ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ୬ ଜିନିଷ, ଆପଣଙ୍କ ପାଖରେ ଅଛି କି…

ଭଲ ଜୀବନ ଜିଇଁବା ପାଇଁ ମଣିଷ ଧନସମ୍ପତ୍ତି, ସୁଖ ଏବଂ ଅନ୍ୟାନ୍ୟ ଜିନିଷ ଖୋଜୁଛି। କିନ୍ତୁ ଯଦି ଠିକ କେଉଁଟି ଆଉ ଭୁଲ କେଉଁଟି ତାହା ଜାଣିବାର ଶକ୍ତି ନାହିଁ ତେବେ ମଣିଷ ସବୁ ଥାଇ ବି ସୁଖି ହୋଇପାରିବ ନାହିଁ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏକ ଶ୍ଳୋକ ମାଧ୍ୟମରେ ଏପରି ୬ ପ୍ରକାର ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ବହୁତ ପୁଣ୍ୟ ଏବଂ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ। ଆସନ୍ତୁ ଜାଣିବା ଭାଗ୍ୟକୁ ଦର୍ଶାଉଥିବା ୬ ଜିନିଷ ବିଷୟରେ…

भोज्यंभोजनशक्तिश्चतिशक्तिर्वराग्ना।।

विभत्रोदानशक्तिश्चनाल्पस्यतसः फलम्।

– ଚାଣକ୍ୟ ଏହି ପଦରେ କହିଛନ୍ତି, ଭଲ ଖାଦ୍ୟ ପାଉଥିବା ବ୍ୟକ୍ତି ଭାଗ୍ୟବାନ, ଏହା ଉନ୍ନତ ଜୀବନର ପରିଚୟ ଅଟେ।

-ଭଲ ଖାଦ୍ୟ ସହିତ ଏହାକୁ ହଜମ କରିବାର ଶକ୍ତି ରହିବା ମଧ୍ୟ ଏକ ଭଲ ଜୀବନ ପାଇଁ ଆବଶ୍ୟକ।

– ଆଚାର୍ଯ୍ୟ କହିଛନ୍ତି, ଜଣେ ବୁଦ୍ଧିମାନ ଏବଂ ଗୁଣବାନ ନାରୀ ପାଇବା ଭାଗ୍ୟର ବିଷୟ। ଯେଉଁ ବ୍ୟକ୍ତିଙ୍କ ଘରେ ଜଣେ ଗୁଣବାନ ନାରୀ ଅଛି, ତାଙ୍କର ଘର ସ୍ବର୍ଗ ପରି ହୋଇଥାଏ। କାରଣ ସେ ପ୍ରତି ମୁହୂର୍ତ୍ତରେ ପରିବାରକୁ ଏକ ଉନ୍ନତ ଉପାୟରେ ବଢ଼ାଇବାକୁ ଚିନ୍ତା କରିଥାଏ।

– ଚାଣକ୍ୟଙ୍କ ଅନୁଯାୟୀ, ମଣିଷ ଭିତରେ କାମନା ଶକ୍ତି ରହିବା ଏକ ଭଲ କଥା, କିନ୍ତୁ ସେହି ସମୟରେ ସେମାନେ କହିଛନ୍ତି ଯେ ଯଦି ବ୍ୟକ୍ତି ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏହା ନଷ୍ଟ ହୋଇଯାଏ।

– ସମସ୍ତଙ୍କର ଟଙ୍କା ନାହିଁ ଏବଂ ଯେଉଁମାନଙ୍କ ପାଖରେ ଅଛି ସେମାନେ ଭାଗ୍ୟବାନ। କିନ୍ତୁ ଯଦି ଅର୍ଥର ସଠିକ ବ୍ୟବହାର ଜଣା ନ ଥାଏ, ତେବେ କେତେବେଳେ ଏକ ସୁଖମୟ ଜୀବନ ଦୁଃଖରେ ପରିଣତ ହୁଏ, ତାହା ଜଣାପଡ଼େନାହିଁ। ତେଣୁ ଅର୍ଥର ସଠିକ ବିନିଯୋଗ ବିଷୟରେ ଜ୍ଞାନ ରହିବା ଉଚିତ।

– ଜଣେ ବ୍ୟକ୍ତି ଦାନୀ ସ୍ବଭାବର ହେବା ଭଲ ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି, କିନ୍ତୁ କେହି କେହି ଏହାକୁ ଯତ୍ନର ସହିତ ରଖନ୍ତି ଏବଂ କେହି କେହି ଏହାକୁ ଠିକ ସମୟରେ କିପରି ବ୍ୟବହାର କରିବେ ଜାଣନ୍ତ। ଅଧିକ ଟଙ୍କା ସଂଗ୍ରହ କରିବା ଅପେକ୍ଷା ଦାନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri