ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାବିରେ ସ୍କୁଲରେ ତାଲା

ଉମରକୋଟ, ୩୧।୧(ଡି.ଏନ୍‌.ଏ.): ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଇବା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଏବଂ ଡଙ୍ଗରୀଗୁଡ଼ା ଗ୍ରାମବାସୀ ଡଙ୍ଗରିଗୁଡ଼ାସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ତାଲା ପକାଇଛନ୍ତି। ସମସ୍ୟା ସମାଧାନ ନ ହେବା ଯାଏ ତାଲା ଖୋଲାଯିବ ନାହିଁ ବୋଲି ସେମାନେ କହିଥିଲେ। ସିଆର୍‌ସିସି ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମଙ୍ଗଳବାର ଘଟଣା ସମ୍ପର୍କରେ ଡିଇଓଙ୍କୁ ଜଣାଇବା ସହ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ପିଲାଙ୍କ ପାଠପଢ଼ା ବନ୍ଦ ଥିଲା।
ସୂଚନାନୁଯାୟୀ ରାଜପୁରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଯାଏ ୧୧୫ ପିଲା ପଢ଼ନ୍ତି। ୨ କିଲୋମିଟର ଦୂରରେ ଥିବା ଡଙ୍ଗରୀଗୁଡା ସରକାରୀ ଉନ୍ନୀତ ବିଦ୍ୟାଳୟ (୫-ଟି)ରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ୨୦୧ ପିଲା ପାଠ ପଢୁଛନ୍ତି। ଡଙ୍ଗରୀଗୁଡ଼ା ସ୍କୁଲ ସେପ୍ଟେମ୍ବରରେ ଆରମ୍ଭ ହୋଇଛି। ଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ସ୍କୁଲକୁ ମିଶାଇବାକୁ ଚେଷ୍ଟା କରାଯାଇଥିଲା। ରାଜପୁର ଗ୍ରାମବାସୀ କିନ୍ତୁ ଏହାକୁ ବିରୋଧ କରିଥିଲେ। ସ୍ଥାୟୀ ସମସ୍ୟା ସମାଧାନ ନ ହେବା ଯାଏ ୫-ଟି ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ୧୧୭ ଜଣ ପିଲା ମଧ୍ୟାହ୍ନ ଭୋଜନ ପାଇଁ ରାଜପୁର ପ୍ରାଥମିକ ବିଦ୍ୟାଳୟକୁ ଯିବେ ବୋଲି ବିଇଓ କହିଥିଲେ। ଗ୍ରାମବାସୀ କିନ୍ତୁ ଏହାକୁ ବିରୋଧ କରିଥିଲେ। ପିଲାମାନେ ୨କିମି ଯିବା ଆସିବା କରିବା ବିପଦପୂର୍ଣ୍ଣ। ତେଣୁ ଉକ୍ତ ବିଦ୍ୟାଳୟରେ ହିଁ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି, କିଛି ଦିନ ତଳେ ହିନ୍ଦୀ ଓ କ୍ରୀଡ଼ା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ଫଳରେ ପିଲାଙ୍କ ପାଠ ପଢ଼ାରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ସ୍ଥାୟୀ ସମାଧାନ ଦାବିରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିଲେ। ଏ ନେଇ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ରଜନୀକାନ୍ତ ମାନାଙ୍କୁ ଗ୍ରାମବାସୀ ଓ ସରପଞ୍ଚଙ୍କ ସହ କଥା ହୋଇ ସମସ୍ୟା ସମାଧାନ ପାଇଁ କହିଥିଲି। ସମସ୍ୟା ସମାଧାନ ହୋଇ ଯାଇଥିବ ଭାବିଥିଲି। ମୁଁ ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ସହ କଥା ହୋଇ ସମାଧାନ କରିବି ବୋଲି ସେ କହିଛନ୍ତି। ଶିକ୍ଷକ ନିଯୁକ୍ତି ସରକାରଙ୍କ ଅଧୀନରେ। ଡିଇଓଙ୍କୁ ଜଣାଇ ଶୀଘ୍ର ସମାଧାନ ନେଇ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?