ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେନି?

ନୂଆଦିଲ୍ଲୀ/ ଭୁବନେଶ୍ୱର, (ସୁଚିସ୍ମିତା ସାହୁ) ୭ା୯: ୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ ଚନ୍ଦ୍ର ପୃଥିବୀର ଛାଇ ଦେଇ ଗତି କରିବ। ଭାରତୀୟ ସମୟ ଅନୁଯାୟୀ, ରବିବାର ରାତି ୯.୫୮ରୁ ଗ୍ରହଣ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ୦୧.୨୬ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୮ ମିନିଟ୍‌ ରହିବ। ତେବେ ଚନ୍ଦ୍ରଗ୍ରହଣର ସର୍ବାଧିକ ପ୍ରଭାବ ରବିବାର ରାତି ୧୧.୦୧ରୁ ମଧ୍ୟରାତ୍ରି ୧୨.୨୨ ମଧ୍ୟରେ ରହିବ ଏବଂ ଗ୍ରହଣର ପିକ୍‌ ଟାଇମ୍‌ ରାତି ୧୧.୪୨ ରହିବ। ଅର୍ଥାତ୍‌ ଏହି ସମୟରେ ହିଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଚଳିତ ଥର ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ଭାରତରେ ଲୋକମାନଙ୍କୁ କୌଣସି ସ୍ବତନ୍ତ୍ର ଉପକରଣର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଖାଲି ଆଖିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ଦେଖିପାରିବେ। ତେବେ ବାଇନାକୁଲାର କିମ୍ବା ଟେଲିସ୍କୋପର ବ୍ୟବହାରରେ ଏହି ଅଭିଜ୍ଞତା ଉତ୍କୃଷ୍ଟ ହେବ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି। ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨.୫୭ରୁ ପାକତ୍ୟାଗ କରିବାକୁ ପଡ଼ିବ। ମଧ୍ୟାହ୍ନ ୧୨.୫୭ଠାରୁ ଚନ୍ଦ୍ର ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଖାଦ୍ୟ ରାନ୍ଧିବା କିମ୍ବା ଖାଇବା ଉପରେ ନିଷେଧ ରହିବ। ଏହି ସମୟରେ ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ ରହିବ। ସେହିପରି ଗର୍ଭବତୀ ମହିଳାଙ୍କ ସ୍ବତନ୍ତ୍ର ଯତ୍ନ ନିଆଯିବା ସହ ବିଭିନ୍ନ ନକାରତ୍ମକ ଚିନ୍ତାଧାରାରୁ ଦୂରେଇରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ନିୟମ ଅନୁଯାୟୀ ରୋଗୀ, ବୃଦ୍ଧ ଏବଂ ଶିଶୁଙ୍କ ଉପରେ ଉକ୍ତ ନିୟମ ଲାଗୁ ହେବନାହିଁ ବୋଲି ବରିଷ୍ଠ ଜ୍ୟୋତିର୍ବିଦ୍‌ମାନେ କହିଛନ୍ତି।

ଏହି ଚନ୍ଦ୍ର ଗ୍ରହଣ ଭାରତ ବ୍ୟତୀତ ୟୁରୋପ, ଏସିଆ, ପୂର୍ବ ଅଷ୍ଟ୍ରେଲିଆ, ଆଫ୍ରିକା, ନ୍ୟୁଜିଲାଣ୍ଡର କିଛି ଅଞ୍ଚଳରେ
ଆଜି ପୂର୍ଣ୍ଣ ମଧ୍ୟ ଦୃଶ୍ୟମାନ ହେବ। ତେବେ ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ। ଜ୍ୟୋତିର୍ବିଦ୍‌ଙ୍କ ଅନୁଯାୟୀ, ଚନ୍ଦ୍ରଗ୍ରହଣ ଯୋଗୁ ପଶ୍ଚିମ ଦେଶ ଏବଂ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ସମସ୍ୟା ବଢ଼ିପାରେ। ଏହାର ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ, ବିମାନ ଦୁର୍ଘଟଣା, ଅଗ୍ନିକାଣ୍ଡ ଆଦି ବିପର୍ଯ୍ୟୟ ଆସିପାରେ। ଧାର୍ମିକ ଏବଂ ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିବାରେ। ଜ୍ୟୋତିର୍ବିଦମାନଙ୍କ ଆକଳନ ଅନୁଯାୟୀ, ଚନ୍ଦ୍ରଗ୍ରହଣ ପ୍ରଭାବରେ ଭାରତର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ବଢ଼ିବାରେ। ଭାରତ-ପାକ୍‌ ସୀମାରେ ଉତ୍ତେଜନା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ରହିଥିବା ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି। ରବିବାର ପରେ ୨୦୨୬ ମାର୍ଚ୍ଚରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?