ବିଭାଗ ବଦଳାଇ ଲୁଟ୍‌ ଯୋଜନା: ନିମ୍ନମାନର କାମକରି ବାରମ୍ବାର କରାଯାଉଛି ଟେଣ୍ଡର

ଚଣ୍ଡିଖୋଲ,୯ା୨(ଡି.ଏନ୍‌.ଏ.): ରାସ୍ତା ନିର୍ମାଣ ନାମରେ କେତେକ ବିଭାଗ ତରଫରୁ ଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି। ଏପରି କି ଗୋଟିଏ ରାସ୍ତାକୁ ବିଭାଗ ବଦଳାଇ ନିମ୍ନମାନର କାମକରି ବାରମ୍ବାର ଟେଣ୍ଡର କରାଯାଉଛି। ଏହାଦ୍ୱାରା ବିଭାଗୀୟ ଅଧିକାରୀ ଓ ଠିକାଦାର ମାଲାମାଲ ହେଉଥିବାବେଳେ ସାଧାରଣ ଲୋକଙ୍କ ସମସ୍ୟା କିନ୍ତୁ ଦୂର ହେଉନାହିଁ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଚାରିବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତାରେ। ଏହି ରାସ୍ତାଟି ବିରୂପା ନଦୀବନ୍ଧ । ଏହା କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀନରେ ପୂର୍ବରୁ ଥିଲା। ୨୦୧୪ରୁ ୨୦୧୬ ମଧ୍ୟରେ ଏହି ରାସ୍ତାର ଉନ୍ନତୀକରଣ ପାଇଁ ବିଭାଗ ପକ୍ଷରୁ ୧୪ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ସମ୍ପୃକ୍ତ ରାସ୍ତା କାମ ନିମ୍ନମାନର ହେବାରୁ ନିର୍ମାଣର ୨ମାସ ମଧ୍ୟରେ ପିଚୁ ଉଠିଗଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗକ୍ରମେ ତତ୍କାଳୀନ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ୨୦୧୭ରେ ରାସ୍ତାର ନିରୀକ୍ଷଣ କରିବାକୁ ଆସିଥିଲେ। ସେ ସମୟରେ ରାସ୍ତାକାର୍ଯ୍ୟ ଠିକା ନେଇଥିବା ଓଡ଼ିଶା କନ୍‌ଷ୍ଟ୍ରକଶନ୍‌ କମ୍ପାନୀ (ଓସିସି)ର ଜେନେରାଲ ମ୍ୟାନେଜରଙ୍କୁ ନିଲମ୍ବିତ କରିଥିଲେ ଏବଂ ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିଥିଲେ। ଦ୍ୱିତୀୟ ବାର ପିଚୁ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ଏହାପରେ ୨୦୧୮ରେ ଜଳ ସମ୍ପଦ ବିଭାଗ ତରଫରୁ ପୁନର୍ବାର ରାସ୍ତାକାର୍ଯ୍ୟ ମରାମତି ନାମରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୯ରେ ସେହି ରାସ୍ତାର ମରାମତି ପାଇଁ ପୁନର୍ବାର ୧୮ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ୨୦୧୯ ଡିସେମ୍ବର ୨୩ରେ ଏହାକୁ ଚାରିବାଟିଆ ପୂର୍ତ୍ତ ବିଭାଗ ଅଧୀନକୁ ହସ୍ତାନ୍ତର କରାଗଲା। ପୂର୍ତ୍ତ ବିଭାଗ ତରଫରୁ ୧୦ କି.ମି. ୨୦୦ ମିଟର ରାସ୍ତାକୁ ବଢ଼ାଯାଇ ୧୧ କି.ମି. ୨୦୦ ମିଟର କରିଦିଆଗଲା। ୨୦୨୧ରେ ଚାରିବାଟିଆ ଡିଭିଜନ୍‌ ଓ ବଡ଼ଚଣା ସବ୍‌ଡିଭିଜନ୍‌ ଅଧୀନରେ ମରାମତି ନାମରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଗଲା। ଏହି ଖର୍ଚ୍ଚ ହେବାପରେ ୨୦୨୧ ନଭେମ୍ବରରେ ରାସ୍ତାକୁ ୨ ଭାଗରେ ବିଭକ୍ତ କରାଯାଇ ଟେଣ୍ଡର କରାଗଲା। ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତାକୁ ୯ କୋଟି ୯୭ ଲକ୍ଷ ଟଙ୍କା ଓ କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟରକୁ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଗଲା। ରାସ୍ତା ନିର୍ମାଣ ଅବଧି ୯ ମାସ ଥିବା ବେଳେ ଅଦ୍ୟାବଧି କାମ ସରିନାହିଁ। ଏପରି କି ରାସ୍ତାର ଓସାର ୮.୫ ମିଟର ହେବାକୁ ଥିବାବେଳେ ଏହା ମଧ୍ୟରୁ ୫.୫ ମିଟର ଓସାର ପିଚୁ ଓ ଉଭୟ ପାର୍ଶ୍ୱରେ ୧.୫ ମିଟର ଲେଖାଏ ମାଟି ଏବଂ ମୋରମ ରାସ୍ତା ତିଆରି ହେବ ବୋଲି ବିଭାଗୀୟ ଚୁକ୍ତିପତ୍ରରେ ଉଲ୍ଲେଖ ରହିଛି। ଏହାକୁ ଅଣଦେଖା କରାଯାଇ ରାସ୍ତାର ଓସାରକୁ ୬.୫ ମିଟରରେ ସୀମିତ ରଖାଯାଇଛି। ଏହାପରେ ଏହି ରାସ୍ତାର ପୁନର୍ବାର ୮୩ କୋଟି ୪୬ ଲକ୍ଷ ୪୮ହଜାର ଟଙ୍କା ବ୍ୟୟବରାଦ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସମ୍ପୃକ୍ତ ରାସ୍ତାଟି ବାଲିଚନ୍ଦ୍ରପୁର ୫୩ ନଂ. ଜାତୀୟ ରାଜପଥଠାରୁ ବରୀ ପର୍ଯ୍ୟନ୍ତ ଭାୟା ବେଣାପୁର ଦେଇ ଯିବ ବୋଲି ସ୍ଥିରୀକୃତ ହୋଇଛି। ସେଥିପାଇଁ ସମ୍ପୃକ୍ତ ରାସ୍ତାକୁ ଏବେ ଚାରିବାଟିଆ ଡିଭିଜନ୍‌ରୁ ବଦଳାଇ ଦିଆଯାଇ ପାଣିକୋଇଲି ଡିଭିଜନକୁ ହସ୍ତାନ୍ତର କରାଯାଇଛି। ଚାରିବାଟିଆ ଡିଭିଜନର କାମ ନ ସରିଥିବା ବେଳେ ପୁନର୍ବାର ଗତ ଡିସେମ୍ବର ୨୨ରେ ଚିଠି ନଂ. ୧୮୬୭୮ରେ ପୂର୍ତ୍ତ ବିଭାଗ ତରଫରୁ ଓସ୍‌ଡମାର ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଓସ୍‌ଡମା ପକ୍ଷରୁ ଟଙ୍କା ପ୍ରଦାନ କରାଗଲା ପରେ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ। ମାତ୍ର ୮ ବର୍ଷ ଅନ୍ତରରେ ଗୋଟିଏ ରାସ୍ତାକୁ ୩ ବିଭାଗକୁ ବଦଳି କରାଯିବାର ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାର ଜିଲାପାଳ ତଦନ୍ତ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଚାରିବାଟିଆ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପୃକ୍ତ ରାସ୍ତାଟି ପାଣିକୋଇଲି ଡିଭିଜନ୍‌ କରିବ କି ନାହିଁ ମୁଁ କହିପାରିବି ନାହିଁ। ପାଣିକୋଇଲି ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଆଲୋକ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତାର ସର୍ଭେ କାମ ସରି ଟେଣ୍ଡରକୁ ଯାଇଛି। ତେଣୁ ଅଧିକ କିଛି କହିପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?