ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ୬ ଜିନିଷ, ଆପଣଙ୍କ ପାଖରେ ଅଛି କି…

ଭଲ ଜୀବନ ଜିଇଁବା ପାଇଁ ମଣିଷ ଧନସମ୍ପତ୍ତି, ସୁଖ ଏବଂ ଅନ୍ୟାନ୍ୟ ଜିନିଷ ଖୋଜୁଛି। କିନ୍ତୁ ଯଦି ଠିକ କେଉଁଟି ଆଉ ଭୁଲ କେଉଁଟି ତାହା ଜାଣିବାର ଶକ୍ତି ନାହିଁ ତେବେ ମଣିଷ ସବୁ ଥାଇ ବି ସୁଖି ହୋଇପାରିବ ନାହିଁ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏକ ଶ୍ଳୋକ ମାଧ୍ୟମରେ ଏପରି ୬ ପ୍ରକାର ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ବହୁତ ପୁଣ୍ୟ ଏବଂ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ। ଆସନ୍ତୁ ଜାଣିବା ଭାଗ୍ୟକୁ ଦର୍ଶାଉଥିବା ୬ ଜିନିଷ ବିଷୟରେ…

भोज्यंभोजनशक्तिश्चतिशक्तिर्वराग्ना।।

विभत्रोदानशक्तिश्चनाल्पस्यतसः फलम्।

– ଚାଣକ୍ୟ ଏହି ପଦରେ କହିଛନ୍ତି, ଭଲ ଖାଦ୍ୟ ପାଉଥିବା ବ୍ୟକ୍ତି ଭାଗ୍ୟବାନ, ଏହା ଉନ୍ନତ ଜୀବନର ପରିଚୟ ଅଟେ।

-ଭଲ ଖାଦ୍ୟ ସହିତ ଏହାକୁ ହଜମ କରିବାର ଶକ୍ତି ରହିବା ମଧ୍ୟ ଏକ ଭଲ ଜୀବନ ପାଇଁ ଆବଶ୍ୟକ।

– ଆଚାର୍ଯ୍ୟ କହିଛନ୍ତି, ଜଣେ ବୁଦ୍ଧିମାନ ଏବଂ ଗୁଣବାନ ନାରୀ ପାଇବା ଭାଗ୍ୟର ବିଷୟ। ଯେଉଁ ବ୍ୟକ୍ତିଙ୍କ ଘରେ ଜଣେ ଗୁଣବାନ ନାରୀ ଅଛି, ତାଙ୍କର ଘର ସ୍ବର୍ଗ ପରି ହୋଇଥାଏ। କାରଣ ସେ ପ୍ରତି ମୁହୂର୍ତ୍ତରେ ପରିବାରକୁ ଏକ ଉନ୍ନତ ଉପାୟରେ ବଢ଼ାଇବାକୁ ଚିନ୍ତା କରିଥାଏ।

– ଚାଣକ୍ୟଙ୍କ ଅନୁଯାୟୀ, ମଣିଷ ଭିତରେ କାମନା ଶକ୍ତି ରହିବା ଏକ ଭଲ କଥା, କିନ୍ତୁ ସେହି ସମୟରେ ସେମାନେ କହିଛନ୍ତି ଯେ ଯଦି ବ୍ୟକ୍ତି ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏହା ନଷ୍ଟ ହୋଇଯାଏ।

– ସମସ୍ତଙ୍କର ଟଙ୍କା ନାହିଁ ଏବଂ ଯେଉଁମାନଙ୍କ ପାଖରେ ଅଛି ସେମାନେ ଭାଗ୍ୟବାନ। କିନ୍ତୁ ଯଦି ଅର୍ଥର ସଠିକ ବ୍ୟବହାର ଜଣା ନ ଥାଏ, ତେବେ କେତେବେଳେ ଏକ ସୁଖମୟ ଜୀବନ ଦୁଃଖରେ ପରିଣତ ହୁଏ, ତାହା ଜଣାପଡ଼େନାହିଁ। ତେଣୁ ଅର୍ଥର ସଠିକ ବିନିଯୋଗ ବିଷୟରେ ଜ୍ଞାନ ରହିବା ଉଚିତ।

– ଜଣେ ବ୍ୟକ୍ତି ଦାନୀ ସ୍ବଭାବର ହେବା ଭଲ ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି, କିନ୍ତୁ କେହି କେହି ଏହାକୁ ଯତ୍ନର ସହିତ ରଖନ୍ତି ଏବଂ କେହି କେହି ଏହାକୁ ଠିକ ସମୟରେ କିପରି ବ୍ୟବହାର କରିବେ ଜାଣନ୍ତ। ଅଧିକ ଟଙ୍କା ସଂଗ୍ରହ କରିବା ଅପେକ୍ଷା ଦାନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri