ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପ୍ରଭାବ, କୋରାପୁଟରେ ପେଟ୍ରୋଲ ଆଗରେ ଗ୍ରାହକଙ୍କ ଲମ୍ବା ଧାଡ଼ି

କୋରାପୁଟ,୧୨ା୩( ଅମିତାଭ ବେହେରା ): ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କାରେ ରହିଛନ୍ତି ଲୋକେ । ଫଳରେ ଆଜି କୋରାପୁଟ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କ ଭିଡ଼ ଦେଖାଯାଇଛି । ଗୁରୁବାର ସକାଳୁ ଅନେକ ପମ୍ପ ସମ୍ମୁଖରେ ଦୁଇଚକା ଓ ଚାରିଚକା ଯାନର ଲମ୍ବା ଧାଡ଼ି ଲାଗିଥିବା ଦେଖାଯାଇଥିଲା।

କୋରାପୁଟ ସହରର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ପେଟ୍ରୋଲ ପମ୍ପ, ଓଏମପି ପେଟ୍ରୋଲ ପମ୍ପ, ଗାନ୍ଧୀ ନଗର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପାଇଁ ଶହ ଶହ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଯୁଦ୍ଧ ପରିସ୍ଥିତି ଦୀର୍ଘସ୍ଥାୟୀ ହେଲେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି କିମ୍ବା ଯୋଗାଣରେ ଅସୁବିଧା ହୋଇପାରେ ବୋଲି ଭୟରେ ଅନେକ ଗ୍ରାହକ ଆଗୁଆଡ଼ି ଇନ୍ଧନ ଭରାଇବା ପାଇଁ ପମ୍ପଗୁଡ଼ିକୁ ଭିଡ଼ କରୁଛନ୍ତି ।

ତଥାପି ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଇନ୍ଧନ ଯୋଗାଣ ସାଧାରଣ ଅବସ୍ଥାରେ ରହିଛି। ଗ୍ରାହକମାନେ ଅନାବଶ୍ୟକ ଭାବେ ଭିଡ଼ ନ କରିବାକୁ ଓ ଆତଙ୍କିତ ନହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ…

ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା: ନିଲମ୍ବିତ ବିଧାୟକଙ୍କ ଉପରେ ହେବ କଡ଼ା…

ଭୁବନେଶ୍ୱର,୨୭।୪: ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ…

ସରକାରଙ୍କ ଅଜବ ନିଷ୍ପତ୍ତି, ‘ମାଙ୍କଡ଼ ଧରାନ୍ତୁ ୬୦୦ ପାଆନ୍ତୁ’

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ଭିତରେ ସଂଘର୍ଷ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ…

ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଥରିଉଠିଲା ବିରୋଧୀଙ୍କ ଛାତି

କୋଲକାତା,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (୨୭ ଏପ୍ରିଲ) ପଶ୍ଚିମବଙ୍ଗର ବାରାକପୁରରେ ଏକ ‘ବିଜୟ ସଂକଳ୍ପ ସଭା’ (ବିଜୟ ପ୍ରତିଜ୍ଞା ରାଲି) ଆୟୋଜନ କରିଥିଲେ। ନିର୍ବାଚନ ରାଲିକୁ…

‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri