Posted inଜାତୀୟ

ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…

ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ପଳାଇ ଯାଇଥିଲେ। ଏହା ପରେ ଟ୍ରେନ ଭିତରେ ଜଳ, ଖାଦ୍ୟ କିମ୍ବା ବିଦ୍ୟୁତ ଯୋଗାଣ ନ ଥିବାରୁ ଯାତ୍ରୀମାନେ ଏହାକୁ ବିରୋଧ କରି ରେଳ ଧାରଣାରେ ଆସି ଅନେକ ଟ୍ରେନ ଅଟକାଇଥିଲେ।

ଏହି ଘଟଣା ସହରସା-ନୂଆଦିଲ୍ଲୀର ସ୍ବତନ୍ତ୍ର ଛଟ୍‌ ପୂଜା ସ୍ପେଶାଲ (୦୪୦୨୧) ଏବଂ ବାରୁନି-ଲକ୍ଷ୍ନୌ ଜଙ୍କଶନ ଏକ୍ସପ୍ରେସ (୧୫୨୦୩) ସହିତ ଘଟିଛି। କିଛି ଘଣ୍ଟା ପରେ, ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋଣ୍ଡା ଜଙ୍କଶନର କର୍ମଚାରୀଙ୍କୁ ଏହି ଦୁଇଟି ଟ୍ରେନର ଚଳାଚଳ ପାଇଁ ପଠାଇଥିଲେ।

ରେଳବାଇ ଅନୁଯାୟୀ, ନଭେମ୍ବର ୨୭ ରେ ସନ୍ଧ୍ୟା ୭ଟା ୧୫ରେରେ ଛାଡିବାକୁ ଥିବା ୦୪୦୨୧ ଟ୍ରେନ ନଭେମ୍ବର ୨୮ ପୂର୍ବାହ୍ନ ୯ଟା ୩୦ରେ ଏହାର ମୂଳ ଷ୍ଟେଶନ ସହରସା ଛାଡିଥିଲା। ଟ୍ରେନ ୧୯ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଗୋରଖପୁରରେ ପହଞ୍ଚିଥିଲା। ବୁରୱାଲ ଜଙ୍କଶନରେ ଏକ୍ସପ୍ରେସର କୌଣସି ଷ୍ଟପ ନ ଥିଲା, କିନ୍ତୁ ଟ୍ରେନ ସେଠାରେ ମଧ୍ୟାହ୍ନ ପ୍ରାୟ ୧ଟା ୧୫ ପର୍ଯ୍ୟନ୍ତ ଅଟକି ରହିଥିଲା।

ଦ୍ୱିତୀୟ ଟ୍ରେନ, ବାରୁନିରୁ ସାଢ଼େ ପାଞ୍ଚ ଘଣ୍ଟାରୁ ଅଧିକ ବିଳମ୍ବରେ ଚାଲୁଥିଲା ଏବଂ ଅପରାହ୍ନ ୪ଟା ୦୪ ରେ ବୁରୱାଲ ଜଙ୍କଶନରେ ପହଞ୍ଚିଥିଲା, ଟ୍ରେନ କର୍ମଚାରୀମାନେ ମଧ୍ୟ ଲୋକୋମୋଟିଭ ଇଞ୍ଜିନ ଛାଡି ଚାଲି ଯାଇଥିଲେ। ଯାତ୍ରୀମାନେ କହିଛନ୍ତି ଆମର ଯାତ୍ରା ସର୍ବାଧିକ ୨୫ ଘଣ୍ଟା ୨୦ମିନିଟରେ ସମାପ୍ତ ହେବାର ଥିଲା, କିନ୍ତୁ ଏହି ସ୍ବତନ୍ତ୍ର ଟ୍ରେନରେ ଏହା ହେଉଛି ତୃତୀୟ ଦିନ। ଯାତ୍ରୀମାନେ କହିଛନ୍ତି ଏହା ଆମ ଭଳି ଗରିବ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ନିର୍ଯାତନା ଭଳି ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?