ଫାଙ୍କା ଗୁଳିଚାଳନା କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍‌

କଟକ/କଟକ ସଦର, ୭ା୯(କାର୍ତ୍ତିକ ସାହୁ/ସୁଶାନ୍ତ କୁମାର ଜେନା)ସ୍ପଷ୍ଟ ଦିବାଲୋକରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ କରିଛନ୍ତି ୪ ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରି ସେମାନେ ବ୍ୟବସାୟୀଙ୍କୁ ଭୟଭୀତ ମଧ୍ୟ କରିଛନ୍ତି। ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର। ଏଭଳି ଏକ ଘଟଣା ଘଟିଛି କଟକ ଜିଲା କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁର ରେଲୱେ ଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କନ୍ଦରପୁର ଥାନା ଅନ୍ତର୍ଗତ ହାଟସାହିର ଅଲେଖ ପାତ୍ରଙ୍କ ପୁଅ ବିକି ଓରଫ ବିକାଶ ପାତ୍ର (୨୫)। ବିକାଶଙ୍କ ଅଭିଯୋଗ କ୍ରମେ ଏନେଇ କନ୍ଦରପୁର ଥାନାରେ ଏକ ମାମଲା (ନଂ. ୧୭୧/୨୦୨୩) ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ବିପିନ୍‌ ବିହାରୀ ହୋତା ସୂଚନା ଦେଇଛନ୍ତି। ଆଗକୁ ପାର୍ବଣ ଆସୁଥିବାବେଳେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିକାଶ ପାତ୍ର ଗାଁ ଗହଳିରେ ସୁନା, ରୁପା ଗହଣା ବେପାର କରି ଗୁଜୁରାଣ ମେଣ୍ଟାନ୍ତି। ସବୁଦିନ ଭଳି ସେ ନିଜ ସ୍କୁଟିରେ ଅଳଙ୍କାର ବ୍ୟାଗ୍‌ ବାନ୍ଧି ବ୍ୟବସାୟ କରିବାକୁ କଟକ ଅଭିମୁଖେ ଯାଉଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ମତ୍ତଗଜପୁର ରେଳ ଷ୍ଟେଶନ ନିକଟରେ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟିକୁ ଗୋଇଠା ମାରିବାରୁ ବିକାଶ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗନେଇ ଦୁର୍ବୃତ୍ତମାନେ ତାଙ୍କ ଠାରୁ ୩ଟି ସୁନା ଚେନ(୩୦ଗ୍ରାମ), ରୁପା ପାଉଁଜି ସହ ଚାନ୍ଦି ଅଳଙ୍କାର ଓ ୨୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ବିକାଶ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ସେମାନେ ୪ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଭୟଭୀତ କରିଥିଲେ। ଏହାପରେ ସେମାନେ କଟକ ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା କରିଛି। ଘଟଣାସ୍ଥଳରୁ ୩ ରାଉଣ୍ଡ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଥିବା ଜଣାପଡ଼ିଛି। ଡିସିପି ପିନାକ ମିଶ୍ର କହିଛନ୍ତି, ମତ୍ତଗଜପୁରଠାରେ ଲୁଟ୍‌ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ମାମଲା ଅନୁଧ୍ୟାନ କରିଛନ୍ତି। ସ୍ପେଶାଲ ସ୍କ୍ବାଡ୍‌ ମଧ୍ୟ ଏଥିପାଇଁ ଗଠନ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବୁ ବୋଲି ଡିସିପି କହିଛନ୍ତି।
ଅପରାଧୀମାନେ ବିଭିନ୍ନ ଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଆସିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି। କିଛି ବର୍ଷ ପୂର୍ବେ ମତ୍ତଗଜପୁର ରେଲୱେ ଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ବହୁ ଭାବରେ ରାହାଜାନି ହେଉଥିଲା। ହେଲେ ପୋଲିସର ଘନଘନ ପାଟ୍ରୋଲିଂ ଓ ତୀକ୍ଷ୍ଣ ନଜର ଯୋଗୁଁ ତାହା ବନ୍ଦ ରହିଥିଲା। ହେଲେ ପୁଣି ଏଭଳି ଘଟଣା ଘଟିବା ପୋଲିସ କାର୍ଯ୍ୟଧାରାକୁ ଅଧିକ ଶାଣିତ କରିବାକୁ ଆହ୍ବାନ ବୋଲି ଚର୍ଚ୍ଚା ହେଉଛି। ପାର୍ବଣ ଋତୁ ପୂର୍ବରୁ ଅପରାଧୀମାନଙ୍କୁ କରାୟତ୍ତ ନ କଲେ କମିଶନରେଟ ପୋଲିସ ପାଇଁ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?