ବଙ୍ଗୀୟ ରୀତିନୀତିରେ ମା’ କାଳୀଙ୍କ ବିସର୍ଜନ: ସିନ୍ଦୂର ଖେଳି ବିଦାୟ ଜଣାଇଲେ ମହିଳା ଶ୍ରଦ୍ଧାଳୁ

ବଲାଙ୍ଗୀର,୨୨।୧୦( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦୀପାବଳୀ ଉତ୍ସବ ଓ କାଳୀ ପୂଜା ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି l ବଲାଙ୍ଗୀର ବଙ୍ଗାଳୀ ସମାଜ ପକ୍ଷରୁ ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପଠାରେ ସୋମବାର ରାତିରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ବୁଧବାର ଭକ୍ତମାନଙ୍କ ପାଇଁ ପୂଜା କମିଟି ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ପାରମ୍ପରିକ ବଙ୍ଗୀୟ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ବୁଧବାର ରାତିରେ ମା’ଙ୍କ ବିସର୍ଜନ କରାଯାଇଥିଲା। ଏହି ଅବସରରେ ମହିଳାମାନେ ମା’ଙ୍କୁ ଆସନ୍ତା ବର୍ଷକୁ ଧରାବତରଣ କରିବାକୁ ପ୍ରାର୍ଥନା କରିଥିଲେ। ପରେ ସେମାନେ ସିନ୍ଦୂର ଲଗାଇବା ସହ ଅର୍ପଣ ସିନ୍ଦୂରକୁ ଅନ୍ୟ ବିବାହିତ ମହିଳାଙ୍କ ମଥାରେ ଲଗାଇ ସିନ୍ଦୂର ଖେଳ ଖେଳି ସୌଭାଗ୍ୟ, ଆଶୀର୍ବାଦ ପ୍ରାପ୍ତି ପାଇଁ ମାଆଙ୍କୁ ନିବେଦନ କରିଥିଲେ। ବଙ୍ଗୀୟ ରୀତି ନିତିରେ ପୂଜା ଅର୍ଚ୍ଚନା କରି ମାଆଙ୍କୁ ବିସର୍ଜନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri