ହସ୍ତକ୍ଷେପରୁ କ୍ଷତି

ଆମେରିକା ବିଷୟରେ ପ୍ରଶଂସା କରିବା ପାଇଁ ବହୁତ କିଛି ଅଛି ଏବଂ ଘୃଣା କରିବା ସକାଶେ ମଧ୍ୟ ଅନେକ କିଛି ରହିଛି। ସର୍ବାଧିକ ପ୍ରଶଂସା କରିବାର ବିଷୟ ହେଉଛି ଏହା ବିଶ୍ୱର ଅନେକ ପ୍ରତିଭାବାନ୍‌ ଲୋକଙ୍କୁ ଆକର୍ଷିତ କରି ସେମାନଙ୍କୁ ନିଜ ଦେଶକୁ ଆସିବା ପାଇଁ ଆମନ୍ତ୍ରଣ କରିଥାଏ। ଆମେରିକାର ଜନସଂଖ୍ୟାର ପ୍ରାୟ ୧୫% ବିଦେଶୀ, ଯେଉଁଥିରେ ୫୦ ଲକ୍ଷ ଭାରତୀୟ ଅଛନ୍ତି ଏବଂ ଏହା ପ୍ରକୃତରେ ଏକ ବଡ଼ ସମ୍ପତ୍ତି। ଭାରତ ଏହାର ପିଲାଙ୍କୁ ଲାଳନପାଳନ କରିବା ଏବଂ ଶିକ୍ଷାଦେବା, ଖାଇବାକୁ ଦେବା, ଆଶ୍ରୟ ଦେବା, ପୋଷାକ ଦେବାରେ ସମ୍ବଳ ଖର୍ଚ୍ଚ କରେ। ପିଲାଟି ଭାରତର ସର୍ବୋତ୍ତମ ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନଗୁଡ଼ିକୁ ଯାଇଥାଏ। ହେଲେ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ସ୍ଥାୟୀ ଭାବରେ ଆମେରିକା ଚାଲିଯାଏ। ମାଇକ୍ରୋସଫ୍ଟ, ଗୁଗଲ ଏବଂ ଟେସ୍‌ଲା ଭଳି ଆମେରିକୀୟ କର୍ପୋରେଶନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶରୁ ଆସୁଥିବା ଏପରି ପ୍ରତିଭାଙ୍କ କର୍ମଶକ୍ତିରୁ ଲାଭ ପାଆନ୍ତି। ସମସ୍ତ ନିବେଶ ଏଠାରେ କରାଯାଇଥିଲା; ହେଲେ ନିବେଶର ଲାଭ ସେଠାରେ ପୂରଣ ହେଲା। ଅନ୍ୟଙ୍କୁ ନିଜ ଦେଶକୁ ଆକର୍ଷିତ କରି ନେବା ଭଳି ଆମେରିକା ଦକ୍ଷତାକୁ କିଛି ମାତ୍ରାରେ ୟୁରୋପରେ ଅନୁକରଣ କରାଯାଇଛି, କିନ୍ତୁ ଏହା ଚାଇନା କିମ୍ବା ଭାରତରେ ନାହିଁ। ଆମେ ନା ବାହ୍ୟ ପ୍ରତିଭାକୁ ଆକର୍ଷିତ କରୁ ନା ଚାହୁଁ। ହେଲେ ଏଭଳି ଧାରାକୁ ଏବେ ଆମେରିକା ଶେଷ କରିବାକୁ ଯାଉଛି ଏବଂ ଏଥିପାଇଁ ଏତେ ଆଗ୍ରହୀ ଯେ ଆଇସିଇ ଉଗ୍ରବାଦୀଙ୍କ ପ୍ରବାସୀ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ହତ୍ୟା ଘଟଣାକୁ ଠିକ୍‌ ମନେକରିଛି। ଯେଉଁମାନେ ଆମେରିକାକୁ ପ୍ରଶଂସା କରୁଥିଲେ ସେମାନେ ଏଭଳି ଆଶା କରି ନ ଥିଲେ। ଅନ୍ୟପକ୍ଷରେ, ଯେଉଁମାନେ ବିଶ୍ୱରେ ଯୁକ୍ତରାଷ୍ଟ୍ରର ଆଚରଣ ବିଷୟରେ ଅବଗତ, ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଆମେରିକାକୁ ଘୃଣା କରିବା ପାଇଁ ସେମାନଙ୍କ ପାଖରେ ଅନେକ କିଛି ଅଛି। ଏସିଆ, ଆଫ୍ରିକା, ଲାଟିନ ଆମେରିକା ଏବଂ ୟୁରୋପରେ ଆମେରିକାର ସୀମାହୀନ ହସ୍ତକ୍ଷେପ ଅନେକ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇଛି। ୧୯୫୦ ଦଶକର କୋରିଆ ଯୁଦ୍ଧଠାରୁ ଆରମ୍ଭ କରି ୧୯୯୦ ଦଶକର ସର୍ବିଆ ଯୁଦ୍ଧ ଏବଂ ତା’ପରେ ୯/୧୧ ପରବର୍ତ୍ତୀ ପଦକ୍ଷେପରେ ଏହା ଦେଖାଯାଇଛି। ମୋ ମତରେ, ପ୍ରଥମ ଥର ପାଇଁ ଆମେରିକା ଏପରି ଏକ ଉପାୟ ଆପଣାଉଛି, ଯାହା ପ୍ରଶଂସାଯୋଗ୍ୟ ବିଷୟକୁ ନଷ୍ଟ କରିବା ସହ ଘୃଣା ବିଷୟକୁ ଦ୍ୱିଗୁଣିତ କରୁଛି। ଆମେରିକାକୁ ପ୍ରବାସୀଙ୍କ ପ୍ରବେଶ ବନ୍ଦ କରି ନିଜର କ୍ଷତି କରୁଛି। ଭାରତ ହେଉଛି ସର୍ବାଧିକ ଏଚ୍‌୧ବି ଭିଜା ହିତାଧିକାରୀଙ୍କ ଦେଶ ଏବଂ ମୋଟ ଭିଜାର ପ୍ରାୟ ଦୁଇ ତୃତୀୟାଂଶ। ଏହା ସତ୍ୟ ଯେ, ଏହି ବ୍ୟକ୍ତିମାନେ ଭାରତରେ ରହିବାକୁ ଚାହାନ୍ତି ନାହିଁ ଏବଂ ଅନୁମତି ମିଳିଲେ ଆମେରିକା ଚାଲିଯିବାକୁ ପସନ୍ଦ କରନ୍ତି। ସେମାନେ କର୍ମଶକ୍ତିର ମାନ ବଢ଼ାନ୍ତି। ସେହିପରି ଯେଉଁମାନେ ଅବୈଧ କାଗଜପତ୍ରରେ ଆମେରିକାକୁ ଆସୁଛନ୍ତି, ସେମାନେ ମଧ୍ୟ ନିଜକୁ ଅଧିକ ଉତ୍ପାଦନକ୍ଷମ ଦର୍ଶାଇବାକୁ ଚାହାନ୍ତି। ଏବେ ସେମାନଙ୍କୁ ବାହାର କରାଯିବା ଏବଂ ଅନ୍ୟମାନଙ୍କ ପ୍ରବେଶରେ କଟକଣା ଲଗାଯିବା ଭଳି ପଦକ୍ଷେପ ଆମେରିକାକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଛି ଓ ତାହା ଆଗକୁ ଜାରି ରହିବ। ଗତବର୍ଷ ଆମେରିକାରେ ବେରୋଜଗାର ଅଧିକ ଖରାପ ହେବାରୁ ପ୍ରବାସୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। କାରଣ ଶ୍ରମିକ ବିରୋଧୀ କାର୍ଯ୍ୟ ଯୋଗୁ ଏହି ବୃହତ୍‌ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଫଳରେ ଯାହା ପ୍ରଶଂସାଯୋଗ୍ୟ ଥିଲା ତାହା ନଷ୍ଟ ହୋଇଯାଇଛି।
ଅପରପକ୍ଷରେ ବିଦେଶରେ ହିଂସାକୁ ଦେଖିଲେ ଯୁକ୍ତରାଷ୍ଟ୍ର ଏପରି ଏକ ପଥ ଅନୁସରଣ କରୁଛି, ଯେଉଁଥିରେ ଏହାର ସାମ୍ରାଜ୍ୟବାଦୀ ପ୍ରବୃତ୍ତି ଜାରି ରହିଥିବା ସ୍ପଷ୍ଟ ହେଉଛି। ଏବେ ଏକ ନୂଆ ଘଟଣା କ୍ରମେ ଭେନେଜୁଏଲା ଉପରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରି ଆଣିବା ଏବଂ ଏହାର ତୈଳଭଣ୍ଡାର ହସ୍ତାନ୍ତର ପାଇଁ ମୂଲ୍ୟହୀନ ଦାବିରେ ଆମେ ସାମ୍ରାଜ୍ୟବାଦ ଦେଖିପାରୁଛୁ। ଇରାନ ଉପରେ ବୋମାମାଡ଼ ଏବଂ ଇସ୍ରାଏଲକୁ ଏହାର ସମସ୍ତ ପଡ଼ୋଶୀ ଉପରେ ଆକ୍ରମଣ କରିବାକୁ ସହାୟତା ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଏକ ସାଧାରଣ ଧାରା ଭଳି ମନେହେଉଛି। ଟ୍ରମ୍ପଙ୍କଠାରେ ଏବେ ଏକ ନୂଆ କ୍ରୂର ସ୍ବଭାବ ଦେଖାଯାଉଛି, ଯେଉଁଥିରେ ସେ ତାଙ୍କ ମିତ୍ରଙ୍କ ସହ ଶତ୍ରୁତା କରୁଛନ୍ତି। ସେ କାନାଡା, ଗ୍ରୀନ୍‌ଲ୍ୟାଣ୍ଡ ଓ ପାନାମା କେନାଲ ଚାହଁୁଛନ୍ତି। ଆମେରିକା ସହିତ ଭାଇଚାରାରେ ଥିବା ଗରିବ ୟୁରୋପୀୟମାନେ ଏବେ ଭୟଭୀତ ଏବଂ କିପରି ପ୍ରତିକ୍ରିୟା ଦେବେ ତାହା ଜାଣିପାରୁ ନାହାନ୍ତି। ସେମାନେ ନିକଟତର ବୋଲି ପ୍ରଦର୍ଶନ କରିଛନ୍ତି କିନ୍ତୁ ଯଦି ଟ୍ରମ୍ପ ତାଙ୍କ ସେନାକୁ ଗ୍ରୀନ୍‌ଲ୍ୟାଣ୍ଡ ପଠାନ୍ତି, ତେବେ ସେମାନେ ସାହାଯ୍ୟ କରି ନ ପାରନ୍ତି। ସୁରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକାର ଅଂଶୀଦାର ହେବାକୁ ଆସିଥିବା ଏବଂ ଦଶନ୍ଧି ଧରି ସହଯୋଗୀ ଥିବା ଜାପାନ ଏବଂ କୋରିଆ ବାଣିଜ୍ୟ ଚୁକ୍ତିରେ ଠକାମିର ଶିକାର ହେଉଥିବା ଅନୁଭବ କରୁଛନ୍ତି। ବିଶେଷକରି ଭାରତ ମଧ୍ୟ ଝଟ୍‌କା ଖାଇଛି। ଆମ ସରକାର ଟ୍ରମ୍ପଙ୍କ ସହ ଯେଉଁ ଅପାରଗତା ଏବଂ ସମ୍ପୂର୍ଣ୍ଣ ସରଳତାର ସହିତ ଯୋଗାଯୋଗ କରିଥିଲେ, ତାହା ଉପରେ ଆମେ ଅନ୍ୟ ଏକ ଦିନରେ ଆଲୋଚନା କରିପାରିବା। ହେଲେ ଆଜି ଆମେ ଆମେରିକା ନିଜ ପାଇଁ କ’ଣ କରୁଛି ତାହା ସାମ୍ନାକୁ ଆଣୁଛୁ। ଅତୀତର ବୃହତ୍‌ ସାମ୍ରାଜ୍ୟଗୁଡ଼ିକ ଦୀର୍ଘ ସମୟ ମଧ୍ୟରେ ଦୁର୍ବଳ ହୋଇଯାଇଛି। ରୋମର ଅଧୋଗତି ପାଇଁ ଅନେକ ଶତାବ୍ଦୀ ଲାଗି ଯାଇଥିଲା। କିନ୍ତୁ ଆଧୁନିକ ଯୁଗରେ ଅଧୋଗତି ଦ୍ରୁତଗତିରେ ଘଟୁଛି। ୧୯୧୧ରେ ବ୍ରିଟେନ କ୍ଷମତାରେ ଅଧିକ କ୍ଷତି ସହିବା ସହ ଯୁଦ୍ଧ ପରେ ୧୯୪୫ରେ ଗମ୍ଭୀର ସଙ୍କଟରେ ପଡ଼ିଗଲେ। ସୋଭିଏଟ୍‌ ସଂଘ କିଛି ସପ୍ତାହ ମଧ୍ୟରେ ଅଦୃଶ୍ୟ ହୋଇଗଲା। ହେଲେ ଏହି ବୃହତ୍‌ ଶକ୍ତିଗୁଡ଼ିକ ମଧ୍ୟରୁ କେହି ନିଜର ଏତେ କ୍ଷତି କରୁ ନ ଥିଲେ, ଯାହା ଏବେ ଆମେରିକା କରୁଛି। ଟ୍ରମ୍ପ ଆମେରିକାରେ ଏତେ ପରିମାଣରେ ଘୃଣାରେ ବାହ୍ୟ ପ୍ରତିଭାକୁ ଅବମାନନା ତଥା ପ୍ରତ୍ୟାଖ୍ୟାନ କରୁଛନ୍ତି ଯେ, ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଆମେରିକା ନିଜେ ପ୍ରସ୍ତୁତ କରିଥିବା ‘ନିୟମ-ଆଧାରିତ କ୍ରମ’ ବ୍ୟବସ୍ଥାକୁ ଭାଙ୍ଗି ଦେଉଛନ୍ତି। ସେ ଯାହା କରିଛନ୍ତି ଏବଂ କରୁଛନ୍ତି ତାହା ଆମେରିକାକୁ ଦୀର୍ଘକାଳୀନ କ୍ଷତି ପହଞ୍ଚାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ…

ଇସଲାମାବାଦ ଆଲୋଚନାରେ ନୂଆ ଟୁଇଷ୍ଟ! ଯୋଗ ଦେବେ ଟ୍ରମ୍ପ, ଇରାନ ପାଇଁ ଏହା ସରପ୍ରାଇଜ ନାଁ ଆଶ୍ଚର୍ଯ୍ୟକର ଘଟଣା? ଜାଣନ୍ତୁ…

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସଲାମାବାଦରେ ହେବାକୁ ଥିବା ଇରାନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି; କିନ୍ତୁ, ସେ ବ୍ୟକ୍ତିଗତ ଭାବରେ ଯୋଗ…

ମୁଁ ନିଜକୁ ଅସହଜ ମନେ କରୁଛି….ମୈଥିଲିଙ୍କ ଚାଞ୍ଚଲ୍ୟକର ବୟାନ

କୋଲକାତା,୨୧।୪:ଭାଜପା ବିଧାୟକ ମୈଥିଲି ଠାକୁର ବଙ୍ଗଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ହୁଗଲି (ପଶ୍ଚିମବଙ୍ଗ)କୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ବଙ୍ଗଳାରେ ପହଞ୍ଚିବା ପରେ…

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri