ଲକ୍‌ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର

ବାଉଁଶୁଣୀ,୬।୫: ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ମନା କରିଦେବାରୁ ଅଭାବନୀୟ ଘଟଣା ଘଟିଛି  । ଏହାର ପ୍ରତିବାଦରେ ଗୁରୁବାର କ୍ଷୀର ବିକ୍ରି କରିବାକୁ ଆସିଥିବା ବିଭିନ୍ନ ଅଞ୍ଚଳର ୩୦ ଜଣ ଚାଷୀ ୫୭ ନଂ ଜାତୀୟ ରାଜପଥର ଜହ୍ନାପଙ୍କ ଛକରେ ପ୍ରାୟ ୨୦୦ ଲିଟର କ୍ଷୀର ଢ଼ାଳି ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୫ ବର୍ଷ ହେଲା ଏହି ସୋସାଇଟି ଓମଫେଡ୍‌କୁ କ୍ଷୀର ଦେଇ ଆସୁଥିଲା । କିନ୍ତୁ ଗତ ଅଗଷ୍ଟ ମାସରେ ୩ ଦିନର କ୍ଷୀର ନିମ୍ନମାନର ଦର୍ଶାଇବା ଫଳରେ ଚାଷୀମାନେ ଓମଫେଡ୍‌କୁ କ୍ଷୀର ଦେବାକୁ ମନା କରିଦେଲେ । ପରେ ଏକ ଘରୋଇ ସଂସ୍ଥାକୁ କ୍ଷୀର ଦେଇ ଆସୁଥିଲେ । କରୋନାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ତାରିଖରୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ଯୋଗୁ ଉକ୍ତ ଘରୋଇ ସଂସ୍ଥା କ୍ଷୀର ନେବାକୁ ମନା କରିଦେବାରୁ ୫ ତାରିଖରେ ସୋସାଇଟିର ସମ୍ପାଦକ ଶୁଭ୍ରାଂଶୁ ଶେଖର ମିଶ୍ର ବୌଦ୍ଧ ଜିଲାପାଳଙ୍କୁ ଭେଟି ଥିଲେ । ଜିଲାପାଳ ସିଡିଭିଓଙ୍କୁ କହି ଏହାର ପ୍ରତିକାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ମାତ୍ର କୌଣସି ବ୍ୟବସ୍ଥା ନ ହେବାରୁ ବାଧ୍ୟ ହୋଇ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା କ୍ଷୀରକୁ ରାସ୍ତା ଉପରେ ଢ଼ାଳି ଅସନ୍ତୋଷ ବ୍ୟକ୍ତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri