ମାତ୍ର ୬୦୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସଂସଦକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାବେଳେ କହିଛନ୍ତି ଗରିବ ପରିବାରକୁ ଶସ୍ତା ଦାମରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବାରେ ସରକାର ଅନ୍ୟ ଦେଶ ତୁଳନାରେ ପ୍ରଭାବଶାଳୀ ହୋଇଛନ୍ତି। ପଡୋଶୀ ଦେଶ ପାକିସ୍ଥାନ, ନେପାଳ ଏବଂ ଶ୍ରୀଲଙ୍କାରେ ଏଲପିଜି ମୂଲ୍ୟ ଭାରତ ତୁଳନାରେ ବହୁତ ଅଧିକ। ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏଲପିଜି ବ୍ୟବହାର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତର୍ଗତ ଏଲପିଜିର ମୁଣ୍ଡପିଛା ହାରାହାରି ଏପ୍ରିଲ-ଅକ୍ଟୋବର ମଧ୍ୟରେ ୩.୮ ସିଲିଣ୍ଡର ରିଫିଲରେ ଉନ୍ନତି ହୋଇଛି, ଯାହାକି ୨୦୧୯-୨୦ ବର୍ଷ ପାଇଁ ୩,୦୧ ସିଲିଣ୍ଡର ରିଫିଲ ଥିଳା। ଆର୍ଥିକ ବର୍ଷ ୨୦୨୨-୨୩ରେ ଏହା ୩.୭୧ ରହିଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ଗରିବ ପରିବାରକୁ ୩୦୦ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୋଜନାର ହିତାଧିକାରୀ ଦିଲ୍ଲୀରେ ୧୪,୩ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୬୦୩ ଟଙ୍କାରେ ପାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନାର ହିତାଧିକାରୀଙ୍କୁ ସିଲିଣ୍ଡରକୁ ନୂଆଦିଲ୍ଲୀରେ ୯୦୩ ଟଙ୍କାରେ କିଣିବାକୁ ପଡିବ। ପରେ, ୩୦୦ ଟଙ୍କା ସବସିଡି ସିଧାସଳଖ ତାଙ୍କ ଆକାଉଣ୍ଟକୁ ପଠାଯାଉଛି। ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ପାକିସ୍ତାନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୫୯.୪୬ ଟଙ୍କା, ଶ୍ରୀଲଙ୍କାରେ ଏହା ୧,୦୩୨.୩୫ ଟଙ୍କା ଏବଂ ନେପାଳରେ ଏହା ୧,୧୯୮.୫୬ ଟଙ୍କା। ୨୦୧୪ ମସିହାରେ ୧୪ କୋଟି ଏଲପିଜି ଗ୍ରାହକ ଥିଲେ, କିନ୍ତୁ ବର୍ତ୍ତମାନ ଏହା ୩୩ କୋଟିରେ ପରିଣତ ହୋଇଛି। ସେ କହିଛନ୍ତି କେବଳ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ପ୍ରାୟ ୧୦ କୋଟି ଗ୍ରାହକ ଅଛନ୍ତି। ଉଜ୍ୱଳା ଯୋଜନା ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହା ଦ୍ୱାରା ଗରିବ ପରିବାରକୁ ସୁଲଭ ମୂଲ୍ୟରେ ଏଲପିଜି ଗ୍ୟାସର ସୁବିଧା ଦିଆଯାଇପାରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୩ ବର୍ଷରେ ୭୫ ଲକ୍ଷ ଏଲପିଜି ସଂଯୋଗ ମୁକ୍ତ କରିବାକୁ ଏହି ଯୋଜନାକୁ ବିସ୍ତାର କରିବାକୁ ଅନୁମତି ଦେଇଛି। ୭୫ ଲକ୍ଷ ନୂତନ ସଂଯୋଗ ସହିତ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ,ପିଏମ ଉଜ୍ୱଳା ସ୍କିମ ଅଧୀନରେ ଆବେଦନ କରିବା ଲାଗି ଅଫିସିଆଲ ପୋର୍ଟାଲ www.pmuy.gov.in ପରିଦର୍ଶନ କରି ‘PMUY ସଂଯୋଗ ପାଇଁ ଆବେଦନ’ ଉପରେ କ୍ଲିକ କରିବାକୁ ପଡିବ। ଯେଉଁ କମ୍ପାନୀ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି ସେହି କମ୍ପାନୀ ଚୟନ କରି ପରେ, ଡକ୍ୟୁମେଣ୍ଟ ସହିତ ସମସ୍ତ ସୂଚନା ପୁରଣ କରି ଆପଲାଏ ବଟନ ଉପରେ କ୍ଲିକ କରିବାକୁ ହେବ। ଯୋଗ୍ୟ ଥିବା ହିତାଧିକାରୀ ଏହି ଯୋଜନା ଅଧୀନରେ କିଛି ଦିନ ମଧ୍ୟରେ ଲାଭ ପାଇବା ଆରମ୍ଭ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri