Posted inଜାତୀୟ

ମଧ୍ୟପ୍ରଦେଶର ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଭୋପାଳ,୩ ।୧୧: ମଧ୍ୟପ୍ରଦେଶର ୨୮ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ସକାଳୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରମାନେ ପହଞ୍ଚୁଥିବା ଦେଖାଯାଇଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସମୟ ବଢିବା ସହ ଭୋଟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଏହି ନିର୍ବାଚନରେ ୩୫୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରାଯିବ । କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ସମସ୍ତ ୨୫ ଜଣ ସଦସ୍ୟଙ୍କୁ ଏଥିରେ ଟିକେଟ ମିଳିଥିବା ବେଳେ ଫଳାଫଳ ଉପରେ ଏବେଠାରୁ ସମସ୍ତଙ୍କ ନଜର । ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି । କରୋନା ମହାମାରୀ ବ୍ୟାପୁଥିବାରୁ ସମସ୍ତ ପ୍ରକାର ନିୟମ ମାନି ଭୋଟ ଗ୍ରହଣ କରାଯାଉଛି । ତେମେ ମଧ୍ୟ ପ୍ରଦେଶ ଇତିହାସରେ ଏହା ସବୁଠାରୁ ବଡ ନିର୍ବାଚନ ବୋଳି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri