ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ ସହ ୭୦ ହଜାର ଟଙ୍କା

ବାଉଁଶୁଣୀ,୧୨ା୧୨(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ବଉଲପୁର ଗ୍ରାମର ଛେଳି ବ୍ୟବସାୟୀ ଜଗନ୍ନାଥ ଜାଲ ଲୁଟ୍‌ର ଶିକାର ହୋଇଛନ୍ତି। ପଲାସାଗୋରା ବଜାରରୁ ସେ ଫେରୁଥିବା ବେଳେ ବାଘମୁଣ୍ଡା ଗଁା ନିକଟରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ୭୦ହଜାର ୫ଶହ ଟଙ୍କା ଓ ବାଇକ ଲୁଟି ନେଇଛନ୍ତି। ଲୁଟ୍‌ ପରେ ଭୟଭୀତ ହୋଇ ପଡିଥିବା ଜଗନ୍ନାଥଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ତାଙ୍କ ପୁଅ ପିତାମ୍ବର ଜାଲ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଖୁବ୍‌ଶୀଘ୍ର ଲୁଟେରାଙ୍କୁ ଧରିବା ସହିତ ଟଙ୍କା ଓ ଗାଡି ଜବତ କରାଯିବ ବୋଲି ଆଇଆଇସି ଗୋପିନାଥ ପ୍ରଧାନ କହିଛନ୍ତି। ଅଭିଯୋଗ ମୁତାବକ ଶନିବାର ଛେଳି କିଣିବାକୁ ଜଗନ୍ନାଥ ୭୦ହଜାର ୫ଶହ ଟଙ୍କା ଧରି ପଲସାଗୋରା ସାପ୍ତାହିକ ବଜାରକୁ ଯାଇଥିଲେ। ହେଲେ ମନ ପସନ୍ଦର ଛେଳି ନ ମିଳିବାରୁ ସନ୍ଧ୍ୟା ପ୍ରାୟ ୭ଟାରେ ବାଇକ (ଓଡି ୩୧ଡି ୮୦୪୬)ରେ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

ଏନ୍‌ଟିପିସି ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ

ତାଳଚେର,୧୧ା୪(ନି.ପ୍ର.): କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏନ୍‌ଟିପିସି କଣିହଁ। ବିଦ୍ୟୁତ୍‌ ପ୍ର୍ରକଳ୍ପ ପକ୍ଷରୁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ଥାନୀୟ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳକୁ...

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ...

ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା...

ପୁରୀରେ ହାଲ୍‌କା ବର୍ଷା, ପବନ: ରଥଖଳାରେ ଚାଲିଛି କାମ

ପୁରୀ ଅଫିସ,୧୯ା୫: ବାତ୍ୟା ‘ଅମ୍ଫନ’ ପ୍ରଭାବରେ ପୁରୀରେ ହାଲ୍‌କା ବର୍ଷା, ପବନ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ଆକାଶ ମେଘାଛନ୍ନ ରହିଥିବା ବେଳେ ୯ଟା...

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର...

ଖଟିଆରେ ମୃତଦେହ ବୁହାହେବା ଘଟଣା : ଓ୍ବାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି, ୩୦।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାରଲୋକେ ମୃତଦେହକୁ ପ୍ରାୟ ୩କିମି ଦୂର ଶ୍ରାନିକେତାକୁ...

Advertisement
Archives

Model This Week