ଅବ୍ୟବସ୍ଥା ଘେରରେ ମା’ ରାମଚଣ୍ଡୀ ପୀଠ

ମହାକାଳପଡ଼ା,୭ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ମହାକାଳପଡ଼ା ବ୍ଲକ ରାମନଗରଠାରେ ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେବ। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ ଘରକରଣା ଜିନିଷଠୁ ଆରମ୍ଭ କରି ଭଳିକି ଭଳି ବିଭିନ୍ନ ଦୋକାନ ବଜାର ପସରା ମେଲିବ। ଦୁଃଖ ଓ ପରିତାପର ବିଷୟ, ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ମନ୍ଦିରର ରଙ୍ଗ, ପୋଖରୀ ପଙ୍କୋଦ୍ଧାର, ପାନୀୟ ଜଳ ଓ ଶୌଚାଳୟ ନିର୍ମାଣକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏହି ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପାନୀୟ ଜଳଯୋଗାଣ, ପରିମଳ, ବିଦ୍ୟୁତ୍‌, ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଟ୍ରାଫିକ୍‌, ଅଗ୍ନି ନିରାପତ୍ତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଚଳିତବର୍ଷ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ମନ୍ଦିର ପରିସର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ମନ୍ଦିର ବେଢ଼ା ଚାରିପାଖେ ଉଚ୍ଚ କ୍ଷମତାସମ୍ପନ୍ନ ଆଲୋକ ସଜ୍ଜା ସହ ମା’ଙ୍କ ମନ୍ଦିରରେ ରଙ୍ଗଲେପନ ହୋଇପାରିଲା ନାହିଁ। ବେଢ଼ା ପରିସରରେ ଥିବା ପୋଖରୀରେ କୁଢ଼ କୁଢ଼ ଆବର୍ଜନା, ଅପରିଷ୍କାର ଜଳ ରହିଛି। ଏହାକୁ ପରିଷ୍କାର କରିବାରେ ପରିଚାଳନା କମିଟି ବ୍ୟର୍ଥ ହୋଇଛି। ସ୍ବଳ୍ପ ଜଳ ପଙ୍କୋଦ୍ଧାର ନ ହେବା ଯୋଗୁ ଅପରିଷ୍କାର ହୋଇ ରହିଛି। ଏହାକୁ ନିଷ୍କାସନ କରି ସ୍ବଚ୍ଛ ଜଳ ଭରିବାର ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପକ୍ଷରେ ଝାମୁଯାତ୍ରା ଅନୁଷ୍ଠିତ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅସ୍ଥାୟୀ ଦୋକାନଗୁଡ଼ିକୁ ସ୍ଥାନ କିଏ ବଣ୍ଟନ କରିବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମନ୍ଦିର ପରିଚାଳନା କମିଟି ୨ବର୍ଷ ପୂର୍ବରୁ ଅବଧି ସରିଯାଇଛି। ଦାୟିତ୍ୱ ଥିବା ଅସ୍ଥାୟୀ ଟ୍ରଷ୍ଟିଙ୍କ ମନ୍ଦିର ପରିଚାଳନାରେ ତ୍ରୁଟି ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତିବର୍ଷ ଝାମୁଯାତ୍ରାରେ ଲକ୍ଷାଧିକ ଟଙ୍କା ଆୟ ହେଉଥିବା ବେଳେ ତାହାର କୌଣସି ହିସାବ ନାହିଁ। ମା’ଙ୍କ ପୀଠରେ କେତେଜଣ ଦଲାଲ ରାତିଅଧିଆ ନାବାଳିକାଙ୍କ ବିବାହ କରାଉଛନ୍ତି। ଏ ନେଇ ପୋଲିସ, ପ୍ରଶାସନ ଅଗୋଚରରେ ସମ୍ପନ୍ନ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଅପରପକ୍ଷରେ ଏହି ପୀଠରେ କେତେଜଣ ନାବାଳିକାଙ୍କ ଆଧାର କାର୍ଡକୁ ଏଡିଟିଂ କରାଯାଇ ବୟସ ବଢ଼ାଇ ବିବାହ କରାଯାଉଛି ବୋଲି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ବିଭିନ୍ନ ସମୟରେ ମା’ଙ୍କ ମନ୍ଦିରରେ ଅଳଙ୍କାର ଚୋରି ହୋଇଥିଲେ ମଧ୍ୟ ଏ ନେଇ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ପୀଠର ସୁରକ୍ଷା ପାଇଁ ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ସୂଚନା ଦେଇଛନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ ୭ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭିଡ଼ ପରିଲକ୍ଷିତ ହେବାକୁ ଥିବାରୁ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ। ବେଢ଼ା ପରିସରରେ ଅସ୍ଥାୟୀ ନଳକୂପ ଖନନ, ସୁଲଭ ଶୌଚାଳୟ, ପୋଖରୀରୁ ପଙ୍କୋଦ୍ଧାର କରି ବିଶୁଦ୍ଧ ଜଳ ଭର୍ତ୍ତିି କରିବା, ମନ୍ଦିର ରଙ୍ଗ ଆଦି କାର୍ଯ୍ୟ ଝାମୁଯାତ୍ରା ପୂର୍ବରୁ ସମାପନ କରିବାକୁ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ବିଡିଓ ଦେବାଶିଷ ରାଉତଙ୍କୁ ଭେଟି ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର କର୍ମକର୍ତ୍ତା କଳ୍ପତରୁ ସାମଲ, ଅଶୋକ କୁମାର ସ୍ବାଇଁ, ସୁବାସ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ହେମନ୍ତ ସ୍ବାଇଁ, ସମୀର ମିସ୍ତ୍ରି, ସୁବାସ ବିଶ୍ୱାସ, ପବିତ୍ର ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ତ୍ରିପାଠୀଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟି ମଥୁରି ଚରଣ ସେନାପତିଙ୍କୁ ପଚାରିବାରେ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବା ସହ ଝାମୁଯାତ୍ରା ପୂର୍ବରୁ ସମସ୍ତ ଅବ୍ୟବସ୍ଥାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?