ନିଯୁକ୍ତିରେ କ୍ଷତି

କେନ୍ଦ୍ର ବିଭିନ୍ନ ରାଜ୍ୟରେ ଏକ ଡଜନରୁ ଅଧିକ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେମାନଙ୍କ ମଧ୍ୟରେ ଜଣେ ହେଲେ ଅମଲତନ୍ତ୍ରୀ ନାହାନ୍ତି। ନିଯୁକ୍ତି ପାଇଥିବା ୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି, ଦୁଇ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ୪ ଜଣ ଭାଜପା ନେତା। ୬ ଜଣ ନୂଆ କରି ରାଜ୍ୟପାଳ ହୋଇଥିବାବେଳେ ଅନ୍ୟ ୭ଜଣ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି। ଜଣେ ହେଲେ ବାବୁ ରାଜ୍ୟପାଳ ପଦବୀରେ ନ ରହିବା ସେମାନଙ୍କ ପ୍ରତି ଏକ ଶକ୍ତ ଧକ୍କ୍‌ା। ଏହାକୁ ନେଇ ବାବୁ ସାମ୍ରାଜ୍ୟର ଉଚ୍ଚ ର଼୍ୟାଙ୍କଗୁଡ଼ିକରେ ଦୁଃଖର ଛାୟା ଖେଳିଯାଇଛି। ଜଣାପଡ଼ିଛି, କେବଳ ଆଇନ ମନ୍ତ୍ରଣାଳୟରେ ବରିଷ୍ଠ ବାବୁମାନେ ଅପେକ୍ଷାକୃତ ଖୁସି ହୋଇଛନ୍ତି। କାରଣ ସେମାନଙ୍କ ପସନ୍ଦର ପ୍ରାର୍ଥୀମାନେ ସଫଳତାର ସହ ନିଯୁକ୍ତି ପାଇଛନ୍ତି। ତେବେ ଆଇନ ସଚିବଙ୍କର କ୍ଷମତା କେନ୍ଦ୍ର ସହ ଅନ୍ୟ ବାବୁମାନଙ୍କ ତୁଳନାରେ ଭଲ ଯୋଗାଯୋଗ ରହିଛି କି? ଶାସକଙ୍କ ଢାଲ ଭାବେ ରହିଆସିଥିବା ଶୀର୍ଷ ପଦବୀରେ ଥିବା କେତେଜଣ ବାବୁ ଦୀର୍ଘଦିନରୁ ଏହି ପଦବୀକୁ ଅପେକ୍ଷା କରି ରହନ୍ତି। ଏବେ ସେମାନେ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ବ୍ୟତୀତ ଯେଉଁମାନେ ଚୁପ ହୋଇ ବସିଛନ୍ତି ସେମାନେ ବି ଆଶା ବାନ୍ଧି ବସିଛନ୍ତି । ତେବେ ନିକଟ ଅତୀତରୁ ଆଇଏଏସ୍‌ ପଦୋନ୍ନତି ଧୀରେ ଧୀରେ କମିଚାଲିଛି। ମୋଦି ସରକାର ଅଣ ଆଇଏଏସ୍‌ ଅଧିକାରୀମାନଙ୍କୁ ଆଇଏଏସ୍‌ ଲାଗି ଉଦ୍ଦିଷ୍ଟ ପଦବୀଗୁଡ଼ିକରେ ନିଯୁକ୍ତ କରିଥିବାରୁ ଏଭଳି ଘଟୁଛି। ଏଣୁ ଏବେ ଆଇଏଏସ୍‌ ଦୁର୍ଗରେ ଆଇଆର୍‌ଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ଦେଖିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବାସ୍ତବରେ ରାଜ୍ୟପାଳ ନିଯୁକ୍ତି ଦୌଡ଼ରେ ବାବୁମାନଙ୍କର କ୍ଷତି ଘଟିଛି ।
ଏହା ଏବେ ଅବସର ନେବାକୁ ଥିବା ତଥା ଅବସର ପରେ ଏକ ଆରାମଦାୟକ ପଦବୀ ପାଇବାକୁ ଆଶା ରଖିଥିବା ବାବୁମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।
ଏମ୍‌ପ୍ୟାନେଲ୍‌ମେଣ୍ଟ ଚିନ୍ତା
କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ(ଡିଜି) କିମ୍ବା ତତ୍‌ସମାନ ପଦବୀଗୁଡ଼ିକ ପାଇଁ ୧୯୮୫, ୧୯୮୬, ୧୯୮୭ ଏବଂ ୧୯୮୮ ବ୍ୟାଚ୍‌ର ୨୯ରୁ ଊର୍ଦ୍ଧ୍ୱ ଆଇପିଏସ୍‌ ଅଧିକାରୀଙ୍କ ଏମ୍‌ପ୍ୟାନେଲ୍‌ମେଣ୍ଟ ବା ନିଯୁକ୍ତି ତାଲିକା ଏକ ଚୟନ କମିଟି ଦ୍ୱାରା ସ୍ଥିର କରାଯାଇଛି। ଏହି କମିଟିରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲା , ସଚିବ( କାର୍ମିକ) ଦୀପକ ଖଣ୍ଡେକର ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା। ନିଯୁକ୍ତି ତାଲିକାରେ ଅଛନ୍ତି ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଧିକାରାୀ ରଶ୍ମି ଶୁକ୍ଳା। ଏକ କେନ୍ଦ୍ରୀୟ ବଳର ନେତୃତ୍ୱ ନେବାକୁ କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ ମହାରାଷ୍ଟ୍ରକୁ ଫେରିବାକୁ ଏହା ଶୁକ୍ଳାଙ୍କ ବାଟ ସଫା କରିଛି। ଡିଜି ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ଅତୁଲଚନ୍ଦ୍ର କୁଲକର୍ନି ଓ ସଦାନନ୍ଦ ଦାଟେ। ମହାରାଷ୍ଟ୍ରରେ ଦାଟେଙ୍କ ପଦୋନ୍ନତିକୁ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡ ସ୍ବୀକୃତି ଦେଇଛି। ଡିଜି ପଦବୀ ଥିଲେ ବି ଏବେସୁଦ୍ଧା ତାଙ୍କୁ ସେହି ଦାୟିତ୍ୱ ପ୍ରଦାନ କରାଯାଇନାହିଁ। ବର୍ତ୍ତମାନ ଦାଟେ ଆଣ୍ଟି ଟେରୋରିଜମ ସ୍ବାଡ୍‌ର ମୁଖ୍ୟ ଏବଂ କୁଲକର୍ର୍ନିି ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସିର ଅତିରିକ୍ତ ଡିଜି ଅଛନ୍ତି। ଏହି ସମୟରେ ମୁମ୍ବାଇ ସ୍ବତନ୍ତ୍ର ପୋଲିସ କମିଶନର ଦେବେନ ଭାରତୀଙ୍କୁ ଅତିରିକ୍ତ ଡିଜି ଭାବେ ନିଯୁକ୍ତି ତାଲିକାଭୁକ୍ତ କରାଯାଇଛି। ୟୁପି କ୍ୟାଡରର ୮ରୁ ଅଧିକ ଏବଂ ପଞ୍ଜାବ କ୍ୟାଡରର ୫ ଜଣ ଆଇପିଏସ୍‌ ଅଧିକାରୀ କେନ୍ଦ୍ରରେ ଡିଜି ଏବଂ ଅତିରିକ୍ତ ଡିଜି ର଼୍ୟାଙ୍କରେ ନିଯୁକ୍ତି ଲାଗି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ।
ଅନୁଶାସନବିହୀନ ଅଧିକାରୀ
ନୀତୀଶ କୁମାରଙ୍କ ବିହାରରେ କ’ଣ ସବୁ ଚାଲିଛି? ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ଏବେ ସେବା ପରିବର୍ତ୍ତେ ସେମାନଙ୍କ ଝଗଡ଼ାକୁ ନେଇ ଖବରର ଶିରୋନାମା ପାଲଟୁଛନ୍ତି। ଖୁବ୍‌ ନିକଟରେ ବିହାରର ଦୁଇ ଆଇପିଏସ୍‌ ଅଧିକାରୀ ଏଭଳି ମୁହଁାମୁହଁି ହୋଇଥିଲେ ଯେ, ତାହା କେବଳ ସାଧାରଣରେ ପ୍ରଭାବ ପକାଇ ନ ଥିଲା ବରଂ ନୀତୀଶ କୁମାରଙ୍କ ପ୍ରଶାସନକୁ ସମାଲୋଚନା ତଥା ଆକ୍ରମଣ କରିବାକୁ ତାଙ୍କ ବିରୋଧୀଙ୍କୁ ଖୋରାକ ଯୋଗାଇଥିଲା। ହୋମ୍‌ ଗାର୍ଡ ଓ ଫାୟାର ସର୍ଭିସର ଆଇଜି ବିକାଶ ବୈଭବ ଅଭିଯୋଗ ଆଣିଥିଲେ ଯେ ଡିଜି ଶୋଭା ଓହାଟକର ତାଙ୍କୁ ଅନାବଶ୍ୟକ ଭାବେ ନିର୍ଯାତନା ଦେଇଥିଲେ ଓ ସେ ଏ ସମ୍ପର୍କିତ ଅନେକ ଟୁଇଟ ବି ପୋଷ୍ଟ କରିଥିଲେ। ଏହି କାରଣରୁ ଡିଜି ତାଙ୍କ ଦୁଇ ମାସ ଛୁଟି ଦରଖାସ୍ତକୁ ଖାରଜ କରି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଅଶ୍ଳୀଳ ଭାଷା ବ୍ୟବହାର କରିବା ଏବଂ ଅଧସ୍ତନ ଓ ସାଥୀ କର୍ମଚାରୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ ତାଙ୍କ ବିରୋଧରେ ଆସିବା ବିହାରରେ ପ୍ରଥମ ଘଟଣା ନୁହେଁ। ବରିଷ୍ଠ ଆଇଏଏସ୍‌ ଅଧିକାରୀ କେ.କେ.ପାଠକ ଜଣେ ଉପଜିଲାପାଳଙ୍କୁ ଅପଶବ୍ଦ ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇ ଖବରର ଶୀର୍ଷକ ହେବା ପରେ ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ପାଠକ ପରେ କ୍ଷମା ମାଗିଥିଲେ । କିନ୍ତୁ ନିଜ ସେବାରେ ନିଜକୁ କିଭଳି ନିୟନ୍ତ୍ରଣରେ ରଖିବାକୁ ହୁଏ ତାହା ପ୍ରଶିକ୍ଷଣ ପାଇଥିଲେ ବି ଅଧିକାରୀମାନେ ଅନୁଶାସନବିହୀନ ବୋଲି ପ୍ରତିପାଦିତ କରିଛନ୍ତି। ଏହିସବୁ ଘଟଣା ଘଟୁଥିବାରୁ ଅନେକ ପର୍ଯ୍ୟବେକ୍ଷକ କହୁଛନ୍ତି ଯେ, ଏଭଳି ବିବାଦଗୁଡ଼ିକ ଯୋଗୁ ବିହାର ପ୍ରଶାସନ ନିମ୍ନଗାମୀ ହେଉଛି, ଯାହା ଉପରେ ମୁଖ୍ୟମନ୍ତ୍ରୀ ଚିନ୍ତା କରିବା ଉଚିତ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri