Advertisement

ସୌଭାଗ୍ୟ ଆଣୁଥିବା ଗଛ

ସବୁଜ ଗଛ ଓ ରଙ୍ଗବେରଙ୍ଗର ଫୁଲରେ ଭରା ବଗିଚାରେ ଟିକେ ବୁଲିଲେ ମନ ବେଶ୍‌ ତାଜା ହୋଇଯାଏ। ସେଥିପାଇଁ ତ ଅନେକେ ନିଜ ଅଗଣାରେ ହେଉ ଅବା ଛାତ ଉପରେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି। ଏପରି କି କେହି କେହି ଇଣ୍ଡୋର ପ୍ଲାଣ୍ଟ ବି ଲଗାଇବାର ସଉକ ରଖିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ଅଛି, ଯାହାକୁ ଲଗାଇବା ଦ୍ୱାରା ଘରର ଶୋଭା ସାଙ୍ଗକୁ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଯଥା:

ତୁଳସୀ- ଘରର ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଗ୍ରହଦୋଷ, ପାପକର୍ମ, ବାସ୍ତୁଦୋଷ ନାଶ ହେବା ସହ ଘରେ ସକାରାତ୍ମକ ଊର୍ଜା ପ୍ରବାହିତ ହୁଏ ଓ ଧନଧାନ୍ୟ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି କୁହାଯାଏ, ଲକ୍ଷ୍ମୀ-ନାରାୟଣଙ୍କର ପ୍ରିୟ ଅଁଳା ଗଛକୁ ଘରର ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇ ନିୟମିତ ସେଠାରେ ପୂଜାକଲେ ସୌଭାଗ୍ୟ ବଢିଥାଏ।

ଅନ୍ୟପକ୍ଷେ ଗଙ୍ଗଶିଉଳି ଗଛକୁ ବି ଶୁଭ ବୋଲି କୁହାଯାଇଥାଏ। କୁହାଯାଏ, ଯେଉଁ ଘର ଅଗଣାରେ ଏହି ଗଛ ରହିଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଏହି ଗଛ ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ହେଉଛି ଠିକ୍‌।

ଏହାଛଡ଼ା ବେଲଗଛ, କଦଳୀ ଗଛ, ମନ୍ଦାର ଗଛ ଏବଂ ଅପରାଜିତା ଗଛକୁ ବି ଘର ଅଗଣାରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !

ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା...

ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି...

ଏହି ସମସ୍ୟା ଯୋଗୁ ବି ହୋଇଥାଏ ଡାଇବେଟିସ୍‌…

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ...

ଭୁଲରେ ବି ଏହି ୫ ଜଣଙ୍କୁ କରନ୍ତୁ ନାହିଁ ବିଶ୍ୱାସ: କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି...

 କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିଲେ …

ସୁସ୍ଥ ଏବଂ ନିରୋଗ ଶରୀର ସମସ୍ତେ ଚାହିଁଥାନ୍ତି। ସେଥିପାଇଁ କିଏ ବ୍ୟାୟାମ କରନ୍ତି ତ ଆଉ କିଏ ଭିଟାମିନ ବଟିକା ଖାଇଥାନ୍ତି। ତେବେ ସୁସ୍ଥ ରହିବା...

ମୁକ୍ତବାୟୁ ଶିଶୁଙ୍କୁ ନକାରାତ୍ମକ ଭାବନାରୁ ଦୂରରେ ରଖିଥାଏ

ଏବେକା ସମୟରେ ଶିଶୁମାନେ ଖୋଲା ପରିବେଶରେ ଖେଳିବା ଏବଂ ବୁଲିବା ବଦଳରେ ଘର ମଧ୍ୟରେ ମୋବାଇଲ୍‌ ଏବଂ କମ୍ପ୍ୟୁଟର୍‌ରେ ଖେଳିବା ଦେଖିବାକୁ ମିଳୁଛି। ତେବେ ମୁକ୍ତ...

ଶୋଇବା ଘରେ ରଖୁଛନ୍ତି କି ଏହି ଜିନିଷ: ଭାଙ୍ଗିଯିବ ବୈବାହିକ ସମ୍ପର୍କ

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ବା ଯାହା ବାଣ୍ଟିଲେ ବଢ଼େ। ଏହି...

ସ୍ମରଣ ଶକ୍ତି କମାଏ ଗ୍ଲୁକୋଜ୍‌ ପରିମାଣ

ସାଧାରଣତଃ ଶରୀରରେ ଗ୍ଲୁକୋଜ୍‌ର ପରିମାଣ ୭.୮ମିଲିମୋଲ୍‌ ରହିଲେ, ତାହାକୁ ଗ୍ଲୁୂକୋଜର ସାଧାରଣ ସ୍ତର ବୋଲି ଗଣନା କରାଯାଇଥାଏ। ହେଲେ, ଏହାର ପରିମାଣ ସର୍ବାଧିକ ୧୧.୧ମିଲିମୋଲ୍‌ ହୋଇଗଲେ...

Advertisement
Archives

Model This Week