ପ୍ରତିଭା ବଞ୍ଚିରହୁ

ଏହା ସତ୍ୟ ଯେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ଏହାର ଉନ୍ମେଷ ହେବା ଜରୁରୀ। ସମ୍ପ୍ରତି ସମାଜ ଏ ଦିଗରେ ବେଶ୍‌ ସଚେତନ ଏବଂ ତପତ୍ର ମଧ୍ୟ। ଅତୀତରେ ଏହା ଅତ୍ୟନ୍ତ ସୀମିତ ଥିଲା। ଅଳିଆରୁ ଗଜା ହେବା ଭଳି କିଛି ପ୍ରତିଭା ଅଙ୍କୁରିତ ହେଉଥିଲା ଏବଂ ଏହାର ବାସ୍ନା ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହେଉଥିଲା। ମାତ୍ର ଅଧିକାଂଶ ପ୍ରତିଭା ବଣର ମଲ୍ଲି ବଣରେ ଫୁଟି ଝଡ଼ି ପଡ଼ିବା ଭଳି ଝଡ଼ି ପଡ଼ୁଥିଲା। ଲୋକଲୋଚନକୁ ଆସୁ ନ ଥିଲା। କାରଣ ସେମିତି ସୁବିଧାସୁଯୋଗ ନ ଥିଲା। ସୃଷ୍ଟିକୁ ଚିହ୍ନିବା ପାଇଁ ସ୍ରଷ୍ଟା ପାଖରେ ସଚେତନତାର ଅଭାବ ଥିଲା। ସମୟ ବଦଳିଛି। ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ ଜୋର୍‌ କଦମରେ ଚାଲିଛି। ଉନ୍ମେଷ ପାଇଁ ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହୋଇଛି। କେବଳ ସରକାରୀ ସ୍ତରରେ ନୁହେଁ ବେସରକାରୀ ସ୍ତରରେ ମଧ୍ୟ ବହୁ ଉଦ୍ୟମ ହେଉଛି। ପଲ୍ଲୀରୁ ଦିଲ୍ଲୀ ସବୁଠି ପିଲାମାନେ ସେମାନଙ୍କର ପ୍ରତିଭାକୁ ପ୍ରଦର୍ଶନ କରିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟମାନଙ୍କରେ ସହ-ପାଠ୍ୟକ୍ରମ ନାମରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ବହୁ ସଂସ୍ଥା। ମେଳା, ମହୋତ୍ସବରେ ବି ହେଉଛି ପ୍ରତିଭା ଚୟନ। ଶିଶୁସୁରଭି, ଶିଶୁମେଳା, ଶିଶୁ ଦରବାର ଏମିତି ବହୁ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସବୁରି ମୂଳରେ ଗୋଟିଏ ଲକ୍ଷ୍ୟ ଶିଶୁର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟାଇବା। ଶିଶୁମାନଙ୍କୁ ଉତ୍ସାହିତ କରିବା, ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବା।
ସରକାରୀ ହେଉ ଅଥବା ବେସରକାରୀ ସଂସ୍ଥା ହେଉ ଏମାନଙ୍କର ପ୍ରୟାସ ଫଳରେ ବହୁ ଶିଶୁ ଯେ ନିଜେ ନିଜକୁ ଚିହ୍ନି ପାରିଛନ୍ତି ଏଥିରେ ଆଦୌ ସନ୍ଦେହ ନାହିଁ। କିଏ ଗୀତରେ, କିଏ ନୃତ୍ୟରେ, କିଏ ଖେଳ କସରତରେ ଅଥବା କିଏ ଚିତ୍ରାଙ୍କନରେ ନିଜକୁ ଅନନ୍ୟ କରି ଗଢ଼ିବାର ସୁଯୋଗ ପାଉଛନ୍ତି। ଶ୍ରେଷ୍ଠ ଗାଳ୍ପିକଟିଏ ଅଥବା କବିଟିଏ ହେବାରେ ଏମାନଙ୍କର ଅବଦାନକୁ ଅସ୍ବୀକାର କରାଯାଇପାରିବ ନାହିଁ। ଅଧିକାଂଶ ସିନେତାରକା ଏବଂ ମଞ୍ଚ ଅଭିନେତାଙ୍କ କଳାର ଅନ୍ତୁଡ଼ିଶାଳ ହେଉଛି ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ଆୟୋଜିତ ପ୍ରତିଯୋଗିତା ମଞ୍ଚ। ମୋଟାମୋଟି ଅନ୍ତର୍ନିହିତ ପ୍ରତିଭା ବିକାଶର କ୍ଷେତ୍ର ଆଜି ସୁବିସ୍ତୃତ, ସୁଦୀର୍ଘ ଏବଂ ହାତ ପାହାନ୍ତାରେ। ଏହା ସତ୍ତ୍ୱେ ଯେ ସବୁ ପ୍ରତିଭା ଲୋକଲୋଚନକୁ ଆସୁଛି ଏ କଥା କୁହାଯାଇପାରିବ ନାହିଁ।
ମାତ୍ର ବିକଶିତ ପ୍ରତିଭା ଯଦି ଦେଶଦଶ ପାଇଁ ଉପଯୋଗ ନ ହେଲା ତେବେ ତାହା ସମ୍ବଳ ନ ହୋଇ ଏକ ବୋଝ ପାଲଟିଯିବ। ଆଜି ସମାଜରେ ଅନେକ କ୍ଷେତ୍ରରେ ତାହା ହିଁ ଘଟୁଛି। ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବା ପରେ ସେହି ବ୍ୟକ୍ତିମାନେ ଏ ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେଉଛନ୍ତି। ତା’ପରେ ପଦବୀକୁ ବ୍ୟବହାର କରି ଅନେକେ ନିଜର ବ୍ୟକ୍ତିଗତ ଫାଇଦା ହାସଲରେ ଲାଗି ପଡ଼ଛନ୍ତି। କ୍ଷମତାର ଅପବ୍ୟବହାର କରି ଅନାୟାସରେ ଅନ୍ୟାୟ, ଅନୀତି, ଦୁର୍ନୀତି କରି ଚାଲିଛନ୍ତି। ଅମାପ ଧନ ସମ୍ପତ୍ତିର ମାଲିକ ହେବା, ଶୀତତାପ ନିୟନ୍ତ୍ରିତ ନଭଶ୍ଚୁମ୍ବୀ ଅଟ୍ଟାଳିକା ଭିତରେ ସୌଖୀନ ଜୀବନ ବିତାଇବାର ନିଶାରେ ଯେକୌଣସି ମନ୍ଦ କାର୍ଯ୍ୟ କରିବାକୁ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି। ମାଆ, ମାଟି, ମଣିଷ ଏମାନଙ୍କ ନିକଟରେ ତୁଚ୍ଛ। ସ୍ବାର୍ଥ ସିଦ୍ଧି ପାଇଁ ଏମାନେ ଦେଶମାତୃକା ସହିତ ବିଶ୍ୱାସଘାତକତା କରିବାକୁ ପଛାଉ ନାହାନ୍ତି। ଏହା ଦେଖି ଲୋକେ କହିବା ଆରମ୍ଭ କଲେଣି ”ଉଚ୍ଚ ପଦବୀରେ ଅଧିଷ୍ଠିତ ସମସ୍ତ ବ୍ୟକ୍ତି ହୁଏତ ଦୁର୍ନୀତିଗ୍ରସ୍ତ ନୁହନ୍ତି, କିନ୍ତୁ ସମସ୍ତ ଦୁର୍ନୀତି ମୂଳରେ ହାତ ଥିବା ବ୍ୟକ୍ତିଟି ନିଶ୍ଚୟ ଉଚ୍ଚ ପଦବୀଧାରୀ ଏବଂ ଉଚ୍ଚ ଶିକ୍ଷିତ।“ ଏହି ମନ୍ତବ୍ୟ ଆଦୌ ଅସମୀଚୀନ ନୁହେଁ। ଏହାର ଯଥାର୍ଥତା ପ୍ରମାଣିତ ହୋଇଯାଏ, ଲାଞ୍ଚ ନେଇ ଧରାପଡ଼ୁଥିବା ଅଫିସର, ଦୁର୍ନୀତିରେ ଧରାପଡ଼ି ଜେଲ୍‌ ଯାଉଥିବା ବିଭିନ୍ନ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନାମରେ ଅଭିଯୁକ୍ତ ହୋଇ ଗିରଫ ହେଉଥିବା ତଥାକଥିତ ବଡ଼ବାବୁମାନଙ୍କୁ ଦେଖିଲେ। କେବଳ ଦେଶ ସହିତ ନୁହେଁ ପରିବାର ସହିତ, ନିଜ ମାତାପିତାଙ୍କ ସହିତ ଚରମ ବିଶ୍ୱାସଘାତକତା ଶିକ୍ଷା ଓ ଦୀକ୍ଷା ଉପରୁ ଆସ୍ଥା ତୁଟାଇ ଦେବାକୁ ବାଧ୍ୟ କରୁଛି ଅନେକ ସାଧାରଣ ମଣିଷଙ୍କୁ।
କିଛିବର୍ଷ ତଳେ ଜଣେ ଉଚ୍ଚ ପଦାଧିକାରୀ କେମିତି ନିଜ ପରିବାରର ସମସ୍ତଙ୍କୁ ଗୁଳିକରି ହତ୍ୟା କଲେ ଏବଂ ନିଜେ ଆତ୍ମହତ୍ୟା କଲେ ଆମେ ଦେଖିଛେ। ଚତୁର୍ଦ୍ଦିଗରୁ ପ୍ରତିଦିନ ଖବର ଆସୁଛି ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି କେମିତି ନିଜ ସ୍ବାର୍ଥ ସାଧନ ପାଇଁ କେତେ କୁତ୍ସିତ, କଦର୍ଯ୍ୟ କାମମାନ କରୁଛନ୍ତି। ସ୍ବଚକ୍ଷୁରେ ଆମେ ଦେଖୁଛେ ଉଚ୍ଚ ଶିକ୍ଷିତ ଲୋକମାନେ କେମିତି ନିଜ ମାତାପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଅଣଦେଖା କରୁଛନ୍ତି। ଏମାନେ ସମସ୍ତେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ମାତ୍ର ଏମାନଙ୍କର ଆପତ୍ତିଜନକ ଆଚରଣ ଅନେକଙ୍କୁ ବ୍ୟଥିତ କରୁଛି। ଏହାପରେ ମନରେ ଏକ ନକାରାତ୍ମକ ଭାବନା ଜାତ ହେଉଛି। ବିଦ୍ରୋହୀ ମନଟା କହିବାକୁ ବାଧ୍ୟ ହେଉଛି, ”ପ୍ରତିଭା ବିକଶିତ ହେଲା ପରେ ଯଦି ଚରମ ସ୍ବାର୍ଥପର ପାଲଟି ଗଲା ତେବେ ସେ ପ୍ରତିଭା ବିକଶିତ ନ ହେବା ବରଂ ଭଲ।“
ଏସବୁକୁ ଅନୁଧ୍ୟାନ କଲେ ଆମେ ଏହା ହିଁ କହିବା, ପ୍ରତିଭାକୁ ଅନ୍ବେଷଣ କରି କେବଳ ବିକଶିତ କଲେ ହେବ ନାହିଁ ତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଅଛି। ତେବେ ପ୍ରଶ୍ନ ଉଠୁଛି ପ୍ରତିଭା ଅସୁରକ୍ଷିତ କାହିଁକି ?
ଏହାର କାରଣ ସୌଖୀନ ବ୍ୟକ୍ତିଗତ ଜୀବନ ପ୍ରତି ଅହେତୁକ ଆକର୍ଷଣ, ଜାତୀୟ ଜୀବନ ପ୍ରତି ବୀତସ୍ପୃହ। ଆପେ ବଞ୍ଚିଲେ ବାପର ନାମ – ଜୀବନର ଭିି ପାଲଟି ଯାଉଛି। ଯେଉଁ ବୟସରେ ପିଲାମାନେ ଗାନ୍ଧୀ, ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ଶୁଣି ମାନବବାଦ ପ୍ରତି ଆକୃଷ୍ଟ ହୁଅନ୍ତେ ସେହି ବୟସରେ ସେମାନଙ୍କ ମନରେ ଭର୍ତ୍ତି କରାଯାଉଛି ବଡ଼ ହେବାର ଫର୍ମୁଲା- ଅର୍ଥ ଉପାର୍ଜନର କୌଶଳ। କୋଟିପତି ହେବାର ଅଫିମ ଖୁଆଇ ନିଶାଗ୍ରସ୍ତ କରାଇ ସାରିବା ପରେ ଦୟା, କ୍ଷମା, ସହନଶୀଳତା, ସମବେଦନା, ସହଯୋଗିତା, ସହଭାଗିତା, ଉଦାରତା, ନିଃସ୍ବାର୍ଥପରତା ଆଦି ମାନବୀୟ ଗୁଣ ଖୋଜିଲେ ମିଳିବ ବା କୁଆଡ଼ୁ ? ମନେରଖିବା ଉଚିତ ମଣିଷର ଶୈଶବ ଓ କୈଶୋର ଅବସ୍ଥା ହେଉଛି ସବୁଠାରୁ ସମ୍ବେଦନଶୀଳ ଅବସ୍ଥା ଯେଉଁ ଅବସ୍ଥାରେ ସେ ବଡ଼ମାନଙ୍କ କଥାକୁ ନୀରବରେ ଶୁଣେ ଓ କାମକୁ ଚୁପ୍‌ଚାପ୍‌ ନିରୀକ୍ଷଣ କରେ। ଏଣୁ ଏହି ସମୟରେ ଏହି ଅମୂଲ୍ୟ ମାନବ ସମ୍ବଳଗୁଡ଼ିକୁ ଜାତୀୟ ସମ୍ବଳରେ ପରିଣତ କରିବାକୁ ହେଲେ ପ୍ରତିଭାର ବିକାଶ ସହିତ ମାନବୀୟ ଚେତନାର ବିକାଶ ଘଟାଇବା ଆବଶ୍ୟକ। ଏଥିପାଇଁ ପ୍ରଥମେ ବଡ଼ମାନେ ନିଜକୁ ସଂଶୋଧନ କରିବା ଉଚିତ।
ଅପରପକ୍ଷେ ଭଲ ମଣିଷ ହେବାର ଆହ୍ବାନ ସବୁଠି ଶୁଣିବାକୁ ମିଳୁଛି। ଶ୍ରେଣୀକକ୍ଷରେ ଶିକ୍ଷକମାନେ, ସଭାସମିତିରେ ବକ୍ତାମାନେ, ପ୍ରବଚନ ଦେବାବେଳେ ପ୍ରବଚକମାନେ, ଧର୍ମସଭାର ଆଧ୍ୟାତ୍ମିକ ଗୁରୁମାନେ ସଭିଏଁ ଉଦ୍‌ବେଗ ପ୍ରକାଶ କରିବା ସହିତ ଭଲ ମଣିଷ ହେବା ପାଇଁ ଉପଦେଶ ଦେଉଛନ୍ତି। ଅଥଚ ଦିନକୁ ଦିନ ସମାଜରେ ହିଂସା, ଦ୍ୱେଷ, ବ୍ୟଭିଚାର ବଢ଼ିବାରେ ଲାଗିଛି। ତେବେ କ’ଣ ଆମେ କହିବା ଉପଦେଶ ଗ୍ରହଣ କରିବାକୁ ସଭିଏଁ କୁଣ୍ଠିତ? ହଁ, ଅନେକ କ୍ଷେତ୍ରରେ ଉପଦେଶ ପାଣିଫୋଟକା ପରି ମିଳେଇ ଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଉପଦେଶ ଦେଉଥିବା ବ୍ୟକ୍ତିମାନେ ଉଦାହରଣ ହୋଇପାରୁନାହାନ୍ତିି। ଉପଦେଶ ସେତିକି ବେଳେ ପ୍ରଭାବ ପକାଇବ ଯେତେବେଳେ ଉପଦେଶ ଦେଉଥିବା ବ୍ୟକ୍ତିଟି ନିଜେ ଏକ ଉଦାହରଣ ପାଲଟିଯିବେ।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?