ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ  ଲୋକ ଆହତ ହୋଇଥିବା ବେଳେ ଅଞ୍ଚଳରେ ଗୃହପାଳିତ ପ୍ରାଣୀ ସମ୍ପଦ ମଧ୍ୟ ଏହାର ଶିକାର ହୋଇଥିବା ଅଭିଯୋଗ ହୋଉଛି | ଘଟଣାକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ଘରୁ ପଦାକୁ ବାହାରିବାକୁ ଅଞ୍ଚଳବାସୀ ଭୟଭୀତ ହେଉଛନ୍ତି | ବିଶେଷ କରି ବିଦ୍ୟାଳୟ ଏବଂ ଅଙ୍ଗନାୱାଡି କେନ୍ଦ୍ରକୁ ଯାତାୟାତ କରୁଥିବା ଶିଶୁଙ୍କ ପାଇଁ ଅଭିଭାବକ ଚିନ୍ତାରେ ରହିଛନ୍ତି। ଗ୍ରୀନବାଡି ପଞ୍ଚାୟତର ସରକାରୀ ଶିକ୍ଷୟିତ୍ରୀ ଚିରଶ୍ମିତା ମଲିକଙ୍କ ସମେତ ସୂର୍ଯ୍ୟ ପ୍ରଧାନ,ଆରତୀ ପ୍ରଧାନ, ନିଲାଜିନି ପ୍ରଧାନ,ତନ୍ମୟ ନାୟକଙ୍କ ସମେତ ୧୯ରୁ  ଊର୍ଦ୍ଧ୍ବ ଏଥିରେ ଆହତ ହୋଇ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଥିବା ବେଳେ  କେଵଳ ୭ ଜଣ ଏଥିରେ ଆହତ ହୋଇ  ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଉଛି |

ଏନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ୪ ଜଣ ବିଲୁଆ କାମୁଡା ରୋଗୀ ଆସିଥିଲେ ଏବଂ ଶୁକ୍ରବାର ୩ ଜଣ ମିଶି ମୋଟ ୭ ଜଣଙ୍କୁ ବିଲୁଆ କାମୁଡା ପାଇଁ ଭ୍ୟାକଶିନ ପ୍ରଦାନ କରାଯାଇଛି ଯଦି ଲୋକଙ୍କ କହିବା ପ୍ରକାରେ ଆହୁରି କିଏ ଏଥିରେ ଆହତ ହୋଇଛନ୍ତି ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଭ୍ୟାକଶିନ ନେଇପାରିବେ ବୋଲି କହିଛନ୍ତି ଏନେଇ ବନ ବିଭାଗ ନିରବ ରହିଥିବା ଅଞ୍ଚକବାସୀ ଅଭିଯୋଗ କରିଥିବା ବେଳେ ଦାରିଙ୍ଗବାଡି ବନାଞ୍ଚକ ଅଧିକାରୀ ଲଷ୍ମୀ ନାରାୟଣ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ଉଠାଇ ନ ଥିଲେ |

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri