ପ୍ରତିଭା ବଞ୍ଚିରହୁ

ଏହା ସତ୍ୟ ଯେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ଏହାର ଉନ୍ମେଷ ହେବା ଜରୁରୀ। ସମ୍ପ୍ରତି ସମାଜ ଏ ଦିଗରେ ବେଶ୍‌ ସଚେତନ ଏବଂ ତପତ୍ର ମଧ୍ୟ। ଅତୀତରେ ଏହା ଅତ୍ୟନ୍ତ ସୀମିତ ଥିଲା। ଅଳିଆରୁ ଗଜା ହେବା ଭଳି କିଛି ପ୍ରତିଭା ଅଙ୍କୁରିତ ହେଉଥିଲା ଏବଂ ଏହାର ବାସ୍ନା ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହେଉଥିଲା। ମାତ୍ର ଅଧିକାଂଶ ପ୍ରତିଭା ବଣର ମଲ୍ଲି ବଣରେ ଫୁଟି ଝଡ଼ି ପଡ଼ିବା ଭଳି ଝଡ଼ି ପଡ଼ୁଥିଲା। ଲୋକଲୋଚନକୁ ଆସୁ ନ ଥିଲା। କାରଣ ସେମିତି ସୁବିଧାସୁଯୋଗ ନ ଥିଲା। ସୃଷ୍ଟିକୁ ଚିହ୍ନିବା ପାଇଁ ସ୍ରଷ୍ଟା ପାଖରେ ସଚେତନତାର ଅଭାବ ଥିଲା। ସମୟ ବଦଳିଛି। ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ ଜୋର୍‌ କଦମରେ ଚାଲିଛି। ଉନ୍ମେଷ ପାଇଁ ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହୋଇଛି। କେବଳ ସରକାରୀ ସ୍ତରରେ ନୁହେଁ ବେସରକାରୀ ସ୍ତରରେ ମଧ୍ୟ ବହୁ ଉଦ୍ୟମ ହେଉଛି। ପଲ୍ଲୀରୁ ଦିଲ୍ଲୀ ସବୁଠି ପିଲାମାନେ ସେମାନଙ୍କର ପ୍ରତିଭାକୁ ପ୍ରଦର୍ଶନ କରିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟମାନଙ୍କରେ ସହ-ପାଠ୍ୟକ୍ରମ ନାମରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ବହୁ ସଂସ୍ଥା। ମେଳା, ମହୋତ୍ସବରେ ବି ହେଉଛି ପ୍ରତିଭା ଚୟନ। ଶିଶୁସୁରଭି, ଶିଶୁମେଳା, ଶିଶୁ ଦରବାର ଏମିତି ବହୁ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସବୁରି ମୂଳରେ ଗୋଟିଏ ଲକ୍ଷ୍ୟ ଶିଶୁର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟାଇବା। ଶିଶୁମାନଙ୍କୁ ଉତ୍ସାହିତ କରିବା, ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବା।
ସରକାରୀ ହେଉ ଅଥବା ବେସରକାରୀ ସଂସ୍ଥା ହେଉ ଏମାନଙ୍କର ପ୍ରୟାସ ଫଳରେ ବହୁ ଶିଶୁ ଯେ ନିଜେ ନିଜକୁ ଚିହ୍ନି ପାରିଛନ୍ତି ଏଥିରେ ଆଦୌ ସନ୍ଦେହ ନାହିଁ। କିଏ ଗୀତରେ, କିଏ ନୃତ୍ୟରେ, କିଏ ଖେଳ କସରତରେ ଅଥବା କିଏ ଚିତ୍ରାଙ୍କନରେ ନିଜକୁ ଅନନ୍ୟ କରି ଗଢ଼ିବାର ସୁଯୋଗ ପାଉଛନ୍ତି। ଶ୍ରେଷ୍ଠ ଗାଳ୍ପିକଟିଏ ଅଥବା କବିଟିଏ ହେବାରେ ଏମାନଙ୍କର ଅବଦାନକୁ ଅସ୍ବୀକାର କରାଯାଇପାରିବ ନାହିଁ। ଅଧିକାଂଶ ସିନେତାରକା ଏବଂ ମଞ୍ଚ ଅଭିନେତାଙ୍କ କଳାର ଅନ୍ତୁଡ଼ିଶାଳ ହେଉଛି ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ଆୟୋଜିତ ପ୍ରତିଯୋଗିତା ମଞ୍ଚ। ମୋଟାମୋଟି ଅନ୍ତର୍ନିହିତ ପ୍ରତିଭା ବିକାଶର କ୍ଷେତ୍ର ଆଜି ସୁବିସ୍ତୃତ, ସୁଦୀର୍ଘ ଏବଂ ହାତ ପାହାନ୍ତାରେ। ଏହା ସତ୍ତ୍ୱେ ଯେ ସବୁ ପ୍ରତିଭା ଲୋକଲୋଚନକୁ ଆସୁଛି ଏ କଥା କୁହାଯାଇପାରିବ ନାହିଁ।
ମାତ୍ର ବିକଶିତ ପ୍ରତିଭା ଯଦି ଦେଶଦଶ ପାଇଁ ଉପଯୋଗ ନ ହେଲା ତେବେ ତାହା ସମ୍ବଳ ନ ହୋଇ ଏକ ବୋଝ ପାଲଟିଯିବ। ଆଜି ସମାଜରେ ଅନେକ କ୍ଷେତ୍ରରେ ତାହା ହିଁ ଘଟୁଛି। ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବା ପରେ ସେହି ବ୍ୟକ୍ତିମାନେ ଏ ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେଉଛନ୍ତି। ତା’ପରେ ପଦବୀକୁ ବ୍ୟବହାର କରି ଅନେକେ ନିଜର ବ୍ୟକ୍ତିଗତ ଫାଇଦା ହାସଲରେ ଲାଗି ପଡ଼ଛନ୍ତି। କ୍ଷମତାର ଅପବ୍ୟବହାର କରି ଅନାୟାସରେ ଅନ୍ୟାୟ, ଅନୀତି, ଦୁର୍ନୀତି କରି ଚାଲିଛନ୍ତି। ଅମାପ ଧନ ସମ୍ପତ୍ତିର ମାଲିକ ହେବା, ଶୀତତାପ ନିୟନ୍ତ୍ରିତ ନଭଶ୍ଚୁମ୍ବୀ ଅଟ୍ଟାଳିକା ଭିତରେ ସୌଖୀନ ଜୀବନ ବିତାଇବାର ନିଶାରେ ଯେକୌଣସି ମନ୍ଦ କାର୍ଯ୍ୟ କରିବାକୁ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି। ମାଆ, ମାଟି, ମଣିଷ ଏମାନଙ୍କ ନିକଟରେ ତୁଚ୍ଛ। ସ୍ବାର୍ଥ ସିଦ୍ଧି ପାଇଁ ଏମାନେ ଦେଶମାତୃକା ସହିତ ବିଶ୍ୱାସଘାତକତା କରିବାକୁ ପଛାଉ ନାହାନ୍ତି। ଏହା ଦେଖି ଲୋକେ କହିବା ଆରମ୍ଭ କଲେଣି ”ଉଚ୍ଚ ପଦବୀରେ ଅଧିଷ୍ଠିତ ସମସ୍ତ ବ୍ୟକ୍ତି ହୁଏତ ଦୁର୍ନୀତିଗ୍ରସ୍ତ ନୁହନ୍ତି, କିନ୍ତୁ ସମସ୍ତ ଦୁର୍ନୀତି ମୂଳରେ ହାତ ଥିବା ବ୍ୟକ୍ତିଟି ନିଶ୍ଚୟ ଉଚ୍ଚ ପଦବୀଧାରୀ ଏବଂ ଉଚ୍ଚ ଶିକ୍ଷିତ।“ ଏହି ମନ୍ତବ୍ୟ ଆଦୌ ଅସମୀଚୀନ ନୁହେଁ। ଏହାର ଯଥାର୍ଥତା ପ୍ରମାଣିତ ହୋଇଯାଏ, ଲାଞ୍ଚ ନେଇ ଧରାପଡ଼ୁଥିବା ଅଫିସର, ଦୁର୍ନୀତିରେ ଧରାପଡ଼ି ଜେଲ୍‌ ଯାଉଥିବା ବିଭିନ୍ନ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନାମରେ ଅଭିଯୁକ୍ତ ହୋଇ ଗିରଫ ହେଉଥିବା ତଥାକଥିତ ବଡ଼ବାବୁମାନଙ୍କୁ ଦେଖିଲେ। କେବଳ ଦେଶ ସହିତ ନୁହେଁ ପରିବାର ସହିତ, ନିଜ ମାତାପିତାଙ୍କ ସହିତ ଚରମ ବିଶ୍ୱାସଘାତକତା ଶିକ୍ଷା ଓ ଦୀକ୍ଷା ଉପରୁ ଆସ୍ଥା ତୁଟାଇ ଦେବାକୁ ବାଧ୍ୟ କରୁଛି ଅନେକ ସାଧାରଣ ମଣିଷଙ୍କୁ।
କିଛିବର୍ଷ ତଳେ ଜଣେ ଉଚ୍ଚ ପଦାଧିକାରୀ କେମିତି ନିଜ ପରିବାରର ସମସ୍ତଙ୍କୁ ଗୁଳିକରି ହତ୍ୟା କଲେ ଏବଂ ନିଜେ ଆତ୍ମହତ୍ୟା କଲେ ଆମେ ଦେଖିଛେ। ଚତୁର୍ଦ୍ଦିଗରୁ ପ୍ରତିଦିନ ଖବର ଆସୁଛି ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି କେମିତି ନିଜ ସ୍ବାର୍ଥ ସାଧନ ପାଇଁ କେତେ କୁତ୍ସିତ, କଦର୍ଯ୍ୟ କାମମାନ କରୁଛନ୍ତି। ସ୍ବଚକ୍ଷୁରେ ଆମେ ଦେଖୁଛେ ଉଚ୍ଚ ଶିକ୍ଷିତ ଲୋକମାନେ କେମିତି ନିଜ ମାତାପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଅଣଦେଖା କରୁଛନ୍ତି। ଏମାନେ ସମସ୍ତେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ମାତ୍ର ଏମାନଙ୍କର ଆପତ୍ତିଜନକ ଆଚରଣ ଅନେକଙ୍କୁ ବ୍ୟଥିତ କରୁଛି। ଏହାପରେ ମନରେ ଏକ ନକାରାତ୍ମକ ଭାବନା ଜାତ ହେଉଛି। ବିଦ୍ରୋହୀ ମନଟା କହିବାକୁ ବାଧ୍ୟ ହେଉଛି, ”ପ୍ରତିଭା ବିକଶିତ ହେଲା ପରେ ଯଦି ଚରମ ସ୍ବାର୍ଥପର ପାଲଟି ଗଲା ତେବେ ସେ ପ୍ରତିଭା ବିକଶିତ ନ ହେବା ବରଂ ଭଲ।“
ଏସବୁକୁ ଅନୁଧ୍ୟାନ କଲେ ଆମେ ଏହା ହିଁ କହିବା, ପ୍ରତିଭାକୁ ଅନ୍ବେଷଣ କରି କେବଳ ବିକଶିତ କଲେ ହେବ ନାହିଁ ତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଅଛି। ତେବେ ପ୍ରଶ୍ନ ଉଠୁଛି ପ୍ରତିଭା ଅସୁରକ୍ଷିତ କାହିଁକି ?
ଏହାର କାରଣ ସୌଖୀନ ବ୍ୟକ୍ତିଗତ ଜୀବନ ପ୍ରତି ଅହେତୁକ ଆକର୍ଷଣ, ଜାତୀୟ ଜୀବନ ପ୍ରତି ବୀତସ୍ପୃହ। ଆପେ ବଞ୍ଚିଲେ ବାପର ନାମ – ଜୀବନର ଭିି ପାଲଟି ଯାଉଛି। ଯେଉଁ ବୟସରେ ପିଲାମାନେ ଗାନ୍ଧୀ, ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ଶୁଣି ମାନବବାଦ ପ୍ରତି ଆକୃଷ୍ଟ ହୁଅନ୍ତେ ସେହି ବୟସରେ ସେମାନଙ୍କ ମନରେ ଭର୍ତ୍ତି କରାଯାଉଛି ବଡ଼ ହେବାର ଫର୍ମୁଲା- ଅର୍ଥ ଉପାର୍ଜନର କୌଶଳ। କୋଟିପତି ହେବାର ଅଫିମ ଖୁଆଇ ନିଶାଗ୍ରସ୍ତ କରାଇ ସାରିବା ପରେ ଦୟା, କ୍ଷମା, ସହନଶୀଳତା, ସମବେଦନା, ସହଯୋଗିତା, ସହଭାଗିତା, ଉଦାରତା, ନିଃସ୍ବାର୍ଥପରତା ଆଦି ମାନବୀୟ ଗୁଣ ଖୋଜିଲେ ମିଳିବ ବା କୁଆଡ଼ୁ ? ମନେରଖିବା ଉଚିତ ମଣିଷର ଶୈଶବ ଓ କୈଶୋର ଅବସ୍ଥା ହେଉଛି ସବୁଠାରୁ ସମ୍ବେଦନଶୀଳ ଅବସ୍ଥା ଯେଉଁ ଅବସ୍ଥାରେ ସେ ବଡ଼ମାନଙ୍କ କଥାକୁ ନୀରବରେ ଶୁଣେ ଓ କାମକୁ ଚୁପ୍‌ଚାପ୍‌ ନିରୀକ୍ଷଣ କରେ। ଏଣୁ ଏହି ସମୟରେ ଏହି ଅମୂଲ୍ୟ ମାନବ ସମ୍ବଳଗୁଡ଼ିକୁ ଜାତୀୟ ସମ୍ବଳରେ ପରିଣତ କରିବାକୁ ହେଲେ ପ୍ରତିଭାର ବିକାଶ ସହିତ ମାନବୀୟ ଚେତନାର ବିକାଶ ଘଟାଇବା ଆବଶ୍ୟକ। ଏଥିପାଇଁ ପ୍ରଥମେ ବଡ଼ମାନେ ନିଜକୁ ସଂଶୋଧନ କରିବା ଉଚିତ।
ଅପରପକ୍ଷେ ଭଲ ମଣିଷ ହେବାର ଆହ୍ବାନ ସବୁଠି ଶୁଣିବାକୁ ମିଳୁଛି। ଶ୍ରେଣୀକକ୍ଷରେ ଶିକ୍ଷକମାନେ, ସଭାସମିତିରେ ବକ୍ତାମାନେ, ପ୍ରବଚନ ଦେବାବେଳେ ପ୍ରବଚକମାନେ, ଧର୍ମସଭାର ଆଧ୍ୟାତ୍ମିକ ଗୁରୁମାନେ ସଭିଏଁ ଉଦ୍‌ବେଗ ପ୍ରକାଶ କରିବା ସହିତ ଭଲ ମଣିଷ ହେବା ପାଇଁ ଉପଦେଶ ଦେଉଛନ୍ତି। ଅଥଚ ଦିନକୁ ଦିନ ସମାଜରେ ହିଂସା, ଦ୍ୱେଷ, ବ୍ୟଭିଚାର ବଢ଼ିବାରେ ଲାଗିଛି। ତେବେ କ’ଣ ଆମେ କହିବା ଉପଦେଶ ଗ୍ରହଣ କରିବାକୁ ସଭିଏଁ କୁଣ୍ଠିତ? ହଁ, ଅନେକ କ୍ଷେତ୍ରରେ ଉପଦେଶ ପାଣିଫୋଟକା ପରି ମିଳେଇ ଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଉପଦେଶ ଦେଉଥିବା ବ୍ୟକ୍ତିମାନେ ଉଦାହରଣ ହୋଇପାରୁନାହାନ୍ତିି। ଉପଦେଶ ସେତିକି ବେଳେ ପ୍ରଭାବ ପକାଇବ ଯେତେବେଳେ ଉପଦେଶ ଦେଉଥିବା ବ୍ୟକ୍ତିଟି ନିଜେ ଏକ ଉଦାହରଣ ପାଲଟିଯିବେ।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri