କ୍ଷମତା ଲୋଭ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ୨୩ ଅକ୍ଟୋବର ୨୦୨୨ରେ ତୃତୀୟ ଥର ପାଇଁ ଦେଶର ସର୍ବମୟ କର୍ତ୍ତା ହୋଇଛନ୍ତି। ଫଳରେ ଏହି ୫ ବର୍ଷର ଶାସନ ସମୟକୁ ମିଶାଇଲେ ସେ ୧୫ ବର୍ଷ ରାଷ୍ଟ୍ରପତି ରହିବାର ଗୌରବ ଅର୍ଜନ କରିବେ। ଏହା ପୂର୍ବରୁ ହୁ ଜିଣ୍ଟାଓ ୧୦ ବର୍ଷ, ଜିଆଙ୍ଗ୍‌ ଜେମିନ୍‌ ଓ ଲିଉ ସାଓକି ୯ ବର୍ଷରୁ ଊର୍ଦ୍ଧ୍ୱ ଏବଂ ମାଓ ସେତୁଙ୍ଗ୍‌ଙ୍କ ଭଳି ନେତା କେବଳ ୪ ବର୍ଷରୁ ଅଧିକ ସମୟ ରାଷ୍ଟ୍ରପତି ରହିଥିଲେ। ତେବେ ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓ ୨୦୧୨ରେ ଜିନ୍‌ପିଙ୍ଗ୍‌ଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ। ହେଲେ ଏକ ଅସ୍ବାଭାବିକ ଘଟଣାକ୍ରମରେ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସପ୍ତାହବ୍ୟାପୀ ଚାଲିଥିବା ୨୦ତମ ଅଧିବେଶନର ଶେଷ ଦିନ ୨୨ ଅକ୍ଟୋବରରେ ଜିନ୍‌ପିଙ୍ଗ୍‌ଙ୍କ ପାଖରେ ବସିଥିବା ଜିଣ୍ଟାଓଙ୍କୁ ସିକ୍ୟୁରିଟି କର୍ମଚାରୀମାନେ ଜବରଦସ୍ତ ଉଠାଇ ନେଇ ପୋଡିୟମ୍‌ ବାହାରେ ଛାଡ଼ି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ସଂକ୍ରାନ୍ତ ଭିଡିଓ ବିଶ୍ୱବ୍ୟାପୀ ପ୍ରସାରିତ ହେବା ପରେ ଜିନ୍‌ପିଙ୍ଗ୍‌ଙ୍କ ନୀରବତାକୁ ସମାଲୋଚନା କରାଯାଇଛି। ଚାଇନା ଗଣମାଧ୍ୟମ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ତେବେ ଗ୍ରେଟ୍‌ ହଲ୍‌ ଅଫ୍‌ ପିପୁଲ୍‌ରେ ଉପସ୍ଥିତ ୨,୩୦୦ ପ୍ରତିନିଧି, ଅଧିକାରୀ ଓ ଗଣମାଧ୍ୟମ ବ୍ୟକ୍ତିଙ୍କ ସମ୍ମୁଖରେ ଏଭଳି ଦୃଶ୍ୟ ଅଭିନୀତ ହେବା ସୂଚାଇ ଦେଉଛି ଯେ ଦୀର୍ଘକାଳୀନ ଶାସନ ଲାଗି ଜିନ୍‌ପିଙ୍ଗ୍‌ ଯେଉଁ ପ୍ରସ୍ତୁତି ଚଳାଇ ସଫଳ ହୋଇଛନ୍ତି ସେଥିରେ ଏକଚ୍ଛତ୍ରବାଦ ସ୍ପଷ୍ଟ ବାରି ହୋଇପଡ଼ୁଛି। ଚାଇନା ସେଣ୍ଟ୍ରାଲ କମିଟି ସଦସ୍ୟଙ୍କ ଅଦଳବଦଳରେ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌ଙ୍କୁ ସେଥିରୁ ବିଦା କରାଯାଇଛି। ଏଥିସହିତ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଜଣେ ମହିଳାଙ୍କୁ ପ୍ରତିନିଧିମଣ୍ଡଳୀରେ ସାମିଲ କରାଯାଇ ନ ଥିବା ଦେଖିବାକୁ ମିଳିଛି।
ସିପିସି ଅଧିବେଶନରେ ଘଟିଥିବା ଘଟଣାକୁ ଦେଖିଲେ ଜିନ୍‌ପିଙ୍ଗ୍‌ଙ୍କ ମନଇଚ୍ଛା କାର୍ଯ୍ୟ ସେଠାକାର ଅନ୍ୟାନ୍ୟ ନେତାଙ୍କୁ ଚାପି ରଖାଯାଇଥିବା ପ୍ରତୀୟମାନ ହେଉଛି। ହୁ ଜିଣ୍ଟାଓଙ୍କ ଭଳି ନେତା, ଯିଏକି ଜିନ୍‌ପିଙ୍ଗ୍‌ଙ୍କୁ ରାଷ୍ଟ୍ରପତି ଆସନରେ ବସିବା ଲାଗି ସହଯୋଗ କରିଥିଲେ ଏବେ ତାଙ୍କୁ ଅପମାନିତ କରାଯାଇଛି। ଏହାର ମୂଳ କାରଣ ହେଉଛି ଜିନ୍‌ପିଙ୍ଗ୍‌ଙ୍କ ନୀତିକୁ ଜିଣ୍ଟାଓ ବିରୋଧ କରି ଆସୁଛନ୍ତି। ତେବେ ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ବିରୋଧୀ ଓ ସ୍ଥଳବିଶେଷରେ ଦେଶଦ୍ରୋହୀ ଆଖ୍ୟା ଦିଆଯିବାର ମାନସିକତା ଆଜି ବିଶ୍ୱବ୍ୟାପୀ ଦେଖିବାକୁ ମିଳୁଛି। ଆଜୀବନ ରାଷ୍ଟ୍ରପତି ହେବା ନେଇ ପାର୍ଲାମେଣ୍ଟରେ ଆଇନ ଆଣି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସେଠାରେ ଏକଚ୍ଛତ୍ରବାଦ ଚଳାଇଛନ୍ତି। ଏହାର କୁପ୍ରଭାବ ତାଙ୍କ ଦେଶର ନାଗରିକ ଓ ୟୁକ୍ରେନ୍‌ବାସୀ ଭୋଗୁଥିବା ବେଳେ ବିଶ୍ୱ ମଧ୍ୟ ଏବେ କଲବଲ ହେଉଛି। ଶୁଣିବାକୁ ମିଳୁଛି ୟୁକ୍ରେନ୍‌ ଉପରେ ପରମାଣୁ ବୋମା ପକାଇବା ପାଇଁ ପୁଟିନ୍‌ ସେହି ସଂକ୍ରାନ୍ତ କାଗଜପତ୍ରରେ ଦସ୍ତଖତ କରିଛନ୍ତି। କିନ୍ତୁ ସେନା ଅଧିକାରୀମାନେ ପ୍ରସ୍ତୁତ ନ ଥିବା ଜଣାଇବା ପରେ ବସ୍ତୁତଃ ୟୁକ୍ରେନ୍‌ ଧ୍ୱଂସ ଦ୍ୱନ୍ଦ୍ୱ ମଧ୍ୟରେ ରହିଯାଇଛି। ଏଭଳି ସନ୍ଧିକ୍ଷଣରେ ଏକଚ୍ଛତ୍ରବାଦ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ନିଜ ଦେଶବାସୀଙ୍କ ପାଇଁ ଯେଭଳି ବିପଦ ସୃଷ୍ଟି କରୁଛନ୍ତି, ପଡ଼ୋଶୀ ରାଷ୍ଟ୍ର ସମେତ ବିଶ୍ୱ ସକାଶେ ଏକ ଅସ୍ବାଭାବିକ ସ୍ଥିତି ଉପୁଜୁଥିବା ସ୍ପଷ୍ଟ ହେଉଛି। ପୂର୍ବରୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ବ୍ୟକ୍ତିମାନେ ଯେଉଁ ସାମ୍ୟବାଦ କଥା କହୁଥିଲେ, ଏବର ସମୟରେ ସେହି ପରିଭାଷା ବଦଳିବାରେ ଲାଗିଛି। ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟ ହେଉ ନ ଥିବାରୁ ଥରେ ଯେଉଁ ନେତା ଗାଦିରେ ବସୁଛନ୍ତି, ସେ ନିଜକୁ ରାଷ୍ଟ୍ରର ସର୍ବେସର୍ବା ଭାବେ ଗଢ଼ିତୋଳିବାକୁ ଚେଷ୍ଟା କରୁଛନ୍ତି। ଏଭଳି ନେତାଙ୍କ କ୍ଷମତାଲୋଭ ତାଙ୍କୁ ଅନ୍ଧ କରିଦେଉଛି, ଯାହାଫଳରେ ସାଧାରଣ ନାଗରିକର ମଙ୍ଗଳ ହେବା ପରିବର୍ତ୍ତେ ଅମଙ୍ଗଳ ହେଉଛି। ଜିନ୍‌ପଙ୍ଗ୍‌ ଓ ପୁଟିନ୍‌ଙ୍କ ଭଳି କ୍ଷମତାଲୋଭୀମାନେ ନିଜ ଲକ୍ଷ୍ୟରେ ସଫଳ ହେଉଥିବା ଦେଖି ଗଣତାନ୍ତ୍ରିକ ଦେଶର ନେତାମାନେ ନିଜ ତରିକାରେ ସେମାନଙ୍କ ପରି ହେବାକୁ ପ୍ରୟାସ କରୁଥିବା ମଧ୍ୟ ଦେଖାଗଲାଣି। କ୍ଷମତା ଲୋଭରେ ପଡ଼ିଯାଉଥିବା ବ୍ୟକ୍ତିମାନେ ଅନ୍ୟ କାହାର କ୍ଷତି ହେଲେ ମଧ୍ୟ କୌଣସି ଚିନ୍ତା କରୁନାହାନ୍ତି। ଏହି ଧାରା ଆଗାମୀ ଦିନରେ ବିଶ୍ୱକୁ ଧ୍ୱଂସାଭିମୁଖୀ ଆଡ଼କୁ ନେବାର ଆଶଙ୍କା ଉପୁଜିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri