ଲିଙ୍କ୍‌ ପଠାଇ ଆକାଉଣ୍ଟରୁ ଲୁଟ୍‌

ଅନୁଗୋଳ ଅଫିସ, ୧୭।୧ (ଅମିତ କୁମାର ସାମଲ): ସମୟ ସହ ବଦଳୁଛି ସାଇବର ଅପରାଧର ପଦ୍ଧତି। ପୂର୍ବରୁ ଫୋନ କରି କୌଶଳରେ ଏଟିଏମ୍‌ ତଥ୍ୟ ନେଉଥିବା ଅପରାଧୀମାନେ ଏବେ ଇଣ୍ଟରନେଟ୍‌କୁ ଠକେଇର ଏକ ମାଧ୍ୟମ କରିଛନ୍ତି। ଏହି ଆପ୍‌ ଡାଉନ୍‌ଲୋଡ୍‌ ନ କଲେ ଫୋନ ଅଚଳ ହୋଇଯିବ କହି କେତେବେଳେ ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ କହୁଛନ୍ତି ତ ଆଉ କେତେବେଳେ ଲଟେରିର ପ୍ରଲୋଭନ ଦେଖାଇ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଗତ ୨୦୨୦ ବର୍ଷରେ ଅନୁଗୋଳ ଜିଲାରୁ ଏହି ସାଇବର ଅପରାଧୀମାନେ ୭୩ ଲକ୍ଷ ୩୮ ହଜାର ୨୪୭ ଟଙ୍କା ଲୁଟ୍‌ କରିଛନ୍ତି। ଏ ନେଇ ବିଭିନ୍ନ ଥାନାରେ ୮୯ ମାମଲା ରୁଜୁ ହୋଇଛି। ତେବେ ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୮ ଜଣ ଟଙ୍କା ଫେରସ୍ତ ପାଇଛନ୍ତି।
ଅନୁଗୋଳ ଜିଲାରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। କେବଳ ୨୦୨୦ ବର୍ଷରେ ଅନୁଗୋଳ ଥାନା ଅଞ୍ଚଳରୁ ୨୨ ଲକ୍ଷ ୭ ହଜାର ୪୧୧ ଟଙ୍କା ଠକେଇ ହୋଇଥିବା ବେଳେ ୩୪ ମାମଲା ରୁଜୁ ହୋଇଛି। ସେହିପରି କୋଲିୟରୀ ଥାନା ଅଞ୍ଚଳରୁ ୮ ଲକ୍ଷ ୯୧ ହଜାର ୨୪୪ ଟଙ୍କା ଲୁଟ୍‌ ହୋଇଥିବା ୧୫ଟି ମାମଲାରୁ ଜଣାପଡ଼ିଛି। ବଅଁରପାଳ ଥାନା ଅଞ୍ଚଳରୁ ୧୦ ଲକ୍ଷ ୬୫ ହଜାର ୭୭୪ ଟଙ୍କା ଲୁଟ୍‌ ନେଇ ୬ଟି ମାମଲା ରୁଜୁ ହୋଇଥିବାବେଳେ ବିକ୍ରମପୁର ଥାନାରେ ୧ଲକ୍ଷ ୭୭ ହଜାର ୭୩୩ ଟଙ୍କା ଲୁଟ୍‌ ନେଇ ୫ଟି ମାମଲା, ବନ୍ତଳା ଥାନରେ ୫ ଲକ୍ଷ ୩୯ ହଜାର ୪୫୩ ଟଙ୍କା ଲୁଟ୍‌ ନେଇ ୫ଟି ମାମଲା, ନାଲ୍‌କୋ ଥାନାରେ ୫ ଲକ୍ଷ ୧୮ ହଜାର ୮୯୩ ଟଙ୍କା ଲୁଟ୍‌ ନେଇ ୪ଟି ମାମଲା, ଏନ୍‌ଟିପିସି ଥାନାରେ ୨ ଲକ୍ଷ ୫୬ ହଜାର ୯ଶହ ଟଙ୍କା ଲୁଟ୍‌ ନେଇ ୪ ମାମଲା, ସମଲ ଥାନାରେ ୨ ଲକ୍ଷ ୨୭ ହଜାର ୫୬୫ଟଙ୍କା ଲୁଟ୍‌ ନେଇ ୩ଟି ମାମଲା, ନିଶା ଶିଳ୍ପାଞ୍ଚଳ ଥାନାରେ ୧ଲକ୍ଷ ୧୯ ହଜାର ୫୦୩ ଟଙ୍କା ଲୁଟ୍‌ ନେଇ ୨ଟି ମାମଲା, ତାଳଚେର ଥାନାରେ ୧ ଲକ୍ଷ ୨୪ ହଜାର ୯୭୯ ଟଙ୍କା ଲୁଟ୍‌ ହୋଇଥିବା ନେଇ ଦୁଇଟି ମାମଲା, ପାଲଲହଡ଼ା ଥାନାରେ ୧ ଲକ୍ଷ ହଜାର ୯ଶହ ଟଙ୍କା ଲୁଟ୍‌ ନେଇ ୨ଟି ମାମଲା, ଖମାର ଥାନାରେ ୭ ଲକ୍ଷ ୯୧ ହଜାର ୯୨ ଟଙ୍କା ଲୁଟ୍‌ ହୋଇଥିବା ନେଇ ୨ଟି ମାମଲା, ରେଙ୍ଗାଳି ଥାନାରେ ୧ଲକ୍ଷ ୬୪ ହଜାର ୮ଶହ ଟଙ୍କା ଲୁଟ୍‌ ସମ୍ପର୍କିତ ଗୋଟିଏ ମାମଲା, କଣିହଁା ଥାନାରେ ୩୫ ହଜାର ଟଙ୍କା, ଛେଣ୍ଡିପଦା ଥାନାରେ ୬୬ ହଜାର ଟଙ୍କା ଓ କିଶୋରନଗର ଥାନାରେ ୫୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଗୋଟିଏ ଲେଖାଏ ମାମଲା କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସାଇବର ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୧୮ ଜଣଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୯୬ ହଜାର ୬୩୨ ଟଙ୍କା ଯାଇଥିବାବେଳେ ୮ ଲକ୍ଷ ୯୬ ହଜାର ୩୭୫ଟଙ୍କା ଫେରସ୍ତ ଆସିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବାଧକ ସାଜୁଛି ଗାଇଡ୍‌ଲାଇନ୍‌
ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୋଗକାରୀଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି କରିଥାଏ। ସେହି ଚିଠି ଆଧାରରେ ଉକ୍ତ ବ୍ୟାଙ୍କ ପକ୍ଷରୁ ସାଇବର ଲୁଟେରାଙ୍କ ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ସେହି ବ୍ୟାଙ୍କକୁ ଯୋଗାଯୋଗ କରି ଲୁଟ୍‌ ସମ୍ବନ୍ଧୀୟ ତଥ୍ୟ ଦେବା ସହ ଆକାଉଣ୍ଟ ଫ୍ରିଜ୍‌ କରିବାକୁ କୁହାଯାଇଥାଏ। ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଟଙ୍କା ଫେରସ୍ତ ପାଇଁ ପୋଲିସ ପକ୍ଷରୁ କୁହାଯାଏ, ସେତେବେଳେ ସେହି ବ୍ୟାଙ୍କ କର୍ତ୍ତୃପକ୍ଷ ତାହା କରି ନ ଥାନ୍ତି। କାରଣ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗାଇଡ୍‌ ଲାଇନ୍‌ ଅନୁଯାୟୀ ଆକାଉଣ୍ଟଧାରୀଙ୍କ ବିନା ପରାମର୍ଶରେ ତାଙ୍କ ଆକାଉଣ୍ଟରୁ ଟଙ୍କା କାହାକୁ ପ୍ରଦାନ କରାଯିବ ନାହିଁ। ଖାସ୍‌ ଏହି କାରଣରୁ ବ୍ୟାଙ୍କରେ ଟଙ୍କା ଥାଇ ବି ଠକେଇ ହୋଇଥିବା ବ୍ୟକ୍ତି ଟଙ୍କା ପାଇପାରନ୍ତି ନାହିଁ। କେବଳ ୱାଲେଟ୍‌ ମାଧ୍ୟମରେ ହୋଇଥିବା ଠକେଇ ଘଟଣାରେ ଟଙ୍କା ଫେରସ୍ତ ଆସିପାରୁଛି।

ଅଜଣା ଫୋନ କଲ୍‌କୁ ସାବଧାନ
ବିଭିନ୍ନ ସମୟରେ ସାଇବର ଅପରାଧୀମାନେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍‌ କରୁଛନ୍ତି। ଏ ନେଇ ଜନସାଧାରଣ ଅଧିକ ସତର୍କ ହେବା ଆବଶ୍ୟକ। ଅଜଣା ଲୋକଙ୍କଠାରୁ ଆସୁଥିବା ଫୋନ୍‌ କଲ୍‌ରେ ପ୍ରଲୋଭିତ ନ ହେବା ଦରକାର। କୌଣସି ବ୍ୟାଙ୍କ ବା ସଂସ୍ଥାରୁ ଫୋନ୍‌ କରୁଥିବା କେହି କହିଲେ ତୁରନ୍ତ ଉକ୍ତ ସଂସ୍ଥାକୁ ଯାଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ। ଇଣ୍ଟରନେଟ୍‌ରେ ବିଭିନ୍ନ ସଂସ୍ଥାର ଜାଲ୍‌ ଫୋନ ନମ୍ବର ରହୁଥିବାରୁ ସେଠାକୁ ଫୋନ୍‌ କରନ୍ତୁ ନାହିଁ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ

ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ କୁହନ୍ତୁ ନାହିଁ
ଅନେକ ସମୟରେ ଆକାଉଣ୍ଟ ସମ୍ପର୍କିତ ଠିକ୍‌ ତଥ୍ୟ ସାଇବର ଅପରାଧୀମାନେ ପାଇଯାଉଛନ୍ତି। ବ୍ୟାଙ୍କରୁ କିଏ କେଉଁଦିନ କ୍ରେଡିଟ୍‌ କାର୍ଡ ନେଲା ସେକଥା ଲୁଟେରାମାନେ କେମିତି ଜାଣୁଛନ୍ତି। ଏଭଳି କାର୍ଯ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ରହୁଥିବା ମନରେ ସନ୍ଦେହ ଆସୁଛି। ତେଣୁ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ କାହାକୁ କୁହନ୍ତୁ ନାହିଁ।
-ତେଜସ୍ବିନୀ ସୋନାଲିକା, ଅନୁଗୋଳ

ଅଭିନବ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି
ପୂର୍ବରୁ ସାଇବର ଠକମାନେ ଏଟିଏମ୍‌ କାର୍ଡରୁ ଲୁଟ୍‌ କରୁଥିଲେ। ଏବେ ପଦ୍ଧତି ବଦଳାଇ ବିଭିନ୍ନ ଆପ୍ଲିକେଶନ୍‌ ଡାଉନଲୋଡ୍‌ କରିବାକୁ କହି ଟଙ୍କା ଲୁଟୁଛନ୍ତି। ଏପରି ସାଇବର ମାମଲାରେ ଟଙ୍କା ଫେରିପାଇବା କଷ୍ଟକର। ତଥାପି ଲୋକଙ୍କ ଟଙ୍କା ଫେରାଇ ଆଣିବାକୁ ଉଦ୍ୟମ କରିଥାଉ। କାହାର ଦୁଇ ଦିନ ମଧ୍ୟରେ ଫେରିଛି ତ ଆଉ କାହାର ୧୫ ଦିନ ସମୟ ଲାଗିଛି। ତେଣୁ ଅନୁଗୋଳ ଜିଲାବାସୀ ଏପରି ଠକ୍‌ଙ୍କ ପ୍ରତି ସତର୍କ ରହିବା ଜରୁରୀ।
-ଅଶ୍ୱିନୀ ସାହୁ, ଅନୁଗୋଳ ଥାନା

କେଇ ସେକେଣ୍ଡରେ ଟଙ୍କା ଲୁଟିନେବେ
ସାଇବର ଅପରାଧୀମାନେ ଫୋନ୍‌ରେ ନାନା କଥା କହି ପ୍ରଥମେ ପ୍ରଲୋଭିତ କରିବେ। କେତେବେଳେ ଲଟେରି ତ ଆଉ କେତେବେଳେ ଦାମୀ ଉପହାର ଆସିଥିବା କହି ମାତ୍ର ଅଳ୍ପ କେତେ ଟଙ୍କା ସର୍ଭିସ ଚାର୍ଜ ବାବଦକୁ ଦେବାକୁ କହିବେ। ଏହାପରେ ପାନକାର୍ଡ, ଆଧାରକାର୍ଡ କିମ୍ବା ଆକାଉଣ୍ଟ ତଥ୍ୟ ନେଇ କେଇ ସେକେଣ୍ଡ ମଧ୍ୟରେ ଆକାଉଣ୍ଟରୁ ସବୁ ଟଙ୍କା ଲୁଟିନେବେ। ତେଣୁ ଅଜଣା ବ୍ୟକ୍ତିଙ୍କୁ ଏପରି ତଥ୍ୟ କିମ୍ବା ଓଟିପି କୁହନ୍ତୁ ନାହିଁ।
-ପ୍ରିୟମ ପାଣ୍ଡେ, ଅନୁଗୋଳ

ଆକାଉଣ୍ଟଧାରୀଙ୍କୁ ସଚେତନ କରାଯିବ
ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଆକାଉଣ୍ଟଧାରୀମାନେ କିଭଳି ଭାବେ ଏପରି ଠକଙ୍କ ହାବୁଡ଼ରେ ନ ପଡ଼ିବେ, ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆର୍‌ବିଆଇ ପକ୍ଷରୁ କରାଯାଉଛି। ଅନୁଗୋଳରେ ମଧ୍ୟ ମ୍ୟାଜିକ ଶୋ କରି ଲୋକଙ୍କୁ ସଚେତନ କରାଯାଇଛି। ଆଗକୁ ପଥପ୍ରାନ୍ତ ନାଟକ ବା ପ୍ରଚାର ଗାଡ଼ି ବୁଲାଇବାକୁ ଯୋଜନା କରାଯାଉଛି।
-ବ୍ୟାଙ୍କ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?