Posted inଜାତୀୟ

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିସହ ହୋସଙ୍ଗାବାଦ-ହରଦା ଜିଲାରେ ୫ଲାଇନମେନ ଓ ୯ ଆଉଟସୋର୍ସ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।  ଏବେ ପର୍ଯ୍ୟନ୍ତ ସରକାର ୬ ଏକ୍ସୁକ୍ୟୁଟିଭ୍‌ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ୫ଜଣଙ୍କୁ ନୋଟିସ କରାଯାଇଛି। ଏଥିସହ ୭ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ୫ଜଣଙ୍କୁ ନୋଟିସ୍‌ ଦିଆଯାଇଛି। ସେହିପରି ୩୨ ଜୁନିୟର ଇଞ୍ଜିନିୟର ସସ୍‌ପେଣ୍ଡ, ୧୮ଙ୍କୁ ନୋଟିସ ଓ ୧୧୦ ଲାଇନମେନ ସସ୍‌ପେଣ୍ଡ  ଓ ୯ଜଣଙ୍କୁ ନୋଟିସ ଦିଆଯାଇଥିବା ଜଣାପଡ଼ିଛି। ଏଥିସହ ୨୨୩ ଅପରେଟରଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିବା ଜଣାପଡ଼ିଛି। ରାଜ୍ୟରେ ନିୟମିତ ବିଦ୍ୟୁତ୍‌ କଟୁଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛତ୍ରୀଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଏଥିସହ କିଛି ଲୋକେ ହୁକ ପକାଇ ବିଜୁଳି ବ୍ୟବହାର କରୁଥିବା ବେଳେ ଟ୍ରାନ୍ସଫରମର ଭାର ସମ୍ଭାଳିନପାରିବାରୁ ସହରରେ ବାରମ୍ବାର ବିଦ୍ୟୁତ୍‌  କାଟ୍‌ ହେଉଛି। ଫଳରେ ଏନେଇ କିଛି ଗ୍ରାମବାସୀ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁଙ୍କଠାରୁ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍‌ ୨୪ ଶୁଣାଣି

କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ...

ଭାରତ ରତ୍ନ ପାଇବେ ପ୍ରଣବ

ନୂଆଦିଲ୍ଲୀ,୮।୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ। ପାଞ୍ଚ...

ମାର୍ଚ୍ଚରେ ୧.୬ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ...

ପଦ୍ମଭୂଷଣ ମିଳିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗଲ ସିଇଓ

ନୂଆଦିଲ୍ଲୀ,୧୯।୧୨: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ଟୁଇଟ କରି ଏହି ସୂଚନା...

ଆମେରିକା-ତାଲିବାନ୍‌ ଶାନ୍ତିଚୁକ୍ତି ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ: ଭୁଲିଗଲଣି କି କାନ୍ଦାହାର ?

ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି। ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ...

ଶହୀଦ ଦିବସରେ ଭଗତ ସିଂ, ସୁକଦେବ, ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶହୀଦ ଦିବସ ଅବସରରେ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦି କହିଛନ୍ତି ଦେଶପ୍ରତି ଥିବା...

‘ମସଲା କିଙ୍ଗ୍‌’ଙ୍କ ପରଲୋକ

ନୂଆଦିଲ୍ଲୀ,୩।୧୨: ଦେଶର ଲୋକପ୍ରିୟ ମସଲା କମ୍ପାନୀ ଏମ୍‌ଡିଏଚ୍‌ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ପରଲୋକ ଘଟିଛି। ସେ ଗୁରୁବାର ସକାଳ ୫.୩୮ ରେ ଶେଷ ନିଶ୍ୱାସ ତ୍ୟାଗ...

Advertisement
Archives

Model This Week