ଲଭ୍‌…ଧୋକା

ଡ. କୁଳାଙ୍ଗାର

ଗାଆଁରୁ ସହର, ବଜାରରୁ ଶିକ୍ଷାନୁଷ୍ଠାନ ସବୁଆଡ଼େ ପ୍ରେମର ପ୍ରାବଲ୍ୟ ତ ଦେଖୁଛେ। ପ୍ରେମୀଯୁଗଳମାନେ ଯେତିିକି ଉଚ୍ଛୃଙ୍ଖଳ ଆମେ ସେତିକି ସଂଯମ ଅବଲମ୍ବନ କରୁଛେ। ପ୍ରେମ ତ ବିଶ୍ୱାସର କଥା। ସେ ବିଶ୍ୱାସର ସଂଘର୍ଷରେ ଏବେ ମଣିଷ ନିଃଶ୍ୱାସ ନେବାପାଇଁ ସଂଘର୍ଷ କରୁଛି। ଦାଣ୍ଡ ଦରଜା ଖୋଲିଲେ ସାମ୍ନାରେ ପ୍ରେମୀଯୁଗଳ, ପଛ ଝରକା ଖୋଲିଲେ ପାଚେରି କଡ଼ରେ ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳୁଛି। ପ୍ରେମାଳୁମାନଙ୍କଠାରେ ପ୍ରେମର ଗତି ଏବଂ ମାତ୍ରା ଏତେ ବୃଦ୍ଧି ପାଉଛି ଯେ ସେମାନେ ଆଉ ମିଛିମିଛିକା ହୃଦୟ ଦିଆନିଆ ନ ହୋଇ ପ୍ରେମିକମାନେ ସତରେ ପ୍ରେମିକାର ଛାତି ଚିରି ହୃଦୟକୁ ଛୁଉଁଥିବାର ଘଟଣାମାନ ଦେଖିବାକୁ ମିଳୁଛି।
ପ୍ରେମିକ ପ୍ରେମିକାକୁ ହାଣି ଖଣ୍ଡଖଣ୍ଡ କରୁଥିବାର, ପୁଣି ହାତୁଡ଼ିରେ ତାକୁ ଖଣ୍ଡଖଣ୍ଡ କରୁଥିବାର ଖବର ପଢ଼ି ଅନେକେ ବିଚଳିତ ହେଲେ। ପ୍ରେମିକାଟି ପ୍ରତି ଦୟାଶୀଳ ହୋଇ ଲୋକେ ଆହା ଚୁ ଚୁ କଲେ। ଆଉ ହତ୍ୟାକାରୀ ପ୍ରେମିକକୁ ନୃଶଂସ, ରାକ୍ଷସ, ପିଶାଚ ଆଦି ଉପମା ଦେଲେ। ହେଲେ ଆମେ ତ ହେଲୁ ଜଣେ ସକାରାତ୍ମକ ଲୋକ! ତେଣୁ ପ୍ରେମିକ ଏମିତି କାହିଁକି କଲା? ଉକ୍ତ ପ୍ରଶ୍ନ ଆମକୁ ଆନ୍ଦୋଳିତ କଲା। ଦେଖନ୍ତୁ, ପ୍ରେମିକାଟି ତ ସେଇ ଯାବତୀୟ ଖରାପ ପୁରୁଷଟିକୁ ହିଁ ଭଲ ପାଉଥିଲା। ମାଆବାପା ଏବଂ ଅନ୍ୟାନ୍ୟ ନିଜ ଲୋକମାନଙ୍କୁ ପର କରି ତାଆରି ସହିତ ଏକାଠି ରହିଥିଲା। ଅତଏବ ସିଏ ମନ, ତନ ନେବା ପରେ ପ୍ରାଣ ମଧ୍ୟ ନେଇଗଲା!
ଏଥି ସମ୍ପର୍କରେ ଅଧିକ ଗବେଷଣାରୁ ଜାଣିବାକୁ ମିଳିଛି କି ପ୍ରେମିକାମାନେ ଲିଭ୍‌ ଇନ୍‌ରେ ରହିବା ପରେ ସ୍ତ୍ରୀ ହେବା ପାଇଁ ପ୍ରୟାସ କରନ୍ତେ ବିଚରା ପ୍ରେମିକମାନେ ଆତଙ୍କିତ ହୋଇ ପଡ଼ିଥାଆନ୍ତି। ସେମାନେ ଭାବନ୍ତି ମୋର ତ ପ୍ରେମିକ ହେବାର ବୟସ ଯାଇନାହିଁ। ପ୍ରେମିକା ଏମିତି ଉତଲା ହୋଇ ପଡୁଛି କାହିଁକି? ତାଆଠି ଆଉ ପ୍ରେମ ସରିଗଲା କି? ସେଇ ପ୍ରେମ କାଇଁ କୋଉଠି ଅଛି ବୋଲି ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ବୋଧ ହୁଏ ଖୋଜୁଛନ୍ତି! ତାହା ନ ମିଳିଲା ଫଳରେ ପ୍ରେମ ଅତି ସୂକ୍ଷ୍ମ ଭାବି ପ୍ରେମିକମାନେ ପ୍ରେମିକା ଶରୀରର କ୍ଷୁଦ୍ରାଂଶକୁ ପୁନଶ୍ଚ ଗୁଣ୍ଡକରି ପ୍ରେମର ସନ୍ଧାନ କରୁଛନ୍ତି। ଅତଏବ ପୁଲିସି ପ୍ରେମ ହତ୍ୟା ଓ ଖଣ୍ଡଖଣ୍ଡର ତଦନ୍ତ କାଳରେ କେବଳ ଗଣମାଧ୍ୟମର ଚାପରେ ପ୍ରଭାବିତ ନ ହୋଇ ଏ ସବୁ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ପ୍ରେମିକାକୁ ହତ୍ୟାକରିବା ପରେ ବହୁ କ୍ଷେତ୍ରରେ ହତ୍ୟାକାରୀ ପ୍ରେମିକ ମୃତଦେହକୁ ରେଫ୍ରିଜରେଟରରେ ରଖିବାର ଦେଖିବାକୁ ମିଳୁଛି। ଏଥିରେ ମଧ୍ୟ କେବଳ ପ୍ରମାଣକୁ ଲୁଚେଇବା ପାଇଁ ନଚେତ୍‌ ଗନ୍ଧରୁ ମୁକୁଳିବା ପାଇଁ ଏପରି କରିଥିଲା ବୋଲି ଆମକୁ କୁହାଯାଉଛି!
ସିଧାସଳଖ ହତ୍ୟା ନ କରି କେତେକ କ୍ଷେତ୍ରରେ ପ୍ରେମିକମାନେ ପ୍ରେମିକାକୁ ହତ୍ୟା କରିବାକୁ ପ୍ରବର୍ତ୍ତାଇ ସେଥିରେ ସଫଳ ହୋଇଥିବାର ଖବର ମଧ୍ୟ ଦେଖିବାକୁ ମିଳୁଛି। ଏହିପରି ମାମଲାରେ ସରଳ ବିଶ୍ୱାସୀ ପ୍ରେମିକମାନଙ୍କୁ ଅପରାଧୀ ଭାବରେ ବିବେଚନାକରି ଦଣ୍ଡିତ କରାଯାଉଛି। ସିଏ କ’ଣ କ’ଣ ସବୁ ଚାଟିଂ କରିଥିଲେ, ଭିଡିଓ କଲ୍‌ରେ କ’ଣ କ’ଣ ସବୁ କହିଥିଲେ ତାହାର ପ୍ରଚାର ପ୍ରସାର ହୁଏ। କିନ୍ତୁ ପ୍ରେମିକାର ଚାଟିଂ ଓ ଭିଡିଓ କଲ୍‌ର ବିଷୟଗୁଡ଼ିକ ଉଭେଇଯାଏ।
ମୁଁ ତମକୁ ଜୀବନଠୁ ଅଧିକ ଭଲ ପାଉଛି ବୋଲି କହିବା ଓ ଲେଖିବା ତ ପ୍ରେମିକାମାନଙ୍କର ପୁରୁଣା ଡାଇଲଗ୍‌ ବା ସଂଳାପ। ବାସ୍‌ ,ଦେଖିବା ଜୀବନ ଦେଲୁ ବୋଲି ପ୍ରେମିକ ଯଦି ପଚାରିଦେଲା ତାକୁ ପୁଲିସି ବାନ୍ଧି ପକାଉଛି। ତୁ ତାକୁ ମରିବାକୁ ପ୍ରେରିତ କରିଛୁ ବୋଲି ନାନା ଦଫା ଲଗାଉଛି। ତମ ବିନା ମୁଁ ବଞ୍ଚତ୍ପାରିବି ନାହିଁ ବୋଲି ପ୍ରେମିକାମାନେ ବହୁ ସମୟରେ କହିଥାଆନ୍ତି। ଏହା ସତ କି ନାଇଁ ଜାଣିବା ପାଇଁ ପ୍ରେମିକ ଯଦି କିଛି ହାଁକିକରି କହିଦେଲା ଏବଂ ପରେ ନିଜର ମୋବାଇଲ ଫୋନ୍‌ ଅଫ୍‌ କରିବା ସହିତ ପ୍ରେମିକାକୁ ସାମାଜିକ ଗଣମାଧ୍ୟମରେ ବନ୍ଧୁ ତାଲିକାରୁ କାଟି ପକାଇଲା ତେବେ ପ୍ରେମିକା ବଞ୍ଚିବା ଛାଡ଼ିଦେଉଛି ଏବଂ ସେ ମାମଲାରେ ମଧ୍ୟ ପ୍ରେମିକକୁ ପୁଲିସି ବାନ୍ଧୁଛି।
ପ୍ରେମ ଦିନକୁ ଦିନ ଏହି ବହୁଦଳୀୟ ବ୍ୟାପାରରେ ପରିଣତ ହେଉଥିବାରୁ ପ୍ରେମର ସରକାର ବାରମ୍ବାର ଭୁଶୁଡ଼ି ପଡୁଛି ଏବଂ ଏପରି ବିଶ୍ୱାସଘାତ ଦେଖିବାକୁ ମିଳୁଛି। ଆଇ ଲଭ୍‌ ୟୁ ଅର୍ଥାତ୍‌ ମୁଁ ତୁମକୁ ଭଲପାଏ ସହିତ ମିସ୍‌ ୟୁ ବୋଲି ନିଜର ଷ୍ଟାଟସ୍‌ ମେସେଜରେ ଲେଖିଦେଲା ପରେ ସବୁ ପ୍ରେମିକ ଭାବୁଛନ୍ତି ଏଇଟା ନିଶ୍ଚୟ ମୋ ପାଇଁ ଲେଖିଚି। ଯଦି କିଏ ସେୟା ପଚାରେ, ପ୍ରେମିକା କିଛି ନ କହି ହସି ଦେଉଛି। ବାପା ମାଆ ଯଦି ଏମିତି କ’ଣ ଲେଖିଚୁ ବୋଲି ପଚାରୁଛନ୍ତି , ଏଇଟା ତମ ପାଇଁ ଲେଖିଚି ବୋଲି ଝିଅ ବୁଝାଇଦେଉଛି। ବହୁ ପ୍ରେମିକ ପ୍ରେମିକାର ପ୍ରତାରଣାରେ ଜର୍ଜରିତ ହୋଇ ଆତ୍ମହତ୍ୟା କରୁଛନ୍ତି। କେତେକ କ୍ଷେତ୍ରରେ ପ୍ରେମିକା, ଅନ୍ୟ ପ୍ରେମିକମାନଙ୍କ ସହାୟତାରେ ପ୍ରେମିକକୁ ହତ୍ୟା କରୁଛି। କିନ୍ତୁ ଲୋକଲଜ୍ଜା ଭୟରେ ଓ ଏକପାଖିଆ ସାମାଜିକ ଚିନ୍ତାଧାରାର ଚାପରେ ଏପରି ଘଟଣା ସବୁ କାଳଗର୍ଭରେ ହଜିଯାଉଛି।
ପ୍ରେମରୋଗ ଶବ୍ଦଟି ଆଗରୁ ଶୁଣିଲା ବେଳେ ଯେଉଁମାନେ ଚକିତ ହେଉଥିଲେ ଏବେ ସେମାନେ ବୁଝିପାରୁଛନ୍ତି କି ବିଜ୍ଞଜନେ ପ୍ରେମକୁ କାହିଁକି ରୋଗ ବୋଲି କହିଛନ୍ତି। ରୋଗର ଚିକିତ୍ସା ଆବଶ୍ୟକ ଏବଂ ହେଳା କଲେ ତାହା ପ୍ରାଣଘାତୀ ହୋଇପାରେ। ସେୟା ହିଁ ହେଉଛି। ପ୍ରେମରୋଗରେ ଆକ୍ରାନ୍ତ ବହୁ ମାନବ ଓ ମାନବୀଙ୍କର ମୃତ୍ୟୁ ହେଉଥିବାର ଖବର ମିଳୁଛି! ପ୍ରେମକରି କେବଳ ଝିଅମାନେ ଜୀବନ ହାରୁନାହାନ୍ତି, ବହୁ ପୁଅ ଓ ସେମାନଙ୍କର ପରିବାର ମଧ୍ୟ ତଳିତଳାନ୍ତ ହେଉଛନ୍ତି।
ପ୍ରେମ ବା ଲଭ୍‌ରେ ସବୁକିଛି ସମର୍ପିଦେଲା ପରେ ବିବାହ ପାଇଁ ଆଉ କିଛି ବଳକା ରହୁନି। ଅତଏବ ଲିଭ୍‌ ଇନ୍‌ ନାମକ ବ୍ୟବସ୍ଥାରେ ପ୍ରେମର ବ୍ୟାଟେରି ସରିଯାଉଛି। ତାହାକୁ ବଦଳେଇ ଦେବାପାଇଁ ପ୍ରେମିକ ପ୍ରୟାସ କରିବା ପରେ ଧୋକ୍କା ଶବ୍ଦର ଉଚ୍ଚାରଣ ପ୍ରତିଧ୍ୱନିତ ହେଉଛି।
ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri