ଭିତରକନିକାର ମା’ଜୟଦୁର୍ଗା

ରାଜନଗର,୪ା୧୦(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଅନନ୍ୟ ସ୍ବାକ୍ଷର ବହନ କରିଛନ୍ତି ମା’ଜୟଦୁର୍ଗା। ମା’ଜୟଦୁର୍ଗା ଏଠାରେ ବନଦୁର୍ଗା ଭାବେ ଆବିର୍ଭୁତା ହୋଇଥିଲେ ବି ଜଗତ ଜନଙ୍କର ମଙ୍ଗଳ ବିଧାନ ପାଇଁ ତାଙ୍କୁ ଅଷ୍ଟଭୂଜା କୁଷ୍ମାଣ୍ଡା ଦେବୀ ଭାବେ ଗ୍ରହଣ କରାଯାଇପାରେ। ତାଙ୍କ ହାତରେ ଅଛି କମଣ୍ଡଳୁ, ଧନୁଷ, ବାଣ, କମଳ, ଅମୃତକଳସ, ଚନ୍ଦ୍ର, ଗଦା ଏବଂ ଅଷ୍ଟମ ହାତରେ ଅଛି ସିଦ୍ଧି ଓ ନିଧି ପ୍ରଦାନକାରୀ ଜପାମାଳା।
ଲୋକକଥାରୁ ମା’ଙ୍କ ଆର୍ବିଭାବ ସମ୍ପର୍କରେ ନାନାଦି କାହାଣୀ ବିଭିନ୍ନ କାବ୍ୟ କବିତାରେ ସ୍ଥାନୀୟ ଭକ୍ତମାନେ ରଚନା କରିଛନ୍ତି। ଅତୀତରେ ନଦୀ ନାଳ ପରିବେଷ୍ଟିତ ଏହି ଅଞ୍ଚଳ ଘଞ୍ଚ ଝାଟି ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ରାସ୍ତାଘାଟ ନ ଥିଲା। ଏବେକାର ପୀଠର ଅନତି ଦୂରରେ ଥିଲା ସାଗର, ଯେଉଁଟି ଉତ୍କଳୀୟ ନୈବାଣିଜ୍ୟ ପାଇଁ ମୁଖ୍ୟ ପଥ ଥିଲା। ଶୁଣାଯାଏ, ଜଳପଥରେ ଯାଉଥିବା କୌଣସି ସାଧବଙ୍କ ବୋଇତ ବାଙ୍କୁଆଳ ସଂଲଗ୍ନ ସମୁଦ୍ରରେ ଦୁର୍ଘଟଣା ଘଟି ବୁଡିଯାଇଥିଲା। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ତଟ ଝାଟି ଜଙ୍ଗଲ ହୋଇଯାଇଥିଲା। କନିକା ଜମିଦାରୀ ସମୟରେ କୃତିମ ଭାବେ ଏ ଅଞ୍ଚଳକୁ ଖୋଳା ନଈ ମାଧ୍ୟମରେ ଅଭୟାରଣ୍ୟ ସୃଷ୍ଟି କରି ତତ୍‌କାଳୀନ କନିକାର ଭଞ୍ଜ ରାଜବଂଶ ବନ ତତ୍ତ୍ୱାବଧାରକ ନିଯୁକ୍ତି ଦେଇ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ନେଇଥିଲେ। କନିକା ଜମିଦାରୀର ନୀଳମଣି ମହାନ୍ତି, ବନ ତତ୍ତ୍ୱାବଧାରକ ହିଁ ସର୍ବ ପ୍ରଥମେ ପ୍ରତ୍ୟକ୍ଷ ହୋଇଥିଲେ ମା’ଙ୍କୁ। ବନ ତତ୍ତ୍ୱାବଧାନ ସମୟରେ ଦିନେ ମହାନ୍ତି ଙ୍କୁ ଜଣାଗଲା, ଘନଘୋର ରାତ୍ରିରେ ଘଞ୍ଚ ବନାନୀ ଭିତରେ ଯେପରି ଏକ ଦିବ୍ୟ ଉଜ୍ଜଳ ଆଲୋକର ସରଳରେଖା ଗତି କରୁଛି। ଆଲୋକିତ ହୋଇଯାଉଛି ଦିଗବିଦିଗ। ନିୟମିତ ସେ ଅନୁଭବ କଲେ, ଏକ ଦିବ୍ୟ ସତା ଯେପରି ତରଙ୍ଗାୟିତ ହେଉଛି ଏଇ ବଣମୁଲକରେ। ଦିନେ ସନ୍ତର୍ପଣରେ ସାହସ ସଞ୍ଚୟ କରି ସେ ଆଲୋକର ପଥକୁ ଅନୁସରଣ କରି ଦେଖିଲେ, ଘନଘୋର ରାତ୍ରିର କୃଷ୍ଣିମା ଭିତରେ କେହି ଜଣେ ଦିବ୍ୟନାରୀ, ବରାଭୟରେ ବିଭୁଷିତା ହୋଇ ସ୍ମିତ ହସି ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ‘ମୋତେ ନେଇଚାଲ ବାଙ୍କୁଆଳ, ମୁଁ ରହିବି ସେଇଠି’। ପରବର୍ତ୍ତୀ ଅବସ୍ଥାରେ ନୀଳମଣି ସ୍ଥାନୀୟ ଜନତାଙ୍କ ସହାୟତାରେ ଉଦ୍ଧାର କଲେ ମା’ଙ୍କ ଅଷ୍ଟଭୂଜା ବିଗ୍ରହ। ନିକଟରେ ବୁଡିଯାଇଥିବା ବୋଇତରୁ ସଂଗ୍ରହ କଲେ ତାଙ୍କ ପାର୍ଶ୍ୱ ଦେବତା। ବାଙ୍କୁଆଳ ମୌଜାରେ ଏକ ଚାଳ ମନ୍ଦିରରେ ମା’ ଅବସ୍ଥାପିତା ହେଲେ ଏବଂ ପାର୍ଶ୍ୱରେ ଶୋଭା ପାଇଲେ ନାଗା ନାରାୟଣ, ଅନନ୍ତ ଶୟନ ମୂର୍ତ୍ତି। ପରେ ହରହର ମହାଦେବଙ୍କୁ ଅବସ୍ଥାପିତ କରାଗଲା। ତତ୍‌କାଳିନ କନିକା ଜମିଦାର ମା’ଙ୍କ ପୂଜା ବିଧି ପାଇଁ ବ୍ରାହ୍ମଣ ନିଯୋଗ କରି ମା’ଙ୍କ ସେବା ପାଇଁ ଜାଗିରି ସୂତ୍ରରେ ଜମି ଖଞ୍ଜି ଦେଲେ। ସେହିଦିନରୁ ଅଦ୍ୟାବଧି ସବୁ ବିଧି ବିଧାନ ପାଳନ କରାଯାଇ ମା’ଙ୍କ ପୂଜା ନିର୍ଘଣ୍ଟ ସମ୍ପନ୍ନ ହେଉଛି। ବର୍ତ୍ତମାନ ଚାଳଘର ପରିବର୍ତ୍ତେ ଭବ୍ୟ ସୁଉଚ୍ଚ ମନ୍ଦିରରେ ମା’ଙ୍କୁ ଅବସ୍ଥାପିତା କରାଯାଇ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କର ପାର୍ବଣ ହୁଏ ଶାରଦୀୟ ଦୁର୍ଗାପୂଜା ସମୟରେ। ପାରମ୍ପାରିକ ଭାବେ ମୂଳାଷ୍ଟମୀଠାରୁ ତାଙ୍କୁ ଧରାବତରଣ ପାଇଁ ଆବାହନ କରାଯାଏ। ଶାରଦୀୟ ଦୁର୍ଗାପୂଜା ସମୟରେ ନିତ୍ୟପୂଜା ସହ ଷୋଡଶ ଉପଚାର ପୂଜା, ଚଣ୍ଡିପାଠ ଆଦି କରାଯାଏ। କନିକା ଜମିଦାରୀର ବିଲୁପ୍ତି ପରେ ଅବିଭକ୍ତ ଡାଙ୍ଗମାଳ ପଞ୍ଚାୟତରୁ ମନୋନିତ ମା’ ଜୟଦୁର୍ଗା ମନ୍ଦିର ପରିଚାଳନା କମିଟି ମା’ଙ୍କ ସେବାବିଧି ପାଇଁ ସୁବ୍ୟବସ୍ଥା କରିଛନ୍ତି। ମା’ଙ୍କ ପୀଠରେ ଥିବା ପାର୍ଶ୍ୱ ଦେବତାଙ୍କ ସମ୍ପର୍କରେ ବିଶେଷ ତଥ୍ୟ ନାହିଁ। ମହାଦେବ ଓ ଅନନ୍ତଶୟନ ଭିନ୍ନ ଏଠାରେ ଶୋଭା ପାଉଛନ୍ତି ଯେଉଁ ବିଗ୍ରହ, ତାହା ଏକ ବୁଦ୍ଧମୂର୍ତ୍ତୀ ଭଳି ପ୍ରତୀୟମାନ ହୁଏ। ଆଲୋଚକମାନଙ୍କ ମତରେ ବୁଦ୍ଧ ଧର୍ମର ପ୍ରସାର କାଳରେ କେନ୍ଦ୍ରାପଡା, ଯାଜପୁର ସୀମାରେଖାରେ ଥିବା ବୁଦ୍ଧକିର୍ତ୍ତୀ ଲଳିତଗିରି, ରତ୍ନଗିରିଠାରେ ବୁଦ୍ଧ ଧର୍ମର ପ୍ରାବଲ୍ୟ ଥିଲା। କିନ୍ତୁ ବ୍ରାହ୍ମଣ୍ୟ ଧର୍ମର ଉତ୍‌ଥାନ ପରେ, ଏହି ମୂର୍ତ୍ତୀଗୁଡିକ ମସ୍ତକରେ ସିନ୍ଦୁର ଲେପି ଏହାକୁ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି। ଅନ୍ୟଏକ ମତକୁ ମଧ୍ୟ ଅସ୍ବୀକାର କରା ନ ଯାଇପାରେ। କେହି ଜଣେ ବଣିକ ସୁଦୂର ଦକ୍ଷିଣ ପୂର୍ବ ଏସିଆରୁ ଆଣିଥିବା ଏହି ମୂର୍ତ୍ତୀ ହୁଏତ ଦୁର୍ଘଟଣା ଗ୍ରସ୍ଥ ହୋଇ ଏଠାରେ ଚିରଦିନ ରହିଯାଇ ଥାଇ ପାରେ। ଏହା ଅଧିକ ପ୍ରତ୍ନତାତ୍ୱିକ ଗବେଷଣା କରାଗଲେ ଏହି ରହସ୍ୟମୟୀ ଦେବୀଙ୍କ ପ୍ରକୃତ ତଥ୍ୟ ଜନମାନସରେ ପରିପ୍ରକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri