ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ

ତିର୍ତ୍ତୋଲ,୨ା୩(ଡି.ଏନ୍‌.ଏ.): ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ବାଳକାଟି ନିକଟ ଝିଇଣ୍ଟିପାଟଣାର ସରୋଜ କୁମାର ସାହୁଙ୍କୁ ବିବାହ କରିଛନ୍ତି। ସରୋଜ ଏବେ କଟକରେ ମେଡିସିନ୍‌ ରିପ୍ରେଜେଣ୍ଟିଭ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରମୋଦିନୀଙ୍କ ଚିକିତ୍ସାରେ ସହଯୋଗ କରିଥିଲେ। ୨୦୧୮ରେ ଲକ୍ଷ୍ନୌଠାରେ ଉଭୟଙ୍କ ରିଙ୍ଗ ସେରିମନି ଅନୁଷ୍ଠିତ ହୋଇଥିଲା। ଏବେ ପରିବାରବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କ ରୂପ ବିଗିଡ଼ିଯାଇଛି ସତ, ହେଲେ ତାଙ୍କ ଜୀବନର ପଥ ଅଟକିଯାଇନି। ସରୋଜଙ୍କ ବିଶାଳ ହୃଦୟ ଏବଂ ଉଭୟଙ୍କ ନିଚ୍ଛକ ପ୍ରେମ ସବୁ ଦୁଃଖକୁ ତୁଚ୍ଛ କରିଦେଇଛି।
୨୦୦୯ ଏପ୍ରିଲ ୧୮ରେ ପ୍ରମୋଦିନୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ସେ ସେତେବେଳେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ କଳା ବିଭାଗର ଛାତ୍ରୀ ଥିଲେ। ପାରା ମିଲିଟାରି କ୍ୟାମ୍ପର ଯବାନ ଭାବେ କାର୍ଯ୍ୟରତ ଭଦ୍ରକ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ସନ୍ତୋଷ ଏଥିରେ ବିଫଳ ହେବାରୁ ହିଂସ୍ର ହୋଇ ପଡ଼ିଥିଲେ। ଜଣେ ସମ୍ପର୍କୀୟ ଭାଇଙ୍କ ସହ ପ୍ରମୋଦିନୀ ସାଇକେଲରେ ଯାଉଥିବା ବେଳେ ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇ ଫେରାର ହୋଇଯାଇଥିଲେ। ଏବେ ସେ ଜଗତ୍‌ସିଂହପୁରସ୍ଥିତ ଉପକାରାଗାରାରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଅପରପକ୍ଷେ ଗୁରୁତର ଅବସ୍ଥାରେ ପ୍ରମୋଦିନୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦିନୀ କୋମାକୁ ଚାଲିଯାଇଥିଲେ। ୬ ବର୍ଷ କାଳ କୋମାରେ ରହିବା ପରେ ୨୦୧୪ରେ ସୁସ୍ଥ ହୋଇଥିଲେ। ମାତ୍ର ସେତେବେଳକୁ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏହା ପରଠାରୁ ପ୍ରମୋଦିନୀ ଏକ ଏନଜିଓ ସହ ଜଡ଼ିିତ ହୋଇ କାମ କରୁଥିଲେ। ଏହି ସମୟରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ପ୍ରମୋଦିନୀଙ୍କୁ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଚିକିତ୍ସାରେ ସହଯୋଗ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହି ସମ୍ପର୍କ ନିବିଡ ହେବାପରେ ଉଭୟ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri