Posted inଜାତୀୟ

ବିଧାୟକଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧାର ଜିଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ଜଣେ ୩୮ ବର୍ଷୀୟା ମହିଳା ନୌଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ନିଜକୁ ଉମଙ୍ଗଙ୍କ ସ୍ତ୍ରୀ ବୋଲି ବର୍ଣ୍ଣନା କରିଛନ୍ତି। ମହିଳା ଅଭିଯୋଗ କରିଛନ୍ତି, ଉମଙ୍ଗ ନଭେମ୍ବର ୨୦୨୧ରୁ ନଭେମ୍ବର ୧୮, ୨୦୨୨ ମଧ୍ୟରେ ଧାର ଜିଲାର ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ପଛରେ ଅବସ୍ଥିତ ବିଧାୟକଙ୍କ ବାସଭବନରେ ତାଙ୍କୁ ଅନେକ ଥର ବଳାତ୍କାର କରିଥିଲେ। କେବଳତ ନୁହେଁ, ତାଙ୍କୁ ମାରପିଟ୍‌ ମଧ୍ୟ କରିଥିଲେ।
ଏହି ସମସ୍ତ ଅଭିଯୋଗ ଆଧାରରେ ଧାର ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଅନୁଯାୟୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ କରିଥିବା ମହିଳା ଜଣକ ଜବଲପୁରର। ତାଙ୍କ ଅଭିଯୋଗରେ ପୋଲିସ କହିଛି ଯେ, ମହିଳା ଜଣଙ୍କ ଏକ ସାଧାରଣ କାର୍ଯ୍ୟକ୍ରମରେ ଉମଙ୍ଗ ସିଙ୍ଗରଙ୍କୁ ଭେଟିଥିଲେ। ଦୁହେଁ ଫୋନରେ କଥା ହେବା ଆରମ୍ଭ କଲେ। ଉମଙ୍ଗ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ। ଏହା ପରେ ମହିଳା ଉମଙ୍ଗଙ୍କ ସହ ଦିଲ୍ଲୀ, ଗୁରୁଗ୍ରାମ, ଧାର ଏବଂ ଭୋପାଳରେ ଥିବା ତାଙ୍କ ବାସଭବନରେ ରହିଥିଲେ। ଏହି ସମୟରେ ଉମଙ୍ଗ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଯେତେବେଳେ ମହିଳା ଜଣକ ଏନେଇ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ, ଉମଙ୍ଗ ତାଙ୍କୁ ମାର୍ଚ୍ଚ ୧୬, ୨୦୨୨ରେ ଭୋପାଳସ୍ଥିତ ତାଙ୍କ ବାସଭବନରେ ବିବାହ କରିଥିଲେ। ତା’ପରେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri