ମନ୍ଦିର ହୁଣ୍ଡି ଭାଙ୍ଗି ୧୨ ହଜାର ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ଶୈବପୀଠର ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ୧୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ହେଲା ଭକ୍ତମାନେ ଶୈବପୀଠକୁ ଯାଉ ନ ଥିବା ସୁଯୋଗ ନେଇ ଶନିବାର ରାତିରେ ଦୁର୍ବୃତ୍ତମାନେ ଶୈବପୀଠର ଦାନହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେବା ସହ ଭଣ୍ଡାର ଘର ଓ ଅଫିସ ରୁମ୍‌ର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଫିଙ୍ଗା ଫୋପଡ଼ା କରିଥିବା ଜଣାପଡ଼ିଛି। ରବିବାର ଭୋର୍‌ରେ ପୂଜକ ମଙ୍ଗଳ ଆଳତି ପାଇଁ ଶୈବପୀଠକୁ ଯାଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଶୈବପୀଠ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ଶୈବପୀଠ ପରିସରରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଚୋରି ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ପ୍ରବେଶ ମନା: ବସ୍‌, ଅଟୋରେ ଚାଲିଛି ଯାଞ୍ଚ

ଛତ୍ରପୁର,୯।୯(ଡି.ଏନ୍‌.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି।...

ଗଛମୂଳେ ଚାଲିଛି ପାଠପଢ଼ା

ପଦ୍ମପୁର, ୨୩।୭ (ଡି.ଏନ.ଏ.) ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ। ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ର ଗଛ ମୂଳେ ବସି ପାଠ ପଢୁଛନ୍ତି।...

ପୋଖରୀ ହୁଡ଼ାରେ ବିଷ ପିଇ ଜୀବନ ହାରିଲେ ମହିଳା, ପୁରୁଷ

ଲହୁଣୀପଡ଼ା,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ବଡପୁରୁଣାପାଣି ପଞ୍ଚାୟତ ନୂଆଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ମହିଳା ଓ ଯୁବକଙ୍କ ମୃତଦେହ ପୋଲିସ ଜବତ...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ...

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

କୁଚିଣ୍ଡା,୧୨ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ମହୁଲପାଲି ଥାନା ଜରାବଗା ପଞ୍ଚାୟତ ସରକାରୀ ହାଇସ୍କୁଲ ଛାତ ଉପରେ ଶୁକ୍ରବାର ଅପରାହ୍ନରେ ୨ଟି ବଡ଼ ଗଛ ଉପୁଡି...

ରୋଗୀ ସେବାରେ ଅବହେଳା: ଜିଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଅଫିସ୍‌,୧୯।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପର ମହଲା ଦେଇ ୪ ବର୍ଷରେ ୪ ଜଣ ରୋଗୀ ଆତ୍ମହତ୍ୟା କରିବା, ସୁରକ୍ଷା ବ୍ୟବସ୍ଥା ଢିଲା,...

୬ ଜଣଙ୍କୁ ଅପହରଣ କରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୬ା୩(ଡି.ଏନ.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ରାତିରେ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ...

ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି

ରାଇରଙ୍ଗପୁର,୨୫।୬(ଡି.ଏନ୍‌.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା...

Advertisement
Archives

Model This Week