ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ: ମେଲାଣିରେ ହଜାର ହଜାର ଶ୍ରଦ୍ଧାଳୁ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ତଥା ଦିଗପହଣ୍ଡି ସହରରେ ଗତ ୨୯ ତାରିଖ ଆଶ୍ୱିନ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ତିଥିରୁ ଚାଲିଥିବା ସହରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଆଶ୍ୱିନ କୁମାର ପୂର୍ଣ୍ଣମୀ ତିଥି ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ବର୍ଷକ ପାଇଁ ବିଦାୟ ନେଇଛନ୍ତି ମା ’ ବୁଢ଼ୀ ଠାକୁରାଣୀ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୩ଟାରେ ବଜାର ସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଷୋଡ଼ଶପଚାରରେ ମା ’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଯାତ୍ରା ପୀଠରେ ହୋମଯଜ୍ଞ କରାଯାଇ ମନ୍ତ୍ର ଦ୍ୱାରା ମା ’ ଙ୍କୁ ବିଧି ମୁତାବକ ମେଲାଣି ଯାତ୍ରା ପାଇଁ ଆବାହନ କରାଯାଇଥିଲା। ଆଜ୍ଞାମାଳ ମସ୍ତକରୁ ଖସିବା ପରେ ପାର୍ଶ୍ୱଘଟଧାରୀ ମହିଳାମାନେ ମା ’ଙ୍କ ଅନୁମତି ନେଇ ମୂଳ ମନ୍ଦିରକୁ ବାହୁଡ଼ିବା ଲାଗି ଘଟ ଉଠାଇଥିଲେ। ମୁଖ୍ୟଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ଙ୍କ ବିଦାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଯାତ୍ରାର ଉଦ୍‌ଯାପନୀ ଦିବସରେ ସହର ତଥା ଆଖପାଖ ଗ୍ରାମାଞ୍ଚଳର ୧୦ ହଜାର ରୁ ଉଦ୍ଧର୍‌ବ ଲୋକଙ୍କ ସମାଗମ ହୋଇଥିଲା। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମା ’ ଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ। ନୃତ୍ୟ ଗୀତ,ଆତସବାଜି ରୋଷଣୀ,ଫଗୁ ଖେଳ ଓ ବାଦ୍ୟର ତାଳେ ତାଳେ ମା ’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରାପୀଠରୁ ବାହାରି ବଜାର ସାହି ଅତିକ୍ରମ କରି ସାନଦାଣ୍ଡ ସାହି ଶେଷରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରବେଶ କରିଥିଲେ।ସେଠାରେ ଉପସ୍ଥିତ ସେବାୟତ (ଜାନି) ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠକୁ ଶୋଧନ କରାଯାଇ ସକାଳ ଧୂପ ଦିଆଯାଇଥିଲା। ସୋମବାର ସନ୍ଧ୍ୟାରୁ ଅସ୍ଥାୟୀ ଯାତ୍ରା ପୀଠରେ ଦିଗପହଣ୍ଡି ବ୍ଲକ ଗୁହାଳପୁର ଏବଂ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ପୌରାଣିକ ରାମାୟଣ ଥିଏଟର ମଞ୍ଚସ୍ଥ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ଅଭିନବ ବିକାଶ ମେଳାରେ ଚରମ ଅବ୍ୟବସ୍ଥା: ପ୍ରକୃତ ହିତାଧିକାରୀ ବଞ୍ଚିତ, ଅଧାରୁ ସଭା ଛାଡ଼ିଲେ…

ଥୁଆମୂଳ ରାମପୁର, ୨୫।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ବ୍ଲକ ସ୍ତରୀୟ ସମ୍ବୀଳନୀ ଗୁରୁବାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ପାଣି ଦେବାକୁ ଯାଇଥିଲେ, ଛାତରୁ ଖସି ପଡ଼ି ଚାଲିଗଲା ସୁଜାତାଙ୍କ ଜୀବନ; କାନ୍ଦବୋବାଳିରେ…

ଛତ୍ରପୁର,୨୫|୬(ଦିଲ୍ଲୀପ ସାମଲ): ଘର ଛାତ ଉପରେ କାମ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତଳକୁ ଖସି ପଡ଼ି ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri