ବର୍ଷାଦିନେ ଦିଶିବେ ଷ୍ଟାଇଲିଶ୍‌

ସୁନ୍ଦର ଦେଖାଯିବା ସହିତ ଆରାମଦାୟକ ଅନୁଭବ ପାଇଁ ବର୍ଷାଦିନେ ଠିକ୍‌ ପୋଷାକ ଚୟନ କରିବା ନିହାତି ଆବଶ୍ୟକ। ତେଣୁ ଏହି ଋତୁରେ କେଉଁ ଫାବ୍ରିକର ପୋଷାକ ପିନ୍ଧିବେ ଜାଣିରଖନ୍ତୁ…

ବର୍ଷାଦିନେ ଶୀଘ୍ର ଶୁଖିଯାଉଥିବା ଭଳି ଫାବ୍ରିକ ବ୍ୟବହାର କରନ୍ତୁ। କିନ୍ତୁ ଟ୍ରାନ୍ସପରେଣ୍ଟ ଫାବ୍ରିକ ପିନ୍ଧନ୍ତୁ ନାହିଁ। କାରଣ ବର୍ଷାରେ ସାମାନ୍ୟ ଓଦା ହୋଇଗଲେ ଅଶ୍ୱସ୍ତିବୋଧ କରିବେ।
ବର୍ଷାଦିନେ ଶର୍ଟ ଷ୍ଟାଇଲ୍‌ ବହୁତ ଭଲ। ତେଣୁ ଆଙ୍କେଲ ଲେନ୍ଥ କିମ୍ବା ଥ୍ରି ଫୋର୍ଥ ଲେଗିଙ୍ଗ୍‌ସ ସହିତ କୁର୍ତ୍ତି ପିନ୍ଧିପାରିବେ।
ବ୍ରାଇଟ୍‌ ଏବଂ ବୋଲ୍‌ଡ କଲରର ପୋଷାକ ଏହି ଋତୁରେ ବେଶ୍‌ ଭଲ ଲାଗିବ।
ଏହି ଋତୁରେ ଟ୍ରାନ୍ସପରେଣ୍ଟ ଲଙ୍ଗ୍‌ ରେନ୍‌କୋଟ୍‌ ପିନ୍ଧନ୍ତୁ, ବହୁତ ସୁନ୍ଦର ଲାଗିବ।
କର୍ଟନର ପୋଷାକକୁ ଏଭରଗ୍ରିନ୍‌ ଫାବ୍ରିକ୍‌ କୁହାଯାଏ। ତେଣୁ ବର୍ଷାଦିନେ ଏହି ଫାବ୍ରିକର ପୋଷାକ ପିନ୍ଧିବା ବହୁ ଆରାମଦାୟକ। ଏହି ପୋଷାକ ବର୍ଷାଦିନେ ଓଦା ହୋଇଗଲେ ବି ଶରୀରରେ ଲାଗିଯାଏ ନାହିଁ ଏବଂ ଓଦା ହେବା ପରେ ଏହା ମଧ୍ୟ ଶୀଘ୍ର ଶୁଖିଥାଏ। ବର୍ଷାଦିନେ କର୍ଟ ମେକ୍ସି ଡ୍ରେସ୍‌, ସ୍କର୍ଟ, ଟପ୍‌ ଓ କୁର୍ତ୍ତା ବହୁତ ସୁନ୍ଦର ଏବଂ ଫ୍ୟାଶନେବଲ୍‌ ଲାଗିବ।
ବର୍ଷାଦିନେ ଶିଫନ୍‌, ଲାଇଲନ୍‌ ଏବଂ ସିଲ୍କ ଫାବ୍ରିକ୍‌ ମଧ୍ୟ ପିନ୍ଧିବା ଆରାମଦାୟକ। ଏହି ଫାବ୍ରିକର ପୋଷାକ ବର୍ଷାଦିନେ ଓଦା ହୋଇଗଲେ ଖୁବ୍‌ ଶୀଘ୍ର ଶୁଖିଯାଇଥାଏ। ଶିଫନ୍‌ ଫାବ୍ରିକର ଡ୍ରେସ୍‌ ବହୁତ ହାଲ୍‌କା ଏବଂ ମୁଲାୟମ ହୋଇଥିବାରୁ ପିନ୍ଧିବାକୁ ମଧ୍ୟ ବହୁତ ଆରାମଦାୟକ ହୋଇଥାଏ। ସୁନ୍ଦର ପ୍ରିଣ୍ଟେଡ୍‌ ଶିଫନ ଫାବ୍ରିକର ପୋଷାକ ଦେଖିବାକୁ ବି ବହୁତ ଭଲ ଲାଗିଥାଏ।
ବର୍ଷାଦିନେ ଡେନିମ୍‌ର ଫାବ୍ରିକ୍‌ ପିନ୍ଧିବା ଆଦୌ ଉଚିତ ନୁହେଁ ବୋଲି ଅନେକେ ଭାବନ୍ତି। କିନ୍ତୁ ଡେନିମ୍‌ ପିନ୍ଧିବାର ବି କିଛି ସୁବିଧା ନିଶ୍ଚୟ ରହିଛି। ଏହା ପିନ୍ଧିବାକୁ ଆରାମଦାୟକ ହେବା ସହ ସହଜରେ ଖରାପ ହୋଇ ନ ଥାଏ। କାରଣ ଏହି ଫାବ୍ରିକରେ ଦାଗ ସହଜରେ ଲାଗି ନ ଥାଏ। ତେଣୁ ବେଳେବେଳେ ଏହି ଫାବ୍ରିକ ପିନ୍ଧିଲେ ବି ଫ୍ୟାଶନେବଲ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉଲେନ୍‌ ଫ୍ୟାଶନ୍‌

ଶୀତଦିନେ ଅନେକେ ଭଳିକି ଭଳି ଜ୍ୟାକେଟ୍‌ ଏବଂ ସ୍ବେଟର ପିନ୍ଧିଥାନ୍ତି। ହେଲେ ଶାଢ଼ି, ଡ୍ରେସ ଏବଂ ଜିନ୍ସ ଆଦି ଡିଫରେଣ୍ଟ ଆଉଟ୍‌ଫିଟ୍‌ ସହିତ କେଉଁ ସବୁ...

ପତଳା ହେବାକୁ ଚାହୁଁଥିଲେ…

ଆଜିକାଲି ଓଜନ ବୃଦ୍ଧି ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏଥିପାଇଁ ଅନେକ ପତଳା ହେବା ଚାହିଁଥାନ୍ତି। କେହି କେହି ପତଳା ହେବାକୁ ଡାକ୍ତରଙ୍କ ନିକଟକୁ...

ଶାଢ଼ି ଷ୍ଟାଇଲ

ସବୁ ଉତ୍ସବରେ ଶାଢ଼ିର ଫ୍ୟାଶନ ରହିଥାଏ। କିନ୍ତୁ ଠିକ୍‌ ଭାବେ ଶାଢ଼ି ପିନ୍ଧି ନ ପାରିଲେ ସୌନ୍ଦର୍ଯ୍ୟ ଖରାପ ହୋଇଯାଇଥାଏ। ତେଣୁ ଶାଢ଼ି ପିନ୍ଧିବା ସମୟରେ...

ଏହି ଗୁଣ୍ଡ ସହିତ ଗ୍ଲାସେ ଉଷୁମ ପାଣି ହାର୍ଟ ଆଟାକ୍‌ରୁ ରଖେ ଦୂରେଇ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା...

ପମ୍ପ୍‌କିନ୍‌ ପ୍ୟାନ୍‌କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ କଖାରୁ ପେଷ୍ଟ, ୫୦୦ ମିଲି. ଆଲମଣ୍ଡ କ୍ଷୀର, ୨ ଟେବଲ୍‌ସ୍ପୁନ୍‌ ଭାନିଲା ଏକ୍ସଟ୍ରାକ୍ଟ, ୫୦୦ ଗ୍ରାମ୍‌ ଚଣା ପାଉଡ଼ର(ଚିକ୍‌ପି ଫ୍ଲୋର୍‌),...

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ...

ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO)...

Advertisement
Archives

Model This Week