Posted inଫୁରସତ

ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ବିଶ୍ୱାସ ହେବ ନାହିଁ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ ଲାଗିଲେ। କିନ୍ତୁ ଏହି ଲୁଡୋ ଖେଳରେ ବାପା ଝିଅକୁ ହରାଇବାରୁ ସମ୍ପର୍କ ଭାଙ୍ଗଯିବାକୁ ବସିଛି। ହାରିଯାଇଥିବା ଝିଅ ଏବେ ନିଜ ବାପାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି। ମାମଲା ଯାଇ ଏବେ ପହଞ୍ଚିିଛି ପାରିବାରିକ କୋର୍ଟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।
ବର୍ତ୍ତମାନ ପର୍ଯ୍ୟନ୍ତ ଖେଳ ମଉଜ ମସ୍ତି ଏବଂ ସମ୍ପର୍କ ସ୍ଥାପନ କରିବାର ଏକ ମାଧ୍ୟମ ଥିଲା। ହେଲେ ପରିବର୍ତ୍ତିତ ସମୟ ଯୋଗୁ ଏବେ ଖେଳ ସମ୍ପର୍କ ଭାଙ୍ଗିବାର କାରଣ ସାଜିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ୨୪ ବର୍ଷର ଜଣେ ଯୁବତୀ ବାପା ଏବଂ ଭାଇ ଭଉଣୀଙ୍କ ସହ ମିଶି ଲୁଡୋ ଖେଳୁଥିଲେ। ଏହି ଖେଳରେ ବାପା ଝିଅକୁ ହରାଇ ଦେଲେ। ଏହା ଝିଅଙ୍କ ମନରେ ଏମିତି ପ୍ରଭାବ ପକାଇଲା ଯେ, ସେ ବାପାଙ୍କ ସହ ସବୁଦିନ ପାଇଁ ସମ୍ପର୍କ ଛିିନ୍ନ କରିବାକୁ ନିଷ୍ପତ୍ତି ନେଲେ। ବାପାଙ୍କୁ ଘୃଣା ମଧ୍ୟ କରିବାକୁ ଲାଗିଲେ। ପରେ ଏହି ଘଟଣା ପାରିବାରିକ କୋର୍ଟରେ ପହଞ୍ଚିଲା। କୋର୍ଟର ପରାମର୍ଶଦାତା ସରିତା ରଜନୀ କୁହନ୍ତି, ୨୦ ବର୍ଷର ଜଣେ ଯୁବତୀ ତାଙ୍କ ନିକଟକୁ ଆସି କହିଥିଲେ ଯେ, ସେ ନିଜ ବାପା ଓ ଭାଇଙ୍କ ସହ ଲୁଡୋ ଖେଳୁଥିଲେ। ଏହି ସମୟରେ ତାଙ୍କ ବାପା ତାଙ୍କୁ ଖେଳରେ ହରାଇଦେଲେ। ଏହା ପରେ ସେ ଅନୁଭବ କରିବାକୁ ଲାଗିଲେ ଯେ, ବାପାଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ଶେଷ ହୋଇଯାଇଛି। ଯେଉଁ ବାପା ତାଙ୍କ ପାଇଁ ସବୁକିଛି କରୁଥିଲେ, ତାଙ୍କୁ ସମସ୍ତ ପ୍ରକାରର ଖୁସି ଦେଉଥିଲେ, ଆସି ସେ କିପରି ହରାଇ ପାରିଲେ। ଏଥିପାଇଁ ଯୁବତୀ ଆଉ ତାଙ୍କୁ ବାପା କହିବାକୁ ମଧ୍ୟ ଚାହୁଁ ନାହାନ୍ତି। ସରିତା ଏଥିପାଇଁ ତାଙ୍କୁ ବହୁତ ବୁଝାଇବା ପରେ ସାମାନ୍ୟ ସୁଧାର ଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri