Posted inଜାତୀୟ

‘ଅଯୋଧ୍ୟାରେ ଆସିଲେ ରାମ, ବିହାରରେ ପଲ୍ଟୁରାମ…’, ନୀତୀଶଙ୍କୁ କଟାକ୍ଷ କଲେ ପୂର୍ବତନ ସହଯୋଗୀ

ପାଟନା, ୨୮।୧: ନୀତୀଶ କୁମାର ପୁଣିଥରେ ପଟ ପରିବର୍ତ୍ତନ କରିଛନ୍ତି। ସେ ଆରଜେଡି ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ ସହ ସମ୍ପର୍କ ଭାଙ୍ଗି ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। 28 ଜାନୁଆରୀ ରବିବାର ନୀତୀଶ କୁମାର ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଥିଲେ ଏବଂ କିଛି ସମୟ ପରେ ପୁଣିଥରେ ଭାଜପା ସମର୍ଥନରେ ସରକାର ଗଠନ କରିବାକୁ ଦାବି କରିଥିଲେ।

ନୀତୀଶଙ୍କ ଏହି ନିଷ୍ପତ୍ତିର ପରେ ତାଙ୍କର ପୂର୍ବତ୍ତନ ସହଯୋଗୀ ଏବେ ତାଙ୍କୁ କଟାକ୍ଷ କରିଛନ୍ତି। ଏହି ଧାରାରେ ସଞ୍ଜୟ ରାଉତ ନୀତୀଶଙ୍କୁ ଇଙ୍ଗିତ କରି କହିଛନ୍ତି, ‘ରାମ ଅଯୋଧ୍ୟାକୁ ଆସିଥିଲେ, ପଲ୍ଟୁରାମ ବିହାରକୁ ଆସିଲେ’।

ଶିବସେନା(ୟୁବିଟି) ନେତା ନୀତୀଶଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ତାଙ୍କୁ ମାନସିକ ରୂପେ ଅସ୍ଥିର କହିଥିଲେ। ରାଉତ ଏହା ମଧ୍ୟ କହିଛନ୍ତି ଇଣ୍ଡିଆ ବ୍ଲକର ଥିତି ଗୁରୁତ୍ୱପୂର୍ଣ୍ଣ ଅଟେ। ମମତା ବାନାର୍ଜୀ ଏବେ ଏଥିରୁ ବାହାର ହୋଇନାହାନ୍ତି। ଆମ ଆଦମୀ ପାର୍ଟି ମଧ୍ୟ ବାହାର ହୋଇନାହିଁ। ତେବେ ନୀତୀଶଙ୍କ ଏହି ଖେଳ ଜାରି ରହିଛି। ତାଙ୍କୁ ମୁଁ ଅନେକ ଦିନରୁ ବହୁତ ନିକଟରୁ ଜାଣିଛି। ସେ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି, ଏହା କିଛି ବ୍ୟକ୍ତିଗତ କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri