ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ୍‌

ରେଙ୍ଗାଲି,୩୧ା୩: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ରେଙ୍ଗାଲି-ସପନେ ରାସ୍ତାର ସାଲଡ ଗ୍ରାମ ନିକଟରେ ବୁଧବାର ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ବାଇକ୍‌ ଲୁଟି ନେଇଛନ୍ତି। ସାଲେପଡା ଗ୍ରାମର ଦେବେନ୍ଦ୍ର ଓରାମ ଏକ ବାଇକ୍‌ (ଓଡି୧୫କ୍ୟୁ-୫୦୧୫) ଯୋଗେ ସମ୍ପର୍କୀୟଙ୍କ ଘର ଚାରପାଲି ଗାଁ ଯାଉଥିଲେ। ପୂର୍ବାହ୍ନ ୧୧ଟା ବେଳେ ସାଲଡ ଗ୍ରାମ କ୍ରଶର ଛକରେ ହଠାତ୍‌ ୩ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ଜଣେ ଯୁବକ ଦେବେନ୍ଦ୍ରଙ୍କ ବାଇକ୍‌ ପଛପଟେ ବସିଥିବା ବେଳେ ଅନ୍ୟ ଜଣେ ଯୁବକ ବନ୍ଧୁକ ଦେଖାଇଥିଲେ। ପରେ ଦୁର୍ବୃତ୍ତମାନେ ବନ୍ଧୁକରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। କୌଶଳ କ୍ରମେ ଦେବେନ୍ଦ୍ର ଜୀବନ ବିକଳରେ ଦୌଡି ପାଖ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେତିକିବେଳେ ଦୁର୍ବୃତ୍ତମାନେ ଦେବେନ୍ଦ୍ରଙ୍କ ବାଇକ୍‌ ଧରି ଫେରାର ହୋଇଯାଇଥିଲେ। ଏ ନେଇ ଦେବେନ୍ଦ୍ର ରେଙ୍ଗାଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କୁ ଧକ୍କା ଦେଇ ବୋଲେରୋ ଫେରାର

ପାଟଣା,୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ନିଜ ଗ୍ରାମ ମଲହାରପଦାରୁ ସାହାରପଡା ଯାଉଥିବା...

ମୁଖିଗୁଡ଼ା, କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କରୋନା: ପରେ ହେଲା ବିଶୋଧନ

ଭବାନୀପାଟଣା,୫।୯ (ଡି.ଏନ୍‌.ଏ.): ଗତ ୭୨ ଘଣ୍ଟା ଧରି କଳାହାଣ୍ଡି ଜିଲା ମୁଖିଗୁଡ଼ା ଓ କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଶଟ୍‌ଡାଉନ୍‌ ଥିଲା।  ଶୁକ୍ରବାର ଅଗ୍ନିଶବ ବିଭାଗ...

ସମୁଦ୍ରକୁ ବୋହିଯାଉଛି ଅଧା ପାଣି: ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ଜଳ ସଙ୍କଟ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରେ ବୋହିଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ...

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ...

ଚାକ୍‌ରି ଆଶ୍‌ରେ ଜମିଦେଇ ପରିବାର ସରବ୍‌ସୁଆଁତ

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ସଦର ଗାଁରେ ରହୁଛନ୍‌ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍‌ରି...

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା...

ଦୁର୍ଘଟଣାରେ ଯୁବକ ମୃତ

କୁକୁଡାଖଣ୍ଡି,୭ା୧୨(ଡି.ଏନ.ଏ.): କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା କାଳୁଆ ମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନ ସାଢେ ୪ଟାରେ ଏକ ସଡ଼କ ଦୁଘଟଣାରେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଜଣେ...

କରୋନା ଭୟ: ସଭା, ପାର୍କ ବନ୍ଦ କଲା ପ୍ରଶାସନ

ଫୁଲବାଣୀ ଅଫିସ/ଦାରିଙ୍ଗିବାଡି, ୧୪। ୩ କରୋନା ଭୟ ଏବେ ସବୁଠି ଘାରିଛି। କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଆସନ୍ତା ୩୧...

Advertisement


Archives

Model This Week