ବାହାରିଲା ଆଡ଼ପ ଅବଢ଼ା

ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜନ୍ମବେଦୀରେ ବିଜେ କରିବା ପରେ ଆଡ଼ପ ଅବଢ଼ା ପାଇବା ଲାଗି ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍କଣ୍ଠା ରହିଥାଏ। ଏବେ ଏହି ଉତ୍କଣ୍ଠାର ପରିସମାପ୍ତି ଘଟିଛି। ବାହାରିଛି ଆଡ଼ପ ଅବଢ଼ା। ମଙ୍ଗଳବାର ରାତିରେ ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦୀକୁ ବିଜେ କରିଥିଲେ। ରାତିରେ ସମସ୍ତ ପ୍ରକାର ନୀତିକାନ୍ତି ସରି ଭୋର୍‌ ୫.୫୭ରେ ଦ୍ୱାର ଫିଟିଥିଲା। ଏହା ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ପରେ ସକାଳ ଧୂପରେ ବାହାରିଛି ଆଡ଼ପ ଅବଢ଼ା। ଯଦିଓ ଏହା ପର୍ଯ୍ୟାପ୍ତ ନୁହେଁ ତଥାପି ଭକ୍ତମାନଙ୍କ ମଧ୍ୟରେ ଆଡ଼ପ ଅବଢ଼ା ନେବା ଲାଗି ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଛି। ଟୋକନ ବ୍ୟବସ୍ଥା ମାଧ୍ୟମରେ ଅବଢ଼ା ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ଭୋଗ ମଣ୍ଡପ ବଢ଼ିବା ପରେ ପର୍ଯ୍ୟାପ୍ତ ପରିମାଣରେ ମହାପ୍ରସାଦ ମିଳିପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri