ଦୃଷ୍ଟି ଏପଟସେପଟ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାର୍ଚ୍ଚ ୨୦୨୨ରେ ନ୍ୟାଶନାଲ ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍‌ଶନ (ଏନ୍‌ଏଟିପି) ବା କବଚ କାର୍ଯ୍ୟକାରୀ ହେବା ଅବସରରେ କହିଥିଲେ, ସ୍ଵଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ବ୍ୟବସ୍ଥା ରେଳ ସୁରକ୍ଷା କ୍ଷେତ୍ରରେ ଅପୂର୍ବ ଉନ୍ନତି ଆଣିବ। ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ଏସ୍‌ସିଆର୍‌) ସିକନ୍ଦରାବାଦ ଡିଭିଜନର ଭିକରାବାଦ ସେକ୍ସନ ଦେଇ ଟ୍ରେନ୍‌ରେ ମନ୍ତ୍ରୀ ଗଲା ବେଳେ ଏହି ବ୍ୟବସ୍ଥାର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, କବଚକୁ ଏଭଳି ଡିଜାଇନ୍‌ କରାଯାଇଛି ଯେଉଁଥିରେ ଗୋଟେ ଟ୍ରେନ୍‌ ରେଳପଥ ଉପରେ ଯାଉଥିବା ବେଳେ ସେହି ସମାନ ଟ୍ରାକ୍‌ରେ ଆଉ ଗୋଟେ ରେଳ ଆସୁଥିବା ଦେଖାଯିବା ମାତ୍ରେ ଉଭୟେ ଆପେ ଆପେ ଯେଝା ସ୍ଥାନରେ ରହିଯିବେ। ଏପରି କି କୌଣସି ସ୍ଥାନରେ ମନୁଷ୍ୟକୃତ ତ୍ରୁଟି ଯୋଗୁ ଯଦି ଗୋଟେ ଟ୍ରେନ୍‌ ରେଡ୍‌ ସିଗ୍‌ନାଲକୁ ନ ମାନି ଆଗକୁ ଚାଲିଯାଉଥିବ ସେତେବେଳେ ଡିଜିଟାଲ ସିଷ୍ଟମ୍‌ର ନିର୍ଦ୍ଦେଶ ଅନୁଯାୟୀ ତାହା ସେହିଠାରେ ଅଟକିଯିବ। ଯେଉଁଭଳି ଭାବେ କବଚ ବିଷୟରେ ବର୍ଣ୍ଣନା କରାଯାଇଥିଲା ତାହା କାନକୁ ଭଲ ଶୁଭିଥିଲା। ମନ୍ତ୍ରୀ ସେତେବେଳେ ଆହୁରି କହିଥିଲେ ଯେ, ଏହି ବ୍ୟବସ୍ଥା ଭାରତୀୟ ରେଳରେ ବ୍ୟବହାର କରାଯିବା ସହିତ ଆଗାମୀ ଦିନରେ ବିଶ୍ୱକୁ ତାହା ରପ୍ତାନି କରାଯିବ। କିନ୍ତୁ ଭାଗ୍ୟ ଯେତେବେଳେ ଖରାପ ପଡ଼େ, ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସଭାକୁ ମନୋନୀତ ହୋଇ ଯାଇଥିବା ଓଡ଼ିଶାରେ ତାଙ୍କ ଅସତ୍ୟ ବାଣୀ ଧରାପଡ଼ିଛି। କୁହାଯାଇପାରେ ଯେ, ଗ୍ଲୋବାଲ ପୋଜିଶନିଂ ସିଷ୍ଟମ (ଜିପିଏସ୍‌) ଉପରେ ଆଧାରିତ କବଚ କୌଣସି ଭାବେ ଏକ ସଫଳ ବ୍ୟବସ୍ଥା ନୁହେଁ। ମୁଖ୍ୟ ରେଳ ଲାଇନ୍‌ଗୁଡ଼ିକରେ ଏପର୍ଯ୍ୟନ୍ତ ଖଞ୍ଜାଯାଇ ନ ଥିବାରୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ଆଜିର ସରକାର ବାକ୍‌-ସ୍ବାଧୀନତା ପରିବର୍ତ୍ତେ ବାକ୍‌-ବାଚଳାମିରେ ବହୁ ଆଗରେ ଅଛନ୍ତି ବୋଲି ଅଶ୍ୱିନୀ ପ୍ରମାଣ କରିଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ବ୍ୟବସାୟୀ ଓ ସେଥିରୁ ରାଜନୀତିକୁ ଲମ୍ଫ ପ୍ରଦାନ କରିଥିବା ରେଳମନ୍ତ୍ରୀ ତାଙ୍କ କାର୍ଯ୍ୟରେ ଧ୍ୟାନ ଦେଉଥିବା ଭଳି କୌଣସି ପ୍ରମାଣ ମିଳିନାହିଁ। ଭାରତରେ ସମସ୍ତେ ବୁଝିସାରିଲେଣି ଯେ ଗୋଟିଏ ସମସ୍ୟାକୁ ସମାଧାନ କରିବା ପୂର୍ବରୁ ଅନ୍ୟ ଗୋଟିଏ କାଳ୍ପନିକ ବୃହତ୍‌ ସମସ୍ୟା ସୃଷ୍ଟି କରି ଜନସାଧାରଣଙ୍କ ଦୃଷ୍ଟି ବାସ୍ତବତାଠାରୁ ଦୂରେଇ ନେବାରେ ଆଜିର ସରକାର ଧୂରନ୍ଧର।
ଜୁନ୍‌ ୨ରେ ବାଲେଶ୍ୱର ବାହାନଗାଠାରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ, ଗୋଟିଏ ମାଲବାହୀ ଟ୍ରେନ୍‌ ଏବଂ ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଦୁର୍ଘଟଣା ଦେଶବାସୀଙ୍କୁ ମର୍ମାହତ କରିଦେଇଛି। କିନ୍ତୁ ଏଭଳି ଏକ ଦୁଃଖଦାୟକ ଘଟଣାରେ ମଧ୍ୟ ରାଜନୀତି କରିବାକୁ ଶାସକ ଦଳର ସମର୍ଥକମାନେ ପଛାଉନାହାନ୍ତି। ଉଦାହରଣ ସ୍ବରୂପ, ଦୁର୍ଘଟଣା ସ୍ଥାନଠାରୁ ଅଳ୍ପ ଦୂରରେ ଥିବା ଏକ ଧଳା କୋଠାକୁ ଇଙ୍ଗିତ କରି ଏହି ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ କହିବାକୁ ଆରମ୍ଭ କରିଛନ୍ତି ଯେ ତାହା ଏକ ମସ୍‌ଜିଦ୍‌ ଏବଂ ଏହି ଦୁର୍ଘଟଣା ଶୁକ୍ରବାର ଘଟିଥିବାରୁ ସେଥିରେ ମୁସଲମାନ ସମ୍ପ୍ରଦାୟର ଆତଙ୍କବାଦୀ ହାତ ଥାଇପାରେ। ପରବର୍ତ୍ତୀ ସମୟରେ ଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ, ସେହି କୋଠା ଏକ ମସ୍‌ଜିଦ୍‌ ନୁହେଁ। ଇତିମଧ୍ୟରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ କରିବା ଲାଗି ସୁପାରିସ କରିଥିବା ରେଳମନ୍ତ୍ରୀ ୪ ଜୁନ୍‌ରେ ପ୍ରକାଶ କରିଛନ୍ତି। ଏହି ତଦନ୍ତକାରୀ ସଂସ୍ଥା ସରକାରୀ ନିର୍ଦ୍ଦେଶରେ ପରିଚାଳିତ ହେଉଥିବାରୁ ରେଳ ମନ୍ତ୍ରଣାଳୟ ଯାହା କହିବ ହୁଏତ ସେହି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ ହେବା ଥୟ। ତେବେ ସିବିଆଇକୁ ତଦନ୍ତଭାର ଦେବା ପଛରେ ଆଳ ରହୁଥାଇପାରେ ଯେ ସରକାର ଏହି ଦୁର୍ଘଟଣାରୁ ନିଜ ହାତ ଧୋଇଦେବା ପାଇଁ ଅନ୍ତର୍ଘାତୀ କାର୍ଯ୍ୟ ଉପରେ ଦୋଷ ଦେବାକୁ ଚେଷ୍ଟା କରୁଥାଇପାରନ୍ତି। କିନ୍ତୁ ସେଥିରୁ ମଧ୍ୟ ଆଜିର ସରକାରଙ୍କୁ ମୁକ୍ତି ମିଳିବ ନାହିଁ। ଅନେକ ଶହ ମୃତ ବ୍ୟକ୍ତିଙ୍କ ପରିବାର ସହିତ ଏଭଳି ରାଜନୀତି ଖେଳିବା କେବେ ହେଲେ କ୍ଷମଣୀୟ ହେବ ନାହିଁ। ନିଜର ଦାୟିତ୍ୱ ତୁଲାଇବାରେ ସମ୍ପୂର୍ଣ୍ଣ ଅସଫଳତା ପ୍ରଦର୍ଶନ କରିଥିବା ପ୍ରତ୍ୟେକ ବ୍ୟକ୍ତି, ମନ୍ତ୍ରୀଙ୍କଠାରୁ ଆରମ୍ଭକରି ଡିଭିଜନାଲ ମ୍ୟାନେଜର ପର୍ଯ୍ୟନ୍ତ, ଦାୟୀ ହେବା ସହିତ ଦଣ୍ଡିତ ହେବା ଆବଶ୍ୟକ। ନିଜର ଦୋଷକୁ ଲୁଚାଇବାକୁ ଯାଇ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥାଇପାରେ ବୋଲି ଯେଉଁ ପ୍ରଚାର ସୋସିଆଲ ମିଡିଆରେ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଗଲା ସେଥିରୁ ଅତ୍ୟନ୍ତ ଦୁଷ୍ଟ ଚରିତ୍ର ପଦାରେ ପଡ଼ୁଛି। ଜନସାଧାରଣଙ୍କ ଦୃଷ୍ଟିକୁ ବାସ୍ତବ ସମସ୍ୟାଠାରୁ ସର୍ବଦା ଦୂରେଇ ରଖିବାର ପ୍ରଚେଷ୍ଟାରେ ଏହି ସରକାର ସବୁଠାରୁ ଆଗୁଆ। ହୁଏତ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିରୀହ ଯାତ୍ରୀମାନଙ୍କ ଆତ୍ମା ଏଥର ସେଭଳି ପୁରୁଣା ଚାଲାକିରୁ ଖସିଯିବାର ସୁଯୋଗ ଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri