Posted inଜାତୀୟ

ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍‌: ନେଲେ ଶପଥ

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୬୮ ବର୍ଷୀୟ ଷ୍ଟାଲିନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହାପୂର୍ବରୁ ଷଷ୍ଠ ଥର ତାମିଲନାଡୁର ଶାସନ କରିବାକୁ ତାଙ୍କ ଦଳକୁ ଆଦେଶ ଦେଇଥିବାରୁ ଷ୍ଟାଲିନ ରାଜ୍ୟର ସମସ୍ତ ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ। ଏହାସହ ସେ ସେମାନଙ୍କ ପାଇଁ ସଚ୍ଚୋଟ ଭାବରେ କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଡିଏମକେ କ୍ଷମତାକୁ ଆସିଲେ ଲୋକମାନେ ସେମାନଙ୍କ କଲ୍ୟାଣ ସୁରକ୍ଷିତ ରହିବେ ବୋଲି ହୃଦୟଙ୍ଗମ କରି ଜନସାଧାରଣଙ୍କୁ ସେମାନଙ୍କର ବିପୁଳ ସମର୍ଥନ ଦେଇଛନ୍ତି। ଅତୀତରେ, ୨୦୦୬-୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ମଧ୍ୟରେ ଡିଏମ୍‌କେ ରାଜ୍ୟକୁ ଶାସନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

ଥର୍‌ ଲିଙ୍କ୍‌ ଏକ୍ସପ୍ରେସ ବନ୍ଦକଲା ଭାରତ

ଜୟପୁର, ୧୭ା୮(ପି.ଟି.): ରାଜସ୍ଥାନର ଯୋଧପୁରରୁ ପାକିସ୍ତାନର କରାଚୀ ସହରକୁ ସଂଯୋଗ କରୁଥିବା ଥର୍‌ ଲିଙ୍କ ଏକ୍ସପ୍ରେସ ରେଳସେବାକୁ ଶୂୁକ୍ରବାର ଭାରତ ବାତିଲ କରିଛି। ଶୁକ୍ରବାରଠାରୁ ଏହି ରେଳଯାତ୍ରା...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

କରୋନା ଲଢ଼େଇରେ ସରେଣ୍ଡର କରିଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ଟପିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ...

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି ।...

ସ୍ବଚ୍ଛ ଭାରତ ଅଭିଯାନରେ ବାଜି ମାରିଲା ଏମ୍ସ: ମିଳିଲା ୩ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ପ୍ରଥମ ହୋଇଛି ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)।...

ବାଡ଼ିରେ ପିନ୍ଧାଇଲେ ବରଣମାଳା..

ପାଟନା,୨।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କେତେକ ବ୍ୟକ୍ତି ପ୍ରୟାସ କରୁଛନ୍ତି। ସମ୍ପ୍ରତି ବିହାରର ବେଗୁସରାଇରେ...

ମରୋଣତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ...

Advertisement
Archives

Model This Week