ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା

ଦିଗପହଣ୍ଡି,୨।୧୦(ଡି.ଏନ.ଏ.): ଦିଗପହଣ୍ଡି ସହରର ଗଣପର୍ବ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଠାକୁରାଣୀ ଯାତ୍ରା ନିମନ୍ତେ ସହର ଉତ୍ସବ ମୁଖର ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ବାସିନ୍ଦା ଯାତ୍ରା ପାଇଁ ପିଲାଙ୍କୁ ନେଇ ଘରକୁ ଆସିଛନ୍ତି। ଯାତ୍ରା ପାଇଁ ଘରେ ଘରେ ପିଠା ପଣା ଭୋଜି ଭାତର ଆସର ପାଲଟିଛି। ଶନିବାର ମନ୍ଦିର ପୀଠକୁ ଗଙ୍ଗା ଜଳରେ ଶୋଧନ କରାଯିବା ପରେ ପୂର୍ବ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ମା’ ଙ୍କୁ ମାଜଣା ସେବା ପୂଜା ବନ୍ଦାପନା କରାଯାଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ, ମନ୍ଦିର ସେବାୟତ ଲିଙ୍ଗରାଜ ପାତ୍ର, ଶମ୍ଭୁନାଥ ପାତ୍ର, ସୋମନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ର, ଆଦିତ୍ୟ ପାତ୍ର ପ୍ରମୁଖ ଦୀର୍ଘ ସମୟ ଧରି ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ସାନ୍ଧ୍ୟା ଆଳତି କରାଯାଇଥିଲା। ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଢୋଲ, ମହୁରୀ, ମୃଦଙ୍ଗ, ଘଣ୍ଟ , ଗିନି କୀର୍ତ୍ତନ ବାଦ୍ୟ ବାଜଣା ସହ ମା’ ଙ୍କ ଜୟ ଜୟକାର ଧ୍ୱନିରେ ମନ୍ଦିର ପୀଠ ପ୍ରକମ୍ପିତ ହୋଇଥିଲା। ମୁଖ୍ୟ ପୁରୋହିତଙ୍କ ଦ୍ୱାରା ଶକ୍ତିପଲ୍ଲବ ଦେବୀ ମନ୍ତ୍ର ପାଠ କରାଯାଇ ନବଶକ୍ତି ମଣ୍ଡଳ ପୂଜା କ୍ରମରେ ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୂପର୍କ, ପୁନଃ ଅଚମନ, ବସ୍ତ୍ର ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମହା ଆଳତି ବନ୍ଦାପନା ପରେ ମା’ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠକୁ ଆବାହନ କରାଯାଇଥିଲା। ରାତି ପ୍ରାୟ ୧୦ ଟା ୪୮ ମିନଟ ରେ ମା’ ମସ୍ତକରୁ ଆଜ୍ଞା ମାଳ ଖସିବା ପରେ ଫୁଲମଣ୍ଡା ଖଚିତ ଚାଙ୍ଗୁଡ଼ିକୁ ମା’ ବିରାଜମାନ କରିଥିଲେ। ପରେ ଫୁଲ ମଣ୍ଡା ଚାଙ୍ଗୁଡିକୁ ମୁ୍ଯଯ ସେବାୟତଙ୍କ ମସ୍ତକକୁ ଉଠା ଯାଇଥିଲା। ନୃତ୍ୟ ଗୀତ ବାଦ୍ୟ ବାଜଣା ଆତସବାଜି ଫୁଟାଯାଇ ବିଶାଳ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଛକ, ବଜାର ସାହି ପରିକ୍ରମା କରି ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ରାତି ପ୍ରାୟ ୧ ଟାରେ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚି ଥିଲେ। ଯାତ୍ରା କମିଟି ସଭାପତି ବିକାଶ ପଶୁପାଳକ, ଉପସଭାପତି ପ୍ରଭାକର ରେଡ୍ଡୀ, ସମ୍ପାଦକ ନୀଳମାଧବ ଗୌଡ, ସହ ସମ୍ପାଦକ ଆଲୁ.ସୁଶାନ୍ତ, କୋଷାଧ୍ୟକ୍ଷ ହିମାଂଶୁ ଶେଖର ପାଣିଗ୍ରାହୀ, ସହ କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ଦୁର୍ଗା ମେକାପଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୮ ତାରିଖ ଶନିବାର ଭୋରରେ ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଏହି ଯାତ୍ରା ମହୋତ୍ସବ ଉଦ୍‌ଯାପିତ ହେବ। ପ୍ରତିଦିନ ସନ୍ଧ୍ୟାରେ ଯାତ୍ରା ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri