ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା ଗଢ଼ିବା ପାଇଁ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ଶିକ୍ଷିତ ସମାଜ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଜଣେ ଅପାଠୁଆ ଅଭାବୀ ମଣିଷ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ସଚେତନ ବୋଲାଉଥିବା ଲୋକେ ଅବାଧରେ ଗଛ କାଟି ଚାଲିଥିବା ବେେଳେ ସେ ତାଙ୍କ ଗାଁ ମୁଣ୍ଡରେ ଥିବା ଏକ ଛୋଟିଆ ଜଙ୍ଗଲକୁ ଜଗି ରହିଛନ୍ତି। କୌଣସି ଲୋକଙ୍କୁ ସେହି ଜଙ୍ଗଲରୁ ଗଛ କାଟିବାକୁ ଦିଅନ୍ତି ନାହିଁ। ଏମିତି ଏକ ନିଆରା ଭାବନାର ମଣିଷ ହେଉଛନ୍ତି ମଦନ ମୋହନ ଦାସ ା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତର ନିମଗଢ଼ିଆ (ଜିରିଣା) ଗ୍ରାମରେ ତାଙ୍କ ଘର।
ଗାଁର ପଶ୍ଚିମରେ ଥିବା ଏକ ଛୋଟିଆ ଜଙ୍ଗଲର ସେବା ଯନତ୍ ନେବା ସହିତ ଦୀର୍ଘ ୨୦ ବର୍ଷ ଧରି ଏହାକୁ ସୁରକ୍ଷା ଦେଇ ଆସୁଛନ୍ତି ା ପରିବେଶ ସୁସ୍ଥ ରଖିବାକୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସେ। ତାଙ୍କର ଏହି ଛୋଟ ଜଙ୍ଗଲରେ କୋରେଇ, କଣ୍ଟାକସି, ଶିମିଳି, ଅର୍ଜୁନ, ଲୁଣିକୋଳି ଓ ପଳାସ ଆଦି ବିଭିନ୍ନ ପ୍ରକାରର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗଛ ରହିଛି। ଆଗରୁ କିଛି ଗଛ ଥିବା ବେଳେ ସେ ପ୍ରତି ବର୍ଷ ବୃକ୍ଷରୋପଣ କରୁଛନ୍ତି। ମାତ୍ର ୧୨ ଗୁଣ୍ଠ ଜମି ତାଙ୍କର ନିଜସ୍ବ ସମ୍ବଳ ହୋଇଥିବା ବେଳେ ପରଘରେ ମୂଲ ମଜୁରୀ ଲାଗି ପରିବାର ଚଳାଇଥାନ୍ତି। ଏତେ ଅସୁବିଧାରେ ଥାଇ ମଧ୍ୟ ସମାଜର ମଙ୍ଗଳ ପାଇଁ ତାଙ୍କର ଏହି ସୁନ୍ଦର ଚିନ୍ତାଧାରାକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ। ମଦନ କୁହନ୍ତି ବର୍ତ୍ତମାନ ନୂତନ ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଲୋକେ ଅବାଧରେ ଗଛ କାଟି ଚାଲିଛନ୍ତି। ପ୍ରଚଣ୍ଡ ଖରାରେ ବିଶ୍ରାମ ନେବା ପାଇଁ ମନୁଷ୍ୟ ଓ ପଶୁପକ୍ଷୀ ଛାଇ ଟିକିଏ ପାଉନାହାନ୍ତି। ଏଥିପାଇଁ ମୁଁ ଏ ଜଙ୍ଗଲକୁ ଜଗିବା ସହିତ ଗଛଗୁଡ଼ିକର ଯନତ୍ ନେଉଛି। ଏହି ଜଙ୍ଗଲରେ ବନଦେବୀଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛି। ପ୍ରତିବର୍ଷ ମାଘ ସପ୍ତମୀରେ ଗାଁର ଯୁବକମାନଙ୍କ ସହାୟତାରେ ବନ ଦେବୀଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯାଏ। ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗର କୌଣସି ଅଧିକାରୀଙ୍କର ଏହି ଜଙ୍ଗଲ ପ୍ରତି ଦୃଷ୍ଟି ପଡ଼ିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri