ଚାଇନା ତିଆରି

କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ବୋଲି ୨୦୨୦ ପ୍ରାରମ୍ଭିକ ସମୟରେ ଜୋରଦାର ଆଲୋଚନା ହୋଇଥିଲା। ହେଲେ ତାହାକୁ ଚାଇନା ବାରମ୍ବାର ଖଣ୍ଡନ କରିଥିଲା। ଏହା ପରେ ଚର୍ଚ୍ଚା ହୋଇଥିଲା ଯେ, ଚାଇନାର ମାଂସ ବଜାରରୁ ଏହି ଭୂତାଣୁ ଜନ୍ମ ନେଇଛି। କେତେକେ ବାଦୁଡ଼ିକୁ ଭୂତାଣୁର ବାହକ ଭାବେ ଅଭିହିତ କରିଥିବା ବେଳେ ବଜ୍ରକାପ୍ତାଠାରୁ ଏହା ମଣିଷ ଶରୀରକୁ ବ୍ୟାପିଛି ବୋଲି କୁହାଯାଇଥିଲା। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭିଡ୍‌-୧୯ ବିଷୟରେ ପ୍ରକୃତ ପ୍ରମାଣ ନ ପାଇବାରୁ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା। ଅନ୍ୟପକ୍ଷରେ ବିକଶିତ ଦେଶର ବୈଜ୍ଞାନିକମାନେ ଏହା ଉପରେ ଅନୁଧ୍ୟାନ ଆରମ୍ଭ କରିଥିଲେ। ବିଶ୍ୱବ୍ୟାପୀ ଡବ୍ଲ୍ୟୁଏଚ୍‌ଓକୁ ପୁଣି ସମାଲୋଚନା କରାଯିବା ପରେ ଚଳିତବର୍ଷ ଜାନୁୟାରୀରେ ଏହି ବିଶ୍ୱ ସଙ୍ଗଠନର ଏକ ଟିମ୍‌ ଚାଇନା ଯାଇଥିଲେ ମଧ୍ୟ ଭୂତାଣୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ବାହାରିଥିବାର କୌଣସି ପ୍ରମାଣ ପାଇ ନ ଥିଲା। ୨୬ ମେ’ ୨୦୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ ଭୂତାଣୁ ପଶୁପକ୍ଷୀଠାରୁ ମଣିଷ ଦେହକୁ ଆସିଛି କି ପରୀକ୍ଷାଗାରରୁ ବାହାରିଛି ସେ ନେଇ ଖୋଳତାଡ଼କୁ ଡବ୍‌ଲ କରାଯାଉ। ଆମେରିକା ଏ ବିଷୟରେ କିଛି ତଥ୍ୟ ବାହାର କରିବା ପୂର୍ବରୁ ବ୍ରିଟେନ୍‌ର ବୈଜ୍ଞାନିକମାନେ ଆଗେ ସଫଳ ହୋଇଛନ୍ତି। ୩୦ ମେ’ରେ ରିପୋର୍ଟ ପ୍ରକାଶ ପାଇଛି ଯେ ଉହାନ୍‌ର ବୈଜ୍ଞାନିକମାନେ ଏହି ଭୂତାଣୁକୁ ସୃଷ୍ଟି କରିଛନ୍ତି। ବ୍ରିଟିଶ ପ୍ରଫେସର ଅଙ୍ଗୁସ୍‌ ଡାଲ୍‌ଗ୍ଲେଇସ୍‌ ଓ ନରଓ୍ବେ ବୈଜ୍ଞାନିକ ଡକ୍ଟର ବିର୍‌ଜର ସୋରେନ୍‌ସେନ୍‌ଙ୍କ ଗବେଷଣାଲବ୍ଧ ରିପୋର୍ଟରୁ ଜଣାପଡ଼ିଛି, ଉହାନ୍‌ ଲାବ୍‌ରେ ଚାଇନା ବୈଜ୍ଞାନିକମାନେ ‘ଗେନ୍‌ ଅଫ୍‌ ଫଙ୍କ୍‌ଶନ ପ୍ରୋଜେକ୍ଟ’କୁ ନେଇ କାମ କରୁଥିଲେ। ସେମାନେ ବିଭିନ୍ନ ଗୁମ୍ପାରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ି ଉପରେ ପରୀକ୍ଷାନିରୀକ୍ଷା କରୁଥିବା ବେଳେ ପ୍ରାକୃତିକ କରୋନା ଭାଇରସ୍‌ର ମୂଳଅଂଶକୁ ନେଇ ମାରାତ୍ମକ ଭୂତାଣୁ ସୃଷ୍ଟି କରିଥିଲେ।
କରୋନା ଭାଇରସ୍‌ ଚାଇନା ବୈଜ୍ଞାନିକଙ୍କ ଦ୍ୱାରା ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ସୃଷ୍ଟି କରାଯାଇଛି ବୋଲି ‘ଡେଲି ମେଲ୍‌’ରେ ଖବର ପ୍ରକାଶ ପାଇବା ପରେ ପୂର୍ବରୁ ସନ୍ଦେହ କରାଯାଉଥିବା କଥା ସତ୍ୟ ବୋଲି ପ୍ରମାଣିତ ହୋଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଚାଇନା ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଛି ଓ କରୋନା ଭାଇରସ୍‌ ସେଥିରୁ ଅନ୍ୟତମ। ଯେତେବେଳେ ସମଗ୍ର ପୃଥିବୀ ଏହି ରୋଗରେ କଲବଲ ହୋଇ ଭୁଶୁଡ଼ି ପଡ଼ିବା ସ୍ଥିତିକୁ ଆସିଲାଣି ସେତେବେଳେ ମନେହେଉଛି ଚାଇନା ସୁରୁଖୁରୁରେ ଦୈନନ୍ଦିନ ଜୀବନଯାପନକୁ ଫେରିଗଲାଣି। ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଏ ସଂକ୍ରାନ୍ତ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ପରୀକ୍ଷାଗାର ବାହାରକୁ ଏହି ଭୂତାଣୁ ଚାଲିଯାଇ ଜୀବନ ପାଇବା ପରେ ସମଗ୍ର ବିଶ୍ୱ ଆକ୍ରାନ୍ତ ହୋଇପଡ଼ିଛି। ହୁଏତ ସେଥିପାଇଁ ଚାଇନା ସରକାର ଏ ସଂକ୍ରାନ୍ତୀୟ ତଥ୍ୟ ଦେବାକୁ ରାଜି ହେଉ ନାହିଁ। କୋଭିଡ୍‌-୧୯ର ଉତ୍ପତ୍ତି ନେଇ ଖୋଳତାଡ଼ କରୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏ ବିଷୟକୁ ମଧ୍ୟ ଚାଇନା ସ୍ବୀକାର କରିନାହିଁ। ଏହା ଜଣାଶୁଣା ଯେ ଚାଇନା ତା’ର କୌଣସି ତଥ୍ୟ ସାଧାରଣରେ ପ୍ରକାଶ କରେ ନାହିଁ। ୨୦୨୦ ଫେବୃୟାରୀରେ ଉପଗ୍ରହ ଚିତ୍ର ଆଧାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଚାଇନାର ଉହାନ୍‌ ଅଞ୍ଚଳରେ ସଲ୍‌ଫ୍ୟୁରିକ୍‌ ଏସିଡ୍‌ ପରିମାଣ ବୃଦ୍ଧି ପାଇଥିଲା। ଏହାର କାରଣ ଭାବେ ଦର୍ଶାଯାଇଥିଲା, ଗଣଦାହ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଏହି ସ୍ତର ବଢ଼ିଯାଇଥିଲା। ଆଜିର ସ୍ଥିତି ଦେଖିଲେ, ମନେହେଉଛି ଯେପରି ଚାଇନାକୁ କୌଣସି ଦେଶ ପ୍ରଶ୍ନ କରିବାକୁ ସାହସ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri