଣି ମାଫିଆଙ୍କ ଦ୍ୱାରା କଣ୍ଟାବାଞ୍ଜି ଦେଇ ସୁରଟ ଓ ରାଜସ୍ଥାନକୁ ଚୋରାଚାଲାଣ ହେଉଛି। ଏଥିରେ ରତ୍ନପଥର ମାଫିଆମାନେ, ସୁରତ ଓ ରାଜସ୍ଥାନର ଲୋକେ ଲାଭବାନ ହେଉଥିବା ବେଳେ କଳାହାଣ୍ଡି ଜିଲା ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଦାଦନମୁହାଁ ହେଉଛନ୍ତି। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ୋଣ୍ଡୋଗୁଡା, ଜିଲିଙ୍ଗଦର, ରବଣଡ଼ଙ୍ଗର, ଲାଇନ ଡ଼ଙ୍ଗର, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଲାବଣ୍ୟସର, ଓଲବାହାଲି, କାଶୀପଦର, କେନ୍ଦୁକୁପଲା, କୁନକୁତା, ଭାଲୁଚୁଆଁ, ମାକର ଚୁଆଁ, ଉଡ଼ରୁଙ୍ଗ, ଓଲମା, ବାନ୍ଧନଡ଼ଙ୍ଗର ତଥା ଥୁଆମୂଳ ରାମପୁର ବ୍ଲକର କିଛି ଅଞ୍ଚଳରେ କ୍ବାର୍ଟସାଇଜ, ନିଲମ, ମାଣିକ୍ୟ, ମୁନଷ୍ଟନ, ରୁବି, ପନ୍ନା ଆଦି ମୂଲ୍ୟବାନ ରତ୍ନପଥର ଚୋରାରେ ଖନନ ହେଉଥିବା ଅଭିଯୋଗ ହେଉଛି। ଜୁନାଗଡ଼ ଅଞ୍ଚଳର ହିଂଜିଲିବାହାଲି ଓ ଜିଲିଙ୍ଗଦର ରତ୍ନପଥର ଖଣିକୁ ଗତ ୩୦ ବର୍ଷ ଟିକେ ଓ ଏମସି କମ୍ପାନୀ ଖଣି ଖନନ କରୁଥିଲା। ପରେ ଜେମକୋ ନାମକ ଏକ କମ୍ପାନୀ ଖଣି ଖନନ ଦାୟିତ୍ୱ ନେଇଥିଲା। ବର୍ତ୍ତମାନ ସମସ୍ତ ଖଣି ଖନନ ବନ୍ଦ ଅଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଆଦି ଅଞ୍ଚଳରେ ଚୋରାରେ ଖଣି ଖଦାନ ଖୋଲା ଅଛି ଯାଇଥିଲେ ହେଁ ବିଭାଗ ନିରବଦ୍ରଷ୍ଟା ସାଜିଛି। ଅନ୍ୟପକ୍ଷରେ ସମସ୍ତ ଖଣି ଖାଦାନର ସୁରକ୍ଷା ରାଜ୍ୟ ସରକାରଙ୍କ ହାତରେ ଥିବା ବେଳେ କିଭଳି ରତ୍ନପଥର ଚୋରାରେ ଚାଲାଣ ହେଉଛି ତାହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ଅଞ୍ଚଳରେ ମିଳୁଥିବା ରତ୍ନପଥରକୁ ଯୋଜନାବଦ୍ଧ ଭାବେ ପ୍ରକ୍ରିୟାକରଣ କଲେ ଏଠିକାର ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରନ୍ତା। ରାଜନେତା, ଉଦାସୀନତା ପ୍ରଶାସନ ଓ ତଥାକତିଥ ବୁଦ୍ଧିଜୀବୀ ଏକ ସୁପରିକଳ୍ପିତ ଯୋଜନା ମାଧ୍ୟମରେ ଏହାକୁ ଗୁରୁତ୍ୱ ସହ ସୁବିଚାର କରି ଉପଯୁକ୍ତ ପଦକ୍ଷେପ ନେଲେ ସାମଗ୍ରିକ ବିକାଶ ହୋଇପାରନ୍ତା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri