ବଦଳି ନାଟକ

ଦିଲ୍ଲୀ ବିଧାନସଭା ନିର୍ବାଚନର ରାଜନୈତିକ ରଙ୍ଗମଞ୍ଚକୁ ଦେଖିଲେ ବାବୁ ଅଦଳବଦଳ ଏକ ଡ୍ରାମା ଭଳି ମନେହୁଏ। ଆଇପିଏସ୍‌ ଅଧିକାରୀ ମନୀଷି ଚନ୍ଦ୍ରାଙ୍କୁ ବଦଳିକରିବା ପରେ ପୁନର୍ବାର ତାହାକୁ ରଦ୍ଦକରିବା ହେଉଛି ବଦଳି ନାଟକର ରୋଚକ ବିଷୟ। ଦିଲ୍ଲୀ ପୋଲିସ କମିଶନରରେ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଥିବା ଚନ୍ଦ୍ରାଙ୍କୁ ଗତ ମାସରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଜୋରାମକୁ ବଦଳି କରିଥିଲେ। ହେଲେ ଗତ ସପ୍ତାହରେ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଗଲା, ଅର୍ଥାତ୍‌ ତାଙ୍କ ବଦଳି ରଦ୍ଦ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାହାକୁ ତୁରନ୍ତ ଲାଗୁକରିବା ଲାଗି କୁହାଯାଇଥିଲା। ଅନୌପଚାରିକ ସୂତ୍ରରୁ ଜଣାପଡ଼ିଛି, ଦିଲ୍ଲୀ ନିର୍ବାଚନ ପୂର୍ବରୁ ଚନ୍ଦ୍ରାଙ୍କ ବଦଳିକୁ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଖୁସି ନ ଥିଲେ। ଗୁଜବ ଉଠିଛି ଯେ ଚନ୍ଦ୍ରାକୁ ମିଜୋରାମ ଛାଡ଼ିବାକୁ ଆରୋରା ମନା କରିଦେଇଥିଲେ ଏବଂ ଏହି ନିଷ୍ପତ୍ତି ବଦଳାଇବାକୁ ସକ୍ଷମ ହୋଇଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଚନ୍ଦ୍ରାଙ୍କ ଉପସ୍ଥିତି ଜରୁରୀ ଥିବାରୁ ଏହା ହୋଇଥିଲା। ଯଦି ଚନ୍ଦ୍ରାଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ତାଙ୍କୁ କାହିଁକି ବଦଳି କରାଯାଇଥିଲା? ବଦଳି ଏକ ଭୁଲ୍‌ ପଦକ୍ଷେପ କିମ୍ବା ଏକ ଯୋଜନାବଦ୍ଧ ପଦକ୍ଷେପ ଥିଲା, ଯାହା ଚାପରେ ଓଲଟା ହୋଇଗଲା କି? ସେ ଯାହା ହେଉନା କାହିଁକି, ଏହା ଏକ ମାମୁଲି ବଦଳି ନୁହେଁ। ଦିଲ୍ଲୀର ନିର୍ବାଚନୀ ଉଷ୍ମତା ମଧ୍ୟରେ ଏକ ଅମଲାତାନ୍ତ୍ରିକ ନିଷ୍ପତ୍ତି କିଭଳି ହଟଚମଟ ସୃଷ୍ଟି କରିପାରେ ଏହା ତାହାର ଏକ ସଙ୍କେତ। ମତଦାନ ଯେତିକି ପାଖେଇ ଆସୁଛି, ପ୍ରଶାସନିକ କିମ୍ବା ରାଜନୈତିକ ହେଉ, ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।
ନିଯୁକ୍ତି ନିଷ୍ପତ୍ତିରେ ଜଟିଳତା
୧ ବର୍ଷରୁ ଅଧିକ ସମୟ ଧରି ସଙ୍କଟର ମୁକାବିଲା କରିଆସୁଥିବା ମଣିପୁରରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିନିତ ଜୋଷୀ ନୂଆଦିଲ୍ଲୀ ଯିବେ। କେନ୍ଦ୍ର ତାଙ୍କ ବଦଳିକୁ ନିଶ୍ଚିତ କରିବାର ୧୦ ଦିନରୁ ଅଧିକ ହୋଇଗଲାଣି। ଏହି ବିଳମ୍ବ ହେତୁ ଜଟିଳ ସମୟରେ ରାଜ୍ୟ ପ୍ରଶାସନର ଦାୟିତ୍ୱ କିଏ ନେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପ୍ରତି ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଏ.କେ.ଭାଲାଙ୍କୁ ମଣିପୁରର ରାଜ୍ୟପାଳ ଏବଂ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି. କେ.ସିଂଙ୍କୁ ମିଜୋରାମର ରାଜ୍ୟପାଳ ଭାବେ କରାଯାଇଥିବା ନିଯୁକ୍ତିକୁ ଦେଖିଲେ ଏହା ଏକ ବୃହତ୍‌ ରଣନୀତିର ଅଂଶ ବୋଲି ପ୍ରଶାସନ ସହ ଜଡ଼ିତ ବ୍ୟକ୍ତିମାନେ ଯୁକ୍ତି ବାଢ଼ନ୍ତି । ମଣିପୁରର ଆହ୍ବାନଗୁଡ଼ିକର ମୁକାବିଲା କରିବା ପାଇଁ କେନ୍ଦ୍ର ନିଆରା ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଜଣେ ନୂତନ ମୁଖ୍ୟ ସଚିବ ନିଯୁକ୍ତ କରିବା ଜରୁରୀ ।
ତେବେ ନିଯୁକ୍ତି ପ୍ରକ୍ରିୟା ଉପରେ ଏବେ ଆକଳନ କରିବା କଷ୍ଟକର। କାରଣ ବିଗତ ୧୦ ଦିନ ମଧ୍ୟରେ ନିଯୁକ୍ତି ପାଇଁ ଅନେକ ନାମ ସାମ୍ନାକୁ ଆସିଛି । ପ୍ରତିଯୋଗୀମାନଙ୍କ ମଧ୍ୟରେ କେ. ମୋସେସ୍‌ ଚାଲାଇ ଅଛନ୍ତି, ଯାହାଙ୍କ ନିଯୁକ୍ତି ପାଇଁ ନାଗା ପିପୁଲ୍ସ ଅର୍ଗାନାଇଜେଶନ (ଏନ୍‌ପିଓ) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିବା ପରେ ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି, ଏହା ଏକ ସରଳ ଦାବି ନା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବାଦ୍‌ ଦେବା ଲାଗି ଏକ ଏଜେଣ୍ଡା । ଏହି ପ୍ରକ୍ରିୟାରେ ଯୋଗହେଉଛି ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନର ମୁଖ୍ୟ ଶ୍ରୀରାମ ତାରାଣିିକାନ୍ତିଙ୍କ ନାମ । ଏଭଳି ଅନେକ ନାମ ସାମ୍ନାକୁ ଆସୁଛି। ଏହି ସମସ୍ତ ପ୍ରତିଯୋଗୀ ବର୍ତ୍ତମାନ କେନ୍ଦ୍ରରେ କାର୍ଯ୍ୟରତ, ଯାହା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଆହୁରି ଜଟିଳ କରିଛି।
ଲୋକଦେଖାଣିଆ ସଂଗ୍ରାମ
ଶେଷରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସ୍କାମ୍‌ରେ ସମ୍ପୃକ୍ତ ଜମ୍ମୁ-କଶ୍ମୀରର ରାଜସ୍ବ ସଚିବ କୁମାର ରାଜୀବ ରଞ୍ଜନଙ୍କ ଉପରେ ବିଚାରକରିବା କେନ୍ଦ୍ର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅଭିଯୋଗର ବିଚାର ପାଇଁ ସିବିଆଇ ସବୁଜ ସଙ୍କେତ ଦେଇଛି। ରଞ୍ଜନ ଜମ୍ମୁର ଡେପୁଟି କମିଶନର ଥିବାବେଳେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅନୁମୋଦନ ପ୍ରକ୍ରିୟାରେ ହେରଫେର କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ବର୍ତ୍ତମାନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ତାଙ୍କ ବିରୋଧରେ ନ୍ୟାୟିକ ବିଚାର ପାଇଁ ଅନୁମତି ଦେଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟରେ ଏହି ବିବାଦୀୟ ମାମଲା ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାମଲାରେ ଅନ୍ୟମାନଙ୍କୁ ବାଦ୍‌ ଦେଇ କେବଳ ଜଣଙ୍କୁ ବଛାଯାଇଥିବାରୁ ହାଇକୋର୍ଟ ନଭେମ୍ବର ୨୫ରେ ଅସନ୍ତୋଷ ବ୍ୟକ୍ତ କରି ପଚାରିଥିଲେ, ‘ସେ କାହିଁକି ଏବଂ ଅନ୍ୟମାନେ ନୁହନ୍ତି’? ଏହା ଏକ ଯଥାର୍ଥ ପ୍ରଶ୍ନ ଏବଂ ଅନେକେ ମଧ୍ୟ ଏ ବିଷୟରେ ପଚାରୁଛନ୍ତି । ଏହା ନ୍ୟାୟ ପାଇଁ ନା କେବଳ କ୍ଷତି ଘୋଡ଼ାଇବା ଲାଗି ପଦକ୍ଷେପ? ଅଦାଲତରେ ଅଭିଯୋଗର ବିଚାର ଏକ ଉତ୍ତମ ଉପାୟ, କିନ୍ତୁ ଯେତେବେଳେ ଏହା କେବଳ ମନୋନୀତ ଆଧାରରେ ହୁଏ, ସେତେବେଳେ ଏହା ଚମକ ହରାଇଥାଏ। ଯଦି ସମସ୍ତ ୯ ଜଣ ଅଧିକାରୀ ଏହି ଅଭିଯୋଗ ରାକେଟ୍‌ର ଅଂଶବିଶେଷ ଥିଲେ, ତେବେ କେବଳ ରଞ୍ଜନଙ୍କୁ କାହିଁକି ଟାର୍ଗେଟ କରାଯାଉଛି। ସମ୍ପୃକ୍ତ ସମସ୍ତଙ୍କ ଉପରେ ବିଚାର କରାଯାଉ କିମ୍ବା କେତେଜଣଙ୍କୁ କାହିଁକି ରକ୍ଷା କରାଯାଇଛି ସେ ବିଷୟରେ ସ୍ପଷ୍ଟ ଭାବେ କୁହାଯାଉ। ଅନ୍ୟଥା, ଦୁର୍ନୀତି ବିରୋଧରେ ଏହି ତଥାକଥିତ ସଂଗ୍ରାମ ଲୋକଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri