ହସ୍ତକ୍ଷେପରୁ କ୍ଷତି

ଆମେରିକା ବିଷୟରେ ପ୍ରଶଂସା କରିବା ପାଇଁ ବହୁତ କିଛି ଅଛି ଏବଂ ଘୃଣା କରିବା ସକାଶେ ମଧ୍ୟ ଅନେକ କିଛି ରହିଛି। ସର୍ବାଧିକ ପ୍ରଶଂସା କରିବାର ବିଷୟ ହେଉଛି ଏହା ବିଶ୍ୱର ଅନେକ ପ୍ରତିଭାବାନ୍‌ ଲୋକଙ୍କୁ ଆକର୍ଷିତ କରି ସେମାନଙ୍କୁ ନିଜ ଦେଶକୁ ଆସିବା ପାଇଁ ଆମନ୍ତ୍ରଣ କରିଥାଏ। ଆମେରିକାର ଜନସଂଖ୍ୟାର ପ୍ରାୟ ୧୫% ବିଦେଶୀ, ଯେଉଁଥିରେ ୫୦ ଲକ୍ଷ ଭାରତୀୟ ଅଛନ୍ତି ଏବଂ ଏହା ପ୍ରକୃତରେ ଏକ ବଡ଼ ସମ୍ପତ୍ତି। ଭାରତ ଏହାର ପିଲାଙ୍କୁ ଲାଳନପାଳନ କରିବା ଏବଂ ଶିକ୍ଷାଦେବା, ଖାଇବାକୁ ଦେବା, ଆଶ୍ରୟ ଦେବା, ପୋଷାକ ଦେବାରେ ସମ୍ବଳ ଖର୍ଚ୍ଚ କରେ। ପିଲାଟି ଭାରତର ସର୍ବୋତ୍ତମ ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନଗୁଡ଼ିକୁ ଯାଇଥାଏ। ହେଲେ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ସ୍ଥାୟୀ ଭାବରେ ଆମେରିକା ଚାଲିଯାଏ। ମାଇକ୍ରୋସଫ୍ଟ, ଗୁଗଲ ଏବଂ ଟେସ୍‌ଲା ଭଳି ଆମେରିକୀୟ କର୍ପୋରେଶନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶରୁ ଆସୁଥିବା ଏପରି ପ୍ରତିଭାଙ୍କ କର୍ମଶକ୍ତିରୁ ଲାଭ ପାଆନ୍ତି। ସମସ୍ତ ନିବେଶ ଏଠାରେ କରାଯାଇଥିଲା; ହେଲେ ନିବେଶର ଲାଭ ସେଠାରେ ପୂରଣ ହେଲା। ଅନ୍ୟଙ୍କୁ ନିଜ ଦେଶକୁ ଆକର୍ଷିତ କରି ନେବା ଭଳି ଆମେରିକା ଦକ୍ଷତାକୁ କିଛି ମାତ୍ରାରେ ୟୁରୋପରେ ଅନୁକରଣ କରାଯାଇଛି, କିନ୍ତୁ ଏହା ଚାଇନା କିମ୍ବା ଭାରତରେ ନାହିଁ। ଆମେ ନା ବାହ୍ୟ ପ୍ରତିଭାକୁ ଆକର୍ଷିତ କରୁ ନା ଚାହୁଁ। ହେଲେ ଏଭଳି ଧାରାକୁ ଏବେ ଆମେରିକା ଶେଷ କରିବାକୁ ଯାଉଛି ଏବଂ ଏଥିପାଇଁ ଏତେ ଆଗ୍ରହୀ ଯେ ଆଇସିଇ ଉଗ୍ରବାଦୀଙ୍କ ପ୍ରବାସୀ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ହତ୍ୟା ଘଟଣାକୁ ଠିକ୍‌ ମନେକରିଛି। ଯେଉଁମାନେ ଆମେରିକାକୁ ପ୍ରଶଂସା କରୁଥିଲେ ସେମାନେ ଏଭଳି ଆଶା କରି ନ ଥିଲେ। ଅନ୍ୟପକ୍ଷରେ, ଯେଉଁମାନେ ବିଶ୍ୱରେ ଯୁକ୍ତରାଷ୍ଟ୍ରର ଆଚରଣ ବିଷୟରେ ଅବଗତ, ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଆମେରିକାକୁ ଘୃଣା କରିବା ପାଇଁ ସେମାନଙ୍କ ପାଖରେ ଅନେକ କିଛି ଅଛି। ଏସିଆ, ଆଫ୍ରିକା, ଲାଟିନ ଆମେରିକା ଏବଂ ୟୁରୋପରେ ଆମେରିକାର ସୀମାହୀନ ହସ୍ତକ୍ଷେପ ଅନେକ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇଛି। ୧୯୫୦ ଦଶକର କୋରିଆ ଯୁଦ୍ଧଠାରୁ ଆରମ୍ଭ କରି ୧୯୯୦ ଦଶକର ସର୍ବିଆ ଯୁଦ୍ଧ ଏବଂ ତା’ପରେ ୯/୧୧ ପରବର୍ତ୍ତୀ ପଦକ୍ଷେପରେ ଏହା ଦେଖାଯାଇଛି। ମୋ ମତରେ, ପ୍ରଥମ ଥର ପାଇଁ ଆମେରିକା ଏପରି ଏକ ଉପାୟ ଆପଣାଉଛି, ଯାହା ପ୍ରଶଂସାଯୋଗ୍ୟ ବିଷୟକୁ ନଷ୍ଟ କରିବା ସହ ଘୃଣା ବିଷୟକୁ ଦ୍ୱିଗୁଣିତ କରୁଛି। ଆମେରିକାକୁ ପ୍ରବାସୀଙ୍କ ପ୍ରବେଶ ବନ୍ଦ କରି ନିଜର କ୍ଷତି କରୁଛି। ଭାରତ ହେଉଛି ସର୍ବାଧିକ ଏଚ୍‌୧ବି ଭିଜା ହିତାଧିକାରୀଙ୍କ ଦେଶ ଏବଂ ମୋଟ ଭିଜାର ପ୍ରାୟ ଦୁଇ ତୃତୀୟାଂଶ। ଏହା ସତ୍ୟ ଯେ, ଏହି ବ୍ୟକ୍ତିମାନେ ଭାରତରେ ରହିବାକୁ ଚାହାନ୍ତି ନାହିଁ ଏବଂ ଅନୁମତି ମିଳିଲେ ଆମେରିକା ଚାଲିଯିବାକୁ ପସନ୍ଦ କରନ୍ତି। ସେମାନେ କର୍ମଶକ୍ତିର ମାନ ବଢ଼ାନ୍ତି। ସେହିପରି ଯେଉଁମାନେ ଅବୈଧ କାଗଜପତ୍ରରେ ଆମେରିକାକୁ ଆସୁଛନ୍ତି, ସେମାନେ ମଧ୍ୟ ନିଜକୁ ଅଧିକ ଉତ୍ପାଦନକ୍ଷମ ଦର୍ଶାଇବାକୁ ଚାହାନ୍ତି। ଏବେ ସେମାନଙ୍କୁ ବାହାର କରାଯିବା ଏବଂ ଅନ୍ୟମାନଙ୍କ ପ୍ରବେଶରେ କଟକଣା ଲଗାଯିବା ଭଳି ପଦକ୍ଷେପ ଆମେରିକାକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଛି ଓ ତାହା ଆଗକୁ ଜାରି ରହିବ। ଗତବର୍ଷ ଆମେରିକାରେ ବେରୋଜଗାର ଅଧିକ ଖରାପ ହେବାରୁ ପ୍ରବାସୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। କାରଣ ଶ୍ରମିକ ବିରୋଧୀ କାର୍ଯ୍ୟ ଯୋଗୁ ଏହି ବୃହତ୍‌ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଫଳରେ ଯାହା ପ୍ରଶଂସାଯୋଗ୍ୟ ଥିଲା ତାହା ନଷ୍ଟ ହୋଇଯାଇଛି।
ଅପରପକ୍ଷରେ ବିଦେଶରେ ହିଂସାକୁ ଦେଖିଲେ ଯୁକ୍ତରାଷ୍ଟ୍ର ଏପରି ଏକ ପଥ ଅନୁସରଣ କରୁଛି, ଯେଉଁଥିରେ ଏହାର ସାମ୍ରାଜ୍ୟବାଦୀ ପ୍ରବୃତ୍ତି ଜାରି ରହିଥିବା ସ୍ପଷ୍ଟ ହେଉଛି। ଏବେ ଏକ ନୂଆ ଘଟଣା କ୍ରମେ ଭେନେଜୁଏଲା ଉପରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରି ଆଣିବା ଏବଂ ଏହାର ତୈଳଭଣ୍ଡାର ହସ୍ତାନ୍ତର ପାଇଁ ମୂଲ୍ୟହୀନ ଦାବିରେ ଆମେ ସାମ୍ରାଜ୍ୟବାଦ ଦେଖିପାରୁଛୁ। ଇରାନ ଉପରେ ବୋମାମାଡ଼ ଏବଂ ଇସ୍ରାଏଲକୁ ଏହାର ସମସ୍ତ ପଡ଼ୋଶୀ ଉପରେ ଆକ୍ରମଣ କରିବାକୁ ସହାୟତା ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଏକ ସାଧାରଣ ଧାରା ଭଳି ମନେହେଉଛି। ଟ୍ରମ୍ପଙ୍କଠାରେ ଏବେ ଏକ ନୂଆ କ୍ରୂର ସ୍ବଭାବ ଦେଖାଯାଉଛି, ଯେଉଁଥିରେ ସେ ତାଙ୍କ ମିତ୍ରଙ୍କ ସହ ଶତ୍ରୁତା କରୁଛନ୍ତି। ସେ କାନାଡା, ଗ୍ରୀନ୍‌ଲ୍ୟାଣ୍ଡ ଓ ପାନାମା କେନାଲ ଚାହଁୁଛନ୍ତି। ଆମେରିକା ସହିତ ଭାଇଚାରାରେ ଥିବା ଗରିବ ୟୁରୋପୀୟମାନେ ଏବେ ଭୟଭୀତ ଏବଂ କିପରି ପ୍ରତିକ୍ରିୟା ଦେବେ ତାହା ଜାଣିପାରୁ ନାହାନ୍ତି। ସେମାନେ ନିକଟତର ବୋଲି ପ୍ରଦର୍ଶନ କରିଛନ୍ତି କିନ୍ତୁ ଯଦି ଟ୍ରମ୍ପ ତାଙ୍କ ସେନାକୁ ଗ୍ରୀନ୍‌ଲ୍ୟାଣ୍ଡ ପଠାନ୍ତି, ତେବେ ସେମାନେ ସାହାଯ୍ୟ କରି ନ ପାରନ୍ତି। ସୁରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକାର ଅଂଶୀଦାର ହେବାକୁ ଆସିଥିବା ଏବଂ ଦଶନ୍ଧି ଧରି ସହଯୋଗୀ ଥିବା ଜାପାନ ଏବଂ କୋରିଆ ବାଣିଜ୍ୟ ଚୁକ୍ତିରେ ଠକାମିର ଶିକାର ହେଉଥିବା ଅନୁଭବ କରୁଛନ୍ତି। ବିଶେଷକରି ଭାରତ ମଧ୍ୟ ଝଟ୍‌କା ଖାଇଛି। ଆମ ସରକାର ଟ୍ରମ୍ପଙ୍କ ସହ ଯେଉଁ ଅପାରଗତା ଏବଂ ସମ୍ପୂର୍ଣ୍ଣ ସରଳତାର ସହିତ ଯୋଗାଯୋଗ କରିଥିଲେ, ତାହା ଉପରେ ଆମେ ଅନ୍ୟ ଏକ ଦିନରେ ଆଲୋଚନା କରିପାରିବା। ହେଲେ ଆଜି ଆମେ ଆମେରିକା ନିଜ ପାଇଁ କ’ଣ କରୁଛି ତାହା ସାମ୍ନାକୁ ଆଣୁଛୁ। ଅତୀତର ବୃହତ୍‌ ସାମ୍ରାଜ୍ୟଗୁଡ଼ିକ ଦୀର୍ଘ ସମୟ ମଧ୍ୟରେ ଦୁର୍ବଳ ହୋଇଯାଇଛି। ରୋମର ଅଧୋଗତି ପାଇଁ ଅନେକ ଶତାବ୍ଦୀ ଲାଗି ଯାଇଥିଲା। କିନ୍ତୁ ଆଧୁନିକ ଯୁଗରେ ଅଧୋଗତି ଦ୍ରୁତଗତିରେ ଘଟୁଛି। ୧୯୧୧ରେ ବ୍ରିଟେନ କ୍ଷମତାରେ ଅଧିକ କ୍ଷତି ସହିବା ସହ ଯୁଦ୍ଧ ପରେ ୧୯୪୫ରେ ଗମ୍ଭୀର ସଙ୍କଟରେ ପଡ଼ିଗଲେ। ସୋଭିଏଟ୍‌ ସଂଘ କିଛି ସପ୍ତାହ ମଧ୍ୟରେ ଅଦୃଶ୍ୟ ହୋଇଗଲା। ହେଲେ ଏହି ବୃହତ୍‌ ଶକ୍ତିଗୁଡ଼ିକ ମଧ୍ୟରୁ କେହି ନିଜର ଏତେ କ୍ଷତି କରୁ ନ ଥିଲେ, ଯାହା ଏବେ ଆମେରିକା କରୁଛି। ଟ୍ରମ୍ପ ଆମେରିକାରେ ଏତେ ପରିମାଣରେ ଘୃଣାରେ ବାହ୍ୟ ପ୍ରତିଭାକୁ ଅବମାନନା ତଥା ପ୍ରତ୍ୟାଖ୍ୟାନ କରୁଛନ୍ତି ଯେ, ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଆମେରିକା ନିଜେ ପ୍ରସ୍ତୁତ କରିଥିବା ‘ନିୟମ-ଆଧାରିତ କ୍ରମ’ ବ୍ୟବସ୍ଥାକୁ ଭାଙ୍ଗି ଦେଉଛନ୍ତି। ସେ ଯାହା କରିଛନ୍ତି ଏବଂ କରୁଛନ୍ତି ତାହା ଆମେରିକାକୁ ଦୀର୍ଘକାଳୀନ କ୍ଷତି ପହଞ୍ଚାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?