ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ ଅଫିସ,୧୫।୭: ରଥଯାତ୍ରାଠାରୁ ଆରମ୍ଭ କରି ଆଡ଼ପମଣ୍ଡପ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲେ ମଧ୍ୟ ମଙ୍ଗଳବାର ରାତ୍ର ପହୁଡ଼ ନୀତି ହୋଇପାରିନାହିଁ। ଫଳରେ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ମହାପ୍ରଭୁ ବଡ଼ସିଂହାର ବେଶରେ ବୁଧବାର ଭୋର ପର୍ଯ୍ୟନ୍ତ ରହିବା ପରେ ନୀତିକାନ୍ତି କରାଯାଇଛି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ଚେଷ୍ଟା ଓ ବ୍ୟବସ୍ଥା ସତ୍ତ୍ବେ ପହୁଡ଼ ହୋଇପାରି ନ ଥିଲା। ମୁଖ୍ୟତଃ ରୁନ୍ଧା ନୀତିରେ ମାତ୍ରାଧିକ ସମୟ ଅତିବାହିତ ହୋଇଯାଇଥିଲା। ଏହାପରେ ଭୋର ୪ଟାରେ ଶ୍ରୀମୁଖ ଖଣ୍ଡୁଆ, ୪ଟା ୫ରେ ଚକା ପୋଛା, ୪ଟା ୧୦ରେ ସିଂହାସନ ଧୁଆ କରାଯିବା ପରେ ୪ଟା ୩୫ରେ ମହାସ୍ନାନ ସରିଥିଲା। ଏହାପରେ ବେଶ ପାଇଁ ପ୍ରସ୍ତୁତି କରାଯାଇ ପାଖାପାଖି ୫ଟା ୨୦ରେ ବେଶ ଶେଷ ହୋଇଥିଲା। ଫଳରେ ପହୁଡ଼ ପାଇଁ ସମୟ ମିଳି ନ ଥିଲା। ଏ ନେଇ ବିଳମ୍ବ ପାଇଁ କାହାକୁ ଦାୟୀ କରିହେବ ନାହିଁ। ଏହା ଗୋଷ୍ଠୀ ସେବା ହୋଇଥିବାରୁ ସମସ୍ତ ଦଇତାପତି ନିର୍ଦ୍ଧାରିତ ସମୟରେ ନୀତି ସାରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ଉଲ୍ଲେଖଯୋଗ୍ୟ, ଧାର୍ଯ୍ୟ ସମୟ ମଧ୍ୟରେ ନୀତିକାନ୍ତି ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ପକ୍ଷରୁ ମିଳିତ ଭାବେ ଉଦ୍ୟମ କରାଯାଇଥିଲା। ରଥାରୂଢ଼ ଶ୍ରୀଜୀଉଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଉପରୁ ପହଣ୍ଡି କରି ଆଡ଼ପମଣ୍ଡପକୁ ନିଆଯାଇଥିଲା। ଏହାସତ୍ତ୍ୱେ ଧାର୍ଯ୍ୟ ସମୟ ମଧ୍ୟରେ ନୀତି ସମ୍ପୂର୍ଣ୍ଣ ହୋଇପାରି ନ ଥିଲା।
ତେବେ ବୁଧବାର ଚତୁର୍ଥୀ ତିଥିରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ହୋଇଥିଲା। ସାଢ଼େ ୧୨ରୁ ୧ଟା ମଧ୍ୟରେ ଆଡ଼ପ ଅବଢ଼ା ବାହାରିଥିଲା। ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନର ସୁଯୋଗ ପାଇଥିଲେ। ପରବର୍ତ୍ତୀ ନୀତିକାନ୍ତି ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?