Posted inଜାତୀୟ

ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ

ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍‌ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍‌ ଜଣାଶୁଣା। ଏବେ ତେଲଙ୍ଗାନାର ଖୁବ୍‌ ଲୋକପ୍ରିୟ ମନ୍ତ୍ରୀ। ନିକଟରେ ରେବନ୍ଥ ରେଡ୍ଡୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସିଥାକାଙ୍କ କାହାଣୀ ଯେତେ ଆଶ୍ଚର୍ଯ୍ୟ କରେ ସେତିକି ରୋଚକ ମଧ୍ୟ। ୯୦ଦଶକରେ ଆନ୍ଧ୍ର ପ୍ରଦେଶ ପୋଲିସର ନିଦ ହଜାଇ ଦେଉଥିବା ସିଥାକା ଏବେ ତେଲଙ୍ଗାନାର ସୁନା ଝିଅ।

ମାତ୍ର ୧୦ମ ଶ୍ରେଣୀ ଯାଏଁ ପଢିଥିବା ସିଥାକା ୧୯୮୮ ନକ୍ସଲ ସହ ମିଶି ଜଙ୍ଗଲରେ କରୁଥିଲେ ରାଜ। ଏହାସହ ସେ ନକ୍ସଲ ଗ୍ରୁପର ହୋଇଥିଲେ କମାଣ୍ଡର। କେବଳ ସିଥାକା ନୁହନ୍ତି ତାଙ୍କର ପୁରା ପରିବାର ନକ୍ସଲରେ ହୋଇଥିଲେ ସାମିଲ। ଏମିତି କି ସିଥାକାଙ୍କ ସ୍ବାମୀ ଓ ଭାଇ ମଧ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଏହାପରେ ସିଥାକାଙ୍କ ମନ ବଦଳିଥିଲା। ଶେଷରେ ଚନ୍ଦ୍ରବାବୁ ନାଇଡୁ ସରକାରରେ ମୁଖ୍ୟ ଧାରାକୁ ଫେରିଥିଲେ ସିଥାକା।

ଆତ୍ମସମର୍ପଣ ପରେ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଉତ୍ଥାନ ପାଇଁ କାମ କରିବା ଆରମ୍ଭ କରିଥିଲେ ସିଥାକା । ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳରେ ଅଧିକ ଲୋକପ୍ରିୟ ହୋଇଥିଲେ । ଆଦିବାସୀ ଇଲାକାରେ ତାଙ୍କର ଏତେ ଲୋକପ୍ରିୟତା ବଢ଼ିଯାଇଥିଲା ଯେ ଶେଷରେ ୨୦୦୯ରେ ତେଲୁଗୁ ଦେଶମ ପାର୍ଟି ତାଙ୍କୁ ବିଧାନସଭା ଟିକଟ ଦେଇଥିଲା। ସେ ମୁଲୁଗ ଆସନରୁ ପ୍ରଥମଥର ୨୦୦୯ରେ ନିର୍ବାଚନ ଜିତି ବିଧାନସଭା ଯାଇଥିଲେ । ଏହାପରେ ସିଥାକା କେବେ ଆଉ ପଛକୁ ଫେରିନାହାନ୍ତି। ତେଲଙ୍ଗାନା ଗଠନ ପରେ ଟିଡିପିରୁ ଅଲଗା ହୋଇ ରେବନ୍ଥ ରେଡ୍ଡୀଙ୍କ ସହ କଂଗ୍ରେସରେ ସାମିଲ ହୋଇଥିଲେ ।

ଆଦିବାସୀ ନେତ୍ରୀ ସିଥାକାଙ୍କ ଲୋକପ୍ରିୟତା ଏତେ ବଢ଼ିଥିଲା ଯେ ସେ ମଧ୍ୟ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିଲେ । ରେବନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଲୁଗ ଆସନରୁ ସିଥାକା ୩୩,୭୦୦ ଭୋଟ ବ୍ୟବଧାନରେ ଏଠାରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ସିଥାକା ମାଟ୍ରିକ ପାସ କରିବା ପରେ ସାର୍ବଜାନୀନ ଜୀବନରେ ବ୍ୟସ୍ତତା ଭିତରେ ସେ ନିଜ ପାଠ ପଢା ଜାରି ରଖିଥିଲେ । ୨୦୨୨ରେ ସେ ରାଜନୀତି ବିଜ୍ଞାନରୁ ପିଏଚଡି ଡିଗ୍ରି ହାସଲ କରିଥିଲେ ଏହାସହ ଆଇନ ପାଠ ମଧ୍ୟ ପଢ଼ିଥିଲେ । ସିଥାକାଙ୍କ ନିକଟରେ ଏବେ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?