୧ରୁ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା, ରାମେଶ୍ୱର ଘାଟରୁ ଆସିଲା ପାଣିଭାର

ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଆସନ୍ତା ୧ରୁ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ଏକ ମାସ ପୂର୍ବରୁ ଏହାର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ପୂର୍ବରୁ ଗ୍ରାମର ରେଡି ସାହି ଠାରେ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ମା’ଙ୍କ ଭୂମି ପୂଜା ଏବଂ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି l ଏହି ଉପଲକ୍ଷେ କୈବର୍ତ୍ତ ସାହିରେ ଠାକୁର ବାୟାଧର ଏବଂ ଦଳେଇପୁଟ ସାହିରେ ମାଲୁଆଣୀ ଠାକୁରାଣୀ ଏବଂ ରେଡି ସାହିରେ ମା ଶୀତଳାଇଙ୍କ ତିନୋଟି ଶୁଭଖୁଣ୍ଟ ସ୍ଥାପନ କରାଯାଇଛି। ବରୋଦା ବାବାଙ୍କ ପୂଜାର୍ଚ୍ଚନା ପରେ ମଙ୍ଗଳବାର ଆୟୋଜକ ବଡ଼ କାଇଁଚପୁର ଗ୍ରାମବାସୀଙ୍କ ପକ୍ଷରୁ କଲ୍ୟାଣପୁରଚ୍‌ସ୍ଥିତ ଋଷିକୂଲ୍ୟା ନଦୀ ରାମେଶ୍ୱର ଘାଟରୁ ପାଣିଭାର ଅଣାଯାଇଛି।
ଏହାପରେ ଗୋପାଳସ୍ବାମୀ ରାଧାକୃଷ୍ଣଙ୍କ ମନ୍ଦିର ପ୍ରତିଷ୍ଠା ହେବ।

ଆସନ୍ତା କାଲି ଅର୍ଥାତ ବୁଧବାର ମା’ ଠାକୁରାଣୀଙ୍କୁ ଫୁଲ ଚଢ଼ା ହୋଇ ମା’ଙ୍କ ଠାରୁ ଫୁଲ ତଥା ଆଜ୍ଞାମାଳ ଆସିବା ପରେ ଗୁରୁବାର ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ l ଗ୍ରାମର ବିଭିନ୍ନ ସାହିରେ ମା’ଙ୍କ ଘଟ ପରିକ୍ରମା କରାଯିବ l ଯାତ୍ରା ପରିଚାଳନା କମିଟି ସଭାପତି ତଥା ୧୫ ନଂ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ସମ୍ପାଦକ ଭାଗ୍ୟ ରେଡି , କୋଷାଧକ୍ଷ ପି କ୍ରିଷ୍ଣା ରେଡି, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି, ଶାନ୍ତି କମିଟି ସଦସ୍ୟ କେ ରଜନୀ ରେଡ୍ଡୀ, ରାବଣା ରେଡି, ମାସେନୁ ରେଡି, ଈଶ୍ୱର ସେଠୀ, ଶିବଶଙ୍କର ସେଠୀ, ଲୋକନାଥ ବେହେରା, ପିତାମ୍ବର ବେହେରା, ଦଣ୍ଡ ବେହେରା, ଗ୍ରାମ ଠାକୁରାଣୀଙ୍କ ପୂଜକ ଲଚ୍ଛମନ ରେଡ୍ଡୀଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଯାତ୍ରା ମେ’ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି l ଏଥିପାଇଁ ରାମଦୋଳି, ମିନା ବଜାର ଆଦିଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇଛି l ଏଥିସହ ଭକ୍ତ ଓ ଦର୍ଶକଙ୍କ ମନରଞ୍ଜନ ପାଇଁ ଅପେରା ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି l ପୂର୍ବରୁ ଏହି ଯାତ୍ରା ତିନି ବର୍ଷକୁ ଥରେ ଅନୁଷ୍ଠିତ ହେଉଥିଲା । କିନ୍ତୁ କୌଣସି କlରଣରୁ ତାହା ବନ୍ଦ ହୋଇଯାଇଥିଲା l ୧୨ ବର୍ଷ ପରେ ଚଳିତ ବର୍ଷ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ କାଇଁଚପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି l ଏହି ଯାତ୍ରା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଆଇନ ଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନର ସହାୟତା ଲୋଡିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri