ଜଗାର ମାୟା

ଓଡ଼ିଆ ଜାତିର ଗୌରବ ହେଲେ ପ୍ରଭୁ ଜଗନ୍ନାଥ। ଆମ ଠାକୁରଙ୍କୁ ଆମେ ‘ତୁ’, ‘ତା’ କହି ଅଳି କରୁ ଏବଂ ତାଙ୍କ ସାଙ୍ଗରେ ବ୍ୟକ୍ତିଗତଭାବ ଆଦାନପ୍ରଦାନ କରିଥାଉ। ଜଗନ୍ନାଥଙ୍କ ଦର୍ଶନ ପାଇଁ କେବେ ଧାଡ଼ିରେ ଛିଡ଼ା ହୋଇ ନ ଥିଲୁ କିମ୍ବା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବାଡ଼ ପାଖରେ ଚାପିହୋଇ ନ ଥିଲୁ। ସାହାଣ ମେଲାର ଅର୍ଥ ଜଗନ୍ନାଥ ଭକ୍ତ ହିଁ ଭଲଭାବେ ବୁଝିପାରନ୍ତି। ଜଗନ୍ନାଥଙ୍କୁ ଡାକିଲାବେଳେ କେହି ‘ଜୟ ଶ୍ରୀଜଗନ୍ନାଥ’ କହିବାର ଶୁଣି ନାହୁଁ। ଦୁଃଖରେ ହେଉ କିମ୍ବା ସୁଖରେ, ଭିଡ଼ରେ ହେଉ କିମ୍ବା ଏକାକୀ ସବୁବେଳେ ଆମ ପ୍ରଭୁ ‘ଜୟ ଜଗନ୍ନାଥ’ କହିଲେ ଶୁଣନ୍ତି। ତାଙ୍କ ନାମ ପୂର୍ବରୁ ଯେଉଁ ‘ଜୟ’ ଲଗାଯାଏ ତାହା କୌଣସି ଯୁଦ୍ଧରେ ବିଜୟ ପାଇଥିବାର ଜୟ ନୁହେଁ। ତାହା ହେଉଛି ସମର୍ପଣର ଚରମସୀମାର ପ୍ରତୀକ। ଏଭଳି ଠାକୁରଙ୍କ ଚାରିପଟେ ଥିବା ପୁରାତନ ମଠମନ୍ଦିରକୁ ଭାଙ୍ଗି ଯେଉଁ କେଳେଙ୍କାରୀ ସୃଷ୍ଟି କରାଗଲା ସେଥିରେ କେହି ବି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ବର ଉତ୍ତୋଳନ କରିବା ହେଲେ ନାହିଁ। ତାହା ଅତ୍ୟନ୍ତ ଦୁଃଖଦାୟକ ଅନୁଭୂତି। ଅଯଥାରେ ଜଗନ୍ନାଥ ମନ୍ଦିର ଚାରିପାର୍ଶ୍ୱରେ ଭଙ୍ଗାରୁଜା କରି ଏବଂ ସେହି ଅଞ୍ଚଳର ବାସିନ୍ଦାଙ୍କୁ ବିପୁଳ ଅର୍ଥ ଦେଇ ଯେଉଁଭଳି ପରିକ୍ରମା ପ୍ରକଳ୍ପ ସୃଷ୍ଟି କରାଗଲା, ସେତିକିବେଳେ ଲାଗିଲା ଯେ ଡାକିହାକି କରି କିଛି ଲୋକ ନିଜ ଆଡ଼କୁ ବଡ଼ ଧରଣର କିଳା ନିମନ୍ତ୍ରଣ କରୁଛନ୍ତି।
ଆଜିର ନିର୍ବାଚନ ଫଳାଫଳ ପ୍ରମାଣ କରିଦେଲା ଯେ, ଜଗନ୍ନାଥଙ୍କୁ ହଇରାଣ କରିଥିବା ବ୍ୟକ୍ତି କିମ୍ବା ସଙ୍ଗଠନ ପାଖରେ ଯେତେ ଧନ, ଲୋକ ଏବଂ ସରକାରୀ ବଳ ଥିଲେ ମଧ୍ୟ ତାହା ନିଅଣ୍ଟ ପଡ଼ିବ। ଦେଖିବାକୁ ଗଲେ ସେଇଆ ହିଁ ହେଲା। ଓଡ଼ିଶାର ବିଜୁ ଜନତା ଦଳ ଓଡ଼ିଆ ଜାତିର ବାର୍ତ୍ତାବହ ଭାବେ କାର୍ଯ୍ୟ କରିବାର ଦାୟିତ୍ୱ ନେଇଥିଲା। କିଛି ଲୋକ ଭାବିଲେ ତାହା ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି। ଆଜି ବିଜୁ ଜନତା ଦଳର ପରାଜୟ ସାଧାରଣ ଓଡ଼ିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସ୍ବାଧୀନ ଓଡ଼ିଶାର ଇତିହାସ କହୁଛି ଏହି ରାଜ୍ୟରେ ସବୁବେଳେ ଆଞ୍ଚଳିକ ଦଳର ଚାହିଦା ରହିଛି। ସେହି ଦାୟିତ୍ୱକୁ ମେଣ୍ଟାଇବା ପରିବର୍ତ୍ତେ ବିଜୁ ଜନତା ଦଳ ଏବଂ ତାହାର ମଙ୍ଗ ଧରିଥିବା ହାତଗଣତି ଲୋକ ନିଜକୁ ଅଧିକ ଶକ୍ତିଶାଳୀ ଭାବିନେଇଥିବାରୁ ଏହି ଜାତିର ପ୍ରବଳ କ୍ଷତି ଘଟାଇଛନ୍ତି।
ଅନୁରୂପ ଭାବେ ବଡ଼ଦାଣ୍ଡରେ ଆସି ରୋଡ୍‌ ଶୋ’ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦଳର ଲୋକ କହିଲେ ମୋଦିଙ୍କ ପାଇଁ ସୃଷ୍ଟି ହୋଇଥିବା ଜନସମୁଦ୍ର ଜଗନ୍ନାଥଙ୍କ ରଥଯାତ୍ରା ଭଳି ହେଲା। ସେହିଭଳି ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’ ଯୋଗୁ ହୁଏତ ଆଜିର ପରିସ୍ଥିତିରେ ଭାଜପା କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଦମ୍‌ ପାଇଲା ନାହିଁ। ପରିସ୍ଥିତି ଏଭଳି ହୋଇଛି ଯେ ଯିଏବି ଆଗାମୀ ଦିନର ଭାରତର ପ୍ରଧାନମନ୍ତ୍ରୀ ହେବେ ସିଏ ପ୍ରତ୍ୟେକ ଦିନ ସକାଳୁ ଜଳଖିଆ କରିବା ପୂର୍ବରୁ, ବିହାରର ନୀତୀଶ କୁମାର ଓ ଆନ୍ଧ୍ରର ଚନ୍ଦ୍ରାବାବୁ ନାଇଡୁଙ୍କ ଭଳି ଦୋଗୁଲା ନେତାଙ୍କ ସହ ପରାମର୍ଶ କରି ସବୁ କଥାରେ ଅନୁମତି ଲୋଡ଼ିବାକୁ ବାଧ୍ୟ ହେବେ। ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ ସର୍ବନାଶ କିପରି ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା।
ଏହା ହେଉଛି ଆମ ପ୍ରଭୁ ଜଗନ୍ନାଥଙ୍କ ମାୟା।

ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ ସର୍ବନାଶ କିପରି ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri