Posted inଫୁରସତ

ଅନ୍ତରଙ୍ଗତାର ଅନ୍ୟ ଏକ ନାଁ ମାନମୟୀ-ପବିତ୍ର

ପ୍ରେମ ତାଙ୍କ ସମ୍ପର୍କ ଗଢିଛି, ବିଶ୍ୱାସ ସେମାନଙ୍କୁ ଜିଇଁବା ଶିଖେଇଛି। ଆଉ ପରସ୍ପର ପ୍ରତି ସମ୍ମାନ ତାଙ୍କୁ ଅଧିକରୁ ଅଧିକ ନିକଟତର କରି ଆଗକୁ ଆଗକୁ ଚାଲିବା ଶିଖେଇଛି, ଯେଉଁଥିପାଇଁ ଉଭୟ ଉଭୟଙ୍କ ଅସ୍ତିତ୍ୱକୁ ଖୁବ୍‌ ସୁନ୍ଦର ଭାବରେ ସ୍ବୀକାର କରିଛନ୍ତି…

ଜଣେ ସମୁଦ୍ର ଭଳି ପ୍ରଶାନ୍ତ ଗଭୀର ଆଉ ଜଣେ ପାହାଡ଼ି ଝରଣା ପରି ଛଳଛଳ ଚଞ୍ଚଳ। ଜଣେ ପଥର ଭଳି ଦୃଢ଼ ଏବଂ ଶକ୍ତ ଆଉ ଜଣେ ମହମ ଭଳି କଠିନ ଆବରଣ ତଳେ ସରଳ ତରଳ। ଜଣଙ୍କୁ ପତ୍ନୀଙ୍କ ଖିଆଲୀ ଗୁଣଟି ଭଲ ଲାଗୁଥିବାବେଳେ ଆଉ ଜଣେ କୁହନ୍ତି ପତିଙ୍କ ଶୃଙ୍ଖଳିତ ଓ ବ୍ୟବସ୍ଥିତ ବ୍ୟକ୍ତିତ୍ୱ ତାଙ୍କୁ ଆକର୍ଷିତ କରେ। ଜଣେ କବିତା, ପ୍ରବନ୍ଧ, ଉପନ୍ୟାସରେ କଲମ ଚାଳନା କରି ପ୍ରତିଷ୍ଠିତ ଥିବାବେଳେ ଅନ୍ୟ ଜଣେ ଉଭୟ ଲେଖା ଏବଂ ଚିତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଉଭୟେ ସୃଜନଶୀଳ। ଜଣେ ଯୁବମାନସରେ ସ୍ବପ୍ନ ଓ ଭବିଷ୍ୟତକୁ ଶିକ୍ଷାର ସ୍ପର୍ଶ ଦେଇ ଗଢ଼ୁଥିଲାବେଳେ ଆଉ ଜଣେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ତିଆରି କରୁଥାନ୍ତି ବିଭିନ୍ନ ପରୀକ୍ଷା ନିରୀକ୍ଷାରେ। ଉଭୟେ ଶିକ୍ଷାଦାନକୁ ବୃତ୍ତି ଭାବରେ ଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ଅଧିକ ପ୍ରସିଦ୍ଧି ମିଳିଛି ତାଙ୍କୁ ସୃଜନଶୀଳତାରେ। ତେବେ ସବୁଠୁ ବଡ଼ ପରିଚିତି ତାଙ୍କର ସଚ୍ଚା ଜୀବନସାଥୀ ଭାବରେ। ଏ ଦୁଇଜଣ ହେଲେ ଅଧ୍ୟାପକ, କବି, ପ୍ରାବନ୍ଧିକ, ଔପନ୍ୟାସିକ ପବିତ୍ର ମୋହନ ଦାଶ ଓ ତାଙ୍କ ପତ୍ନୀ କବି, ଗାଳ୍ପିକା, ଚିତ୍ରକର ଓ ଶିକ୍ଷୟିତ୍ରୀ ମାନମୟୀ ରଥ।

ପବିତ୍ର ଓ ମାନମୟୀଙ୍କର ପ୍ରେମ କାହାଣୀ ଯେତିକି ମିଠା ସେତିକି ରୋମାଞ୍ଚକର। ପୁରୀରେ ଗାଳ୍ପିକ ବିଜୟକୃଷ୍ଣ ମହାନ୍ତିଙ୍କ ବାସଭବନରେ ଭଡ଼ାନେଇ ରହୁଥିବା ମାନମୟୀ ଆଇନ ପଢ଼ିବା ସଙ୍ଗେ ସଙ୍ଗେ ସ୍ବାବଲମ୍ବୀ ହେବା ଲାଗି ଏକ ଶୈକ୍ଷିକ ପ୍ରକାଶନୀ ସଂସ୍ଥାରେ କାମ କରୁଥିଲେ, ଯେଉଁ ସମୟରେ କି ପବିତ୍ର ନିଜ ଭାଇ ଭଉଣୀଙ୍କ ମୁରବି ହୋଇ ଲବଣୀଖିଆ ଛକର ନୂଆମଠରେ ରହୁଥିଲେ। ପାଖାପାଖି ରହୁଥିଲେ, ଉଭୟଙ୍କର ସାହିତ୍ୟରେ ରୁଚି ଥିଲା, ତଥାପି କେହି କାହାକୁ ଦେଖି ନ ଥିଲେ। ବିଜୟକୃଷ୍ଣ ମହାନ୍ତିଙ୍କଠାରୁ ପବିତ୍ରଙ୍କ ଲେଖା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଶୁଣି ଶୁଣି ତାଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ ମାନମୟୀ। ଆଉ ପ୍ରତିଦିନ ତାଙ୍କ ପାଇଁ ଲେଖି ଚାଲିଥିଲେ ଚିଠି। ହେଲେ ଜାଣି ନ ଥିଲେ ସେ କେତେ ବୟସର ବା ଦେଖିବାକୁ କେମିତି। ଥରେ ବିଜୟକୃଷ୍ଣ ବାବୁ କହିଲେ ପବିତ୍ର ବାବୁ ତାଙ୍କ ଘରକୁ ଆସିଛନ୍ତି। କେବଳ ଚାଙ୍କ ଚପଲ ଦେଖି ଫେରି ଆସିଥିଲେ ମାନମୟୀ। ଆଉ ସେମିତି ଥରେ ଦି ଥର ଯେବେ ପବିତ୍ରଙ୍କର ଚପଲ ଦେଖି ଜାଣନ୍ତି ଯେ ପବିତ୍ର ଆସିଛନ୍ତି, କିନ୍ତୁ ସାହସ କରି କେବେ ସାମ୍ନାକୁ ଯାଇ ନ ଥିଲେ। ଥରେ ବିଜୟକୃଷ୍ଣ ବାବୁ ଡାକିଲେ ମାନମୟୀଙ୍କୁ ପବିତ୍ରଙ୍କ ସହ ଦେଖା କରାଇବା ପାଇଁ। ପ୍ରଥମ ଦେଖାରେ ହିଁ ସେ ଜାଣିଲେ ତାଙ୍କ ଚିଠିର ନାୟକ ଥିଲେ ୨୪-୨୫ ବର୍ଷର ଜଣେ ଯୁବକ। ତାଙ୍କ ନିର୍ଭୀକତା ଓ ଜ୍ଞାନ, ମାନମୟୀଙ୍କୁ ମୁଗ୍ଧ କରିଥିଲା। ତାପରେ ଚିଠିର ସଂଖ୍ୟା ବୃଦ୍ଧି ପାଇଲା। ଅଧିକ ହେଲା ପବିତ୍ରଙ୍କୁ ପଢ଼ିବାର, ଜାଣିବାର ଆଗ୍ରହ। ମାନମୟୀଙ୍କର ଏହି ଗୋପନ ଅନୁଭବ ସମ୍ପର୍କରେ ଅଜଣା ଥିବା ପବିତ୍ର ବିସ୍ମିତ ହୋଇଥିଲେ ମାନମୟୀଙ୍କ ସବୁ ଚିଠିକୁ ଏକାଠି ଦେଖି। ମାନମୟୀ କୁହନ୍ତି ଯଥେଷ୍ଟ ସାହସ ସଞ୍ଚୟ କରି ଚିଠିତକ ତାଙ୍କୁ ଦେଇଦେଲି ସିନା ସିଏ କିନ୍ତୁ ନିରୁତ୍ତର ରହିଲେ ଦୀର୍ଘଦିନ। ତାଙ୍କ ଅଣଦେଖା ମାନମୟୀଙ୍କ ଅହଙ୍କାରକୁ ଭାରି ବାଧିଥିଲା। ଥରେ ଦେଖା କରିଥିଲେ ପବିତ୍ରଙ୍କ ସହ। ଏଭଳି ହାଲ୍‌କା ଫୁଲ୍‌କା ପ୍ରେମ ପାଇଁ ଆଗ୍ରହ ନ ଦେଖାଇ ସିଧାସଳଖ ମନା କରିଦେଇଥିବା ପବିତ୍ର, ଚିଠି ଭଲ ଲେଖିଛ ବୋଲି କହିଥିଲେ। ପବିତ୍ରଙ୍କ ମନା କରିବା ମାନମୟୀଙ୍କୁ ଅଧିକରୁ ଅଧିକ ପବିତ୍ରମନସ୍କ କରିଥିଲା। ସତକଥା କହିଲେ ପବିତ୍ର ବି ସେlତେବେଳକୁ ମାନମୟୀଙ୍କୁ ଭଲ ପାଇ ବସିଥିଲେ କିନ୍ତୁ ପରିବାରର ଦାୟିତ୍ୱବୋଧ ତାଙ୍କୁ ମୁହଁ ଖୋଲିବାକୁ ଦେଉ ନ ଥିଲା।

ପବିତ୍ର କୁହନ୍ତି, ସମାଜର ଗତାନୁଗତିକ ଶୃଙ୍ଖଳାକୁ ବେଖାତିର କରି ମାନମୟୀ ସବୁବେଳେ ଦୃଢ଼ ହୋଇ ଠିଆ ହୁଅନ୍ତି ଆଉ ଅସମ୍ଭବ ଜିଦ୍‌ ଓ ପ୍ରଚଣ୍ଡ ଇଚ୍ଛାଶକ୍ତିକୁ ନେଇ ଯେକୌଣସି ସମସ୍ୟା ସହ ଲଢ଼ିପାରନ୍ତି, ଯାହା ତାଙ୍କୁ ଖୁବ୍‌ ଭଲ ଲାଗେ। ମାନମୟୀଙ୍କର ବେହିସାବୀ ମନକୁ ଆର୍ଟିଷ୍ଟିକ ବୋଲି ପବିତ୍ର କହୁଥିଲାବେଳେ ପବିତ୍ରଙ୍କ ନୈତିକତା, ଶୃଙ୍ଖଳା ଓ ଜିଗୀଷାକୁ ମାନମୟୀ ଆଧ୍ୟାତ୍ମିକ ବୋଲି କୁହନ୍ତି। ଆଉ ଏକଥା ବି କହନ୍ତି ମୋର ବ୍ୟକ୍ତିସତ୍ତାକୁ ଯଥେଷ୍ଟ ସମ୍ମାନ ଦେଇ ମୋର ପାରିଲାପଣ ଏବଂ ସୀମିତତାକୁ ଚିହ୍ନେଇ ଦେଉଥିବା ବନ୍ଧୁଜଣଙ୍କ ହିଁ ପବିତ୍ର। ଆଉ ପବିତ୍ର କୁହନ୍ତି ମୁଁ ଅଧିକରୁ ଅଧିକ ଲେଖେ ଏବଂ ଖୁସି ହୁଏ ବୋଲି ସଫଳ/ଅସଫଳ ଚେଷ୍ଟା କରୁଥିବା ମଣିଷଟି ହେଉଛି ମୋ ପତ୍ନୀ।

ପରସ୍ପର ପ୍ରତି ଥିବା ପ୍ରେମ ସେମାନଙ୍କୁ ଅଧିକରୁ ଅଧିକ ଗଢ଼ିଛି। ଅଧିକ ଜୀବନମନସ୍କ କରିଛି ବୋଲି ଦୁହେଁ କୁହନ୍ତି। ପ୍ରେମରେ ପାଞ୍ଚ ବର୍ଷ ରହି ପରସ୍ପରର ସାମାଜିକ ଏବଂ ମାନସିକ ଶକ୍ତିକୁ ବୁଝି ଜୀବନ ସଂଗ୍ରାମରେ ଉପଯୋଗ କଲା ପରେ ଫେବୃୟାରୀ ପନ୍ଦର ୨୦୦୦ରେ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ। ସେହି ସମୟରେ ମାନମୟୀ ବୌଦ୍ଧରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନକୁ ନିଜ ସ୍ବପ୍ନର ସ୍କୁଲ ଭାବରେ ଗଢୁଥିଲାବେଳେ ପବିତ୍ର ଗାଁ ପାଖ ଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ ଜାରି ରଖିଥିଲେ। ତିନିଶହ କିଲୋମିଟର ଦୂରତାରେ ଥିଲେ ମଧ୍ୟ ପରସ୍ପରର ବେଶ୍‌ ନିକଟତର ଥିଲେ ସେମାନେ ଦୁଇଜଣ। ତେବେ ଜୀବନଧାରଣ ପ୍ରକ୍ରିୟାଟି ଏତେ ସହଜ ନଥିଲା ଉଭୟଙ୍କର। କୌଣସି କଥା ସହଜରେ ହେଉ ନ ଥିବା ପବିତ୍ରଙ୍କ ଜୀବନରେ ମାଡ଼ି ଆସିଲା ଦୁର୍ଦ୍ଦିନ। ପାରିବାରିକ ଦାୟିତ୍ୱ ନ ସରୁଣୁ ପବିତ୍ର ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହେଲେ। ପ୍ରଚଣ୍ଡ ଇଚ୍ଛାଶକ୍ତି ଏବଂ ଈଶ୍ୱର ବିଶ୍ୱାସ ପବିତ୍ରଙ୍କୁ ବିଜୟୀ କଲା। ସ୍ବପ୍ନର ଅନୁଷ୍ଠାନଟିକୁ ଗଢ଼ିବା ପଛରେ ଥିବା ପବିତ୍ରଙ୍କ ଅନ୍ତଃପ୍ରେରଣା ଆଉ ରୋକି ପାରି ନ ଥିଲା ମାନମୟୀଙ୍କୁ। ଚାକିରି ଛାଡ଼ି ପବିତ୍ରଙ୍କ ସହ ଶେଷରେ ଗାଁକୁ ଫେରି ଆସିଲେ ତାଙ୍କ ପାଖରେ ରହିବା ପାଇଁ। ଅନେକ ସମସ୍ୟା ଆସିଛି, ତା’ପରେ କିନ୍ତୁ ଉଭୟଙ୍କ ପରସ୍ପର ପ୍ରତି ଥିବା ଆସ୍ଥା ଏବଂ ଭଲପାଇବା କେଉଁ ପରିସ୍ଥିତିରେ ହାରିଯିବାକୁ ଦେଇନି ଉଭୟଙ୍କୁ। ପରସ୍ପରର ଦୋଷ ଦୁର୍ବଳତାକୁ ଦେଖି ଆକଟ କରିବା ପରିବର୍ତ୍ତେ ଅଧିକରୁ ଅଧିକ ଭଲପାଇବା ଏବଂ ବିଶ୍ୱାସ ଦେଇ ସମ୍ପର୍କକୁ ଆହୁରି ଦୃଢ କରିବାରେ ବିଶ୍ୱାସ ରଖନ୍ତି ଉଭୟେ।

-ରୋଜାଲିନ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri