Posted inଜାତୀୟ

ମୁକୁଳିଲେ ଅମରମଣି, ମଧୁମଣି

ଗୋରଖପୁର/ଲକ୍ଷ୍ନୌ,୨୬ା୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମଧୁମଣି ତ୍ରିପାଠୀ ଜେଲ ଅବଧି ପୂରିବା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମୁକୁଳିଛନ୍ତି। ୟୁପି ଜେଲ ବିଭାଗ ଉଭୟଙ୍କୁ ଆଗୁଆ ମୁକ୍ତ କରିବା ପାଇଁ ଗୁରୁବାର ଅର୍ଡର ଜାରି କରିଥିଲା। ରାଜ୍ୟର ରେମିଶନ୍‌ ପଲିସି (ଉତ୍ତମ ବ୍ୟବହାର ପାଇଁ ଦୋଷୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ମୁକ୍ତ କରିବା ନୀତି) ଅନୁସାରେ ଏହି ଦମ୍ପତି ୧୬ ବର୍ଷ ଜେଲରେ ରହିସାରିଥିବାରୁ ଏବେ ମୁକ୍ତ କରାଯାଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ତ୍ରିପାଠୀ ଦମ୍ପତିଙ୍କ ମୁକ୍ତି ଉପରେ ସ୍ଥଗିତାଦେଶ ଜାରି ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ବେଲା ଏମ୍‌. ତ୍ରିବେଦୀ ରାଜ୍ୟ ସରକାରଙ୍କୁ ନୋଟିସ କରି ମଧୁମିତାଙ୍କ ଭଉଣୀ ନିଧି ଶୁକ୍ଳାଙ୍କ ଆବେଦନ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରାଗାର ବିଭାଗ ଅର୍ଡରରେ ଦର୍ଶାଇଛି ଯେ, ଅମରମଣିଙ୍କୁ ୬୬ ବର୍ଷ ହେଉଥିବାବେଳେ ତାଙ୍କ ସ୍ତ୍ରୀ ମଧୁମଣିଙ୍କୁ ୬୧ ବର୍ଷ ହେଉଛି। ଜେଲରେ ଦୁହିଁଙ୍କ ଆଚରଣ ଉତ୍ତମ ରହିଆସିଛି। ତେବେ ସୁପ୍ରିମକୋର୍ଟ ସେମାନଙ୍କ ମୁକ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସ୍ତ୍ରୀ ଓ ସ୍ବାମୀ ମୁକୁଳି ଗୋରଖପୁର ବିଆର୍‌ଡି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଅମରମଣିଙ୍କ ପୁଅ ଅମନମଣି ତ୍ରିପାଠୀ ଖବରଦାତାମାନଙ୍କୁ କହିଛନ୍ତି, ଡାକ୍ତରଙ୍କ ପରାମର୍ଶକ୍ରମେ ମା’ବାପାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନେ ଯାହା କହିବେ ସେହି ଅନୁସାରେ ଆଗକୁ ସବୁ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ନଉତନଭାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅମନମଣି ୨୦୦୧ରେ ଭାଜପା ସରକାରରେ ମନ୍ତ୍ରୀ ଥିଲେ। ୨୦୦୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସରକାରରେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସେ ସମାଜବାଦୀ ପାର୍ଟି (ଏସ୍‌ପି) ସହ ମଧ୍ୟ ଜଡ଼ିତ। ଅଭିଯୁକ୍ତଙ୍କ ପ୍ରଭାବଶାଳୀ ରାଜନୈତିକ ଓ ଆପରାଧିକ ପୃଷ୍ଠଭୂମି ଥିବାରୁ ସେମାନେ ମୁକୁଳିଥିବାରୁ ନିଜ ଜୀବନ ତଥା ପରିବାର ପ୍ରତି ଭୟ ଅଛି ବୋଲି ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିବା ନିଧି ଶୁକ୍ଳା କହିଛନ୍ତି।
୨୦୦୩ ମେ’ ୯ରେ କବୟିତ୍ରୀ ମଧୁମିତା ଗର୍ଭବତୀ ଥିବାବେଳେ ତାଙ୍କୁ ଲକ୍ଷ୍ନୌସ୍ଥିତ ପେପର ମିଲ୍‌ କଲୋନୀରେ ଗୁଳିକରି ହତ୍ୟା କରାଯାଇଥିଲା। ମଧୁମିତାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଅମରମଣିଙ୍କୁ ସେହିବର୍ଷ ଗିରଫ କରାଯାଇଥିଲା। ଡେରାଡୁନ୍‌ସ୍ଥିତ ଏକ କୋର୍ଟ ଅମରମଣି ଓ ମଧୁମଣିଙ୍କୁ ୨୦୦୭ ଅକ୍ଟୋବରରେ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ନୈନିତାଲ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ଦମ୍ପତିଙ୍କ ଦଣ୍ଡ ଅବଧିକୁ ବଳବତ୍ତର ରଖିଥିଲେ। ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଥରିଲା ପୃଥିବୀ, ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୭ା୩: ଶୁକ୍ରବାର ସକାଳେ ଲେହ ଲଦାଖରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri